Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦି ସରକାରଙ୍କ ବଡ ନିଷ୍ପତ୍ତି ! ‘ସୁମନ’ ଯୋଜନାରେ ବହନ କରାଯିବ ଗର୍ଭବତୀଙ୍କ ସାରା ଖର୍ଚ୍ଚ, ହେବନି ସାମାନ୍ୟ ଅବହେଳା

ନୂଆଦିଲ୍ଲୀ : ପ୍ରସବ କାଳରେ ଚିକିତ୍ସା ଅବହେଳା ଯୋଗୁ ଆଉ ଦେଶରେ ମହିଳାଙ୍କ ମୃତ୍ୟୁ ହେବନି। ଶତପ୍ରତିଶତ ସୁରକ୍ଷିତ ମାତୃତ୍ୱ ଲକ୍ଷ ପୁରଣ ଲାଗି ସରକାର ‘ସୁରକ୍ଷିତ ମାତୃତ୍ୱ ଆଶ୍ୱାସନ’ (ସୁମନ) ଯୋଜନା ହାତକୁ ନେଇଛନ୍ତି । ଆଗାମୀ ପ୍ରତ୍ୟେକ ପ୍ରସବ ଯେପରି ହସ୍ପିଟାଲରେ ଅଥବା ପ୍ରସିକ୍ଷିତ ନର୍ସଙ୍କ ଦ୍ୱାରା ହେବ ଏହାହିଁ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏବେ ଦେଶର ୮୦ ପ୍ରତିଶତ ମହିଳା ପ୍ରସବ ଲାଗି ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। ତେବେ ଯୋଜନା ଏହାକୁ ଶତ ପ୍ରତିଶତରେ ପହଞ୍ଚାଇବ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଜନୈକ ଅଧିକାରୀଙ୍କ ଅନୁସାରେ ଯୋଜନାରେ ଗର୍ଭବତୀ ମହିଳାଙ୍କୁ ଶହେ ପ୍ରତିଶତ ସୁରକ୍ଷିତ ମାତୃତ୍ୱର ଗ୍ୟାରେଣ୍ଟି ଦିଆଯିବ। ଏଥିରେ ମହିଳାଙ୍କୁ ପ୍ରସବ ପୂର୍ବରୁ ୪ ଥର ନିଶୁଳ୍କ ଡାକ୍ତରୀ ଯାଞ୍ଚ ସାଙ୍ଗକୁ ଗର୍ଭବତୀଙ୍କୁ ଘରୁ ହସ୍ପିଟାଲ ଓ ହସ୍ପିଟାଲରୁ ଘରକୁ ମାଗଣାରେ ଆମ୍ବୁଲାନ୍ସ ଯୋଗେ ନିଆଅଣା ମଧ୍ୟ କରାଯିବ। କେବଳ ସେତିକି ନୁହେଁ ପ୍ରସବ ବେଳେ ହେଉଥିବା ସମସ୍ତ ଖର୍ଚ୍ଚ ସରକାର ବାହନ କରିବେ। ଯଦି ଜଟିଳ ପରିସ୍ଥିତି ବି ଥାଏ ତେବେ  ଅପରେସନ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ। ପ୍ରସବ ପରବର୍ତ୍ତୀ ୬ ମାସ ପର୍ଯ୍ୟନ୍ତ ସରକାର ନବଜାତ ଶିଶୁ ଓ ମାର ସମସ୍ତ ଔଷଧ ଖର୍ଚ୍ଚ ବହନ କରିବେ। ଯଦି କୌଣସି କାରଣରୁ ନବଜାତ ଗୁରୁତର ଅସୁସ୍ଥ ହୁଏ ତାର ଚିକିତ୍ସା  ଖର୍ଚ୍ଚ ମଧ୍ୟ ସରକାର କରିବେ।

ସମସ୍ତ ଗର୍ଭବତୀ ମହିଳାଙ୍କ ଲାଗି ଯୋଜନା ସୁନିଶ୍ଟିତ କରିବା ଲାଗି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ ପକ୍ଷରୁ ଏକ ସର୍ଭିସ ଗ୍ୟାରେଣ୍ଟି ଚାର୍ଟର ଜାରି କରା ଯାଇଛି। ଏଥିରେ ଦୁର୍ଗମ ଅଞ୍ଚଳର ଗର୍ଭବତୀଙ୍କୁ ଯୋଜନା ଲାଭ ଦେବା ଲାଗି ସରକାର ସ୍ୱୟଂ ସହାୟକ ଗୋଷ୍ଠୀ,  ଗ୍ରାମ୍ୟସ୍ତରରେ ଗଠିତ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମିତିଙ୍କ ସମେତ ଏନଜିଓମାନଙ୍କର ମଧ୍ୟ ସହଯୋଗ ଲୋଡାଯିବ। ଟୋଲ ଫ୍ରି ନମ୍ବର ୧୦୨ ଅଥବା ୧୦୮ରେ ଫୋନ କଲେ ଗର୍ଭବତୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲାଗି ଘରକୁ ଆମ୍ବୁଲାନ୍ସ ଯିବ। ଏକ୍ଷେତ୍ରରେ ସାମାନ୍ୟତମ ଅବହେଳା ଲାଗି ଜିରୋ ଟୋଲେରାନ୍ସ ନୀତି ଅବଲମ୍ବନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ଅଧିକାରୀ କହିଛନ୍ତି।  

375 Views

   ସମ୍ବନ୍ଧିତ ଖବର