Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

୩ ସେନାର ସେବା ନିୟମରେ ସଂଶୋଧନ, ୬୫ ବର୍ଷ ବୟସରେ ଅବସର ନେବେ CDS

29/12/2019 at 8:37 PM

ନୂଆଦିଲ୍ଲୀ ୨୯।୧୨:  କେନ୍ଦ୍ର ସରକାର ୩ ସେନା ସେବା ନିୟମ (ସର୍ଭିସ ରୁଲ)ରେ ସଂଶୋଧନ କରିଛନ୍ତି। ଏହି ସଂଶୋଧନ ଯୋଗୁ ୩ ସେନାର ମୁଖ୍ୟଙ୍କ ଅବସର ଆୟୁ ୬୫ ବର୍ଷ ହେବ ଯଦି ସେ   ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍) ଭାବେ ନିଯୁକ୍ତ ହୁଅନ୍ତି ବୋଲି ଜଣାପଡିଛି।  ସିଡିଏସ୍‌ଙ୍କ ଲାଗି ନୂଆ ଡ୍ୟୁଟି ଚାର୍ଟ ବି ପ୍ରସ୍ତୁତ କରାଯାଇଛି।

ଡ୍ୟୁଟି ଚାର୍ଟ ଅନୁସାରେ ସିଡିଏସ୍ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟୁକ୍ଲିୟର କମାଣ୍ଡ ପ୍ରାଧିକରଣର ବି ସଦସ୍ୟ ରହିବେ। ପ୍ରତିରକ୍ଷ ମନ୍ତ୍ରାଳୟଙ୍କ ଦ୍ୱାରା ଜାରି ଅଧିସୂଚନା ଅନୁସାରେ ସୈନ୍ୟ ନିୟମାବଳୀ ୧୯୫୪ର ସଂଶୋଧନ କରାଯାଇଛି। ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ଗତ ମଙ୍ଗଳବାର ଐତିହାସିକ ନିଷ୍ପତ୍ତି ନେଇ ସିଡିଏସ୍ ପଦବୀ ସୃଷ୍ଟି ଲାଗି ମଞ୍ଜୁରି ଦେଇଥିଲେ।

ସିଡିଏସ୍ ୩ ସେନା ସମ୍ପର୍କିତ ସବୁ ପ୍ରସଙ୍ଗର ପ୍ରତିରକ୍ଷାମନ୍ତ୍ରୀଙ୍କ ମୁଖ୍ୟ ସୈନ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ତେବେ ନିୟମାନୁସାରେ ସୈନ୍ୟ ମୁଖ୍ୟ ସର୍ବାଧିକ ୩ ବର୍ଷ ଅଥବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ଯାହା ପ୍ରଥମେ ହେବ ସେ ପର୍ଯ୍ୟନ୍ତ ସୈନ୍ୟ ବାହିନୀରେ ସେବା କରିପାରିବେ।

   Related Posts