Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କରୋନା Lockdownରେ ସରକାରୀ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ଲାଗି ଖୁସିଖବର, କଟିବନି ଦରମା କି ପେନସନ୍‌

20/04/2020 at 4:49 PM

ନୂଆଦିଲ୍ଲୀ ୨୦।୪: କରୋନା ଲକଡାଉନ୍‌ରେ ସରକାରୀ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ଲାଗି ଖୁସିଖବର। କର୍ମଚାରୀଙ୍କ ବେତନ ଅଥବା ପେନସନ୍‌ କାଟ ଲାଗି ସରକାରଙ୍କ କୌଣସି ଉଦ୍ଦେଶ୍ୟ ନଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରାଳୟ। ଏ ନେଇ ସମସ୍ତ କଳ୍ପନାଜଳ୍ପନାକୁ ମନ୍ତ୍ରାଳୟ ନିରାଧାର କହିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରାଳୟ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ କରୋନା ସଂକଟ ଯୋଗୁ ଉପୁଜିଥିବା ପରିସ୍ଥିତିରେ କର୍ମଚାରୀଙ୍କ ୨୦ ପ୍ରତିଶତ ପର୍ଯ୍ୟନ୍ତ ଦରମା କାଟ ନେଇ ଅନେକ ଆଶଙ୍କାରେ ଅଛନ୍ତି। ହେଲେ ଏ ନେଇ ସରକାରଙ୍କର କୌଣସି ଯୋଜନା ନଥିବା ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି। ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ସଂକ୍ରମଣର ୧ହଜାର ୫୫୩ଟି ନୂଆ କେସ୍ ଆସିଥିବା ବେଳେ ୩୬ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ୨୬୫ରେ ପହଞ୍ଚିଛି।

ସେହିପରି ଦେଶର ୨୩ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୫୯ ଜିଲ୍ଲା ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛନ୍ତି। ଏହି ସବୁ ଜିଲ୍ଲାମାନଙ୍କରେ ଗତ ୧୪ ଦିନରେ ଜଣେ ବି କରୋନା ସଂକ୍ରମିତ ହୋଇ ନାହାନ୍ତି। ପୁଡୁଚେରୀରେ ୧ ମାସ, କର୍ଣ୍ଣାଟକର କୋଡାଗୁ ଓ ଉତ୍ତରାଖଣ୍ଡର ପୈଡି ଗଡୱାଲରେ ଗତ ୨୮ ଦିନରୁ ଜଣେ ବି ଲୋକ ସଂକ୍ରମିତ ଚିହ୍ନଟ ହୋଇନଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନାରୁ ଜଣାପଡିଛି।

   Related Posts