ଅର୍ଥମନ୍ତ୍ରାଳୟଙ୍କ ସୂଚନା: ଗ୍ରାହକଙ୍କୁ ଫ୍ରଡ କରିଥିବା ରିୟଲ ଇଷ୍ଟେଟ କମ୍ପାନୀଙ୍କୁ ମିଳିବନି ପାଣ୍ଠିର ସହାୟତା

Published By : Prameya-News7 Bureau | November 08, 2019 IST

ନୂଆଦିଲ୍ଲୀ : ସାରା ଦେଶରେ ଅଟକି ରହିଥିବା ହାଉସିଂ ପ୍ରୋଜେକ୍ଟ ଲାଗି କେନ୍ଦ୍ର ସରକାର ବୁଧବାର ଆର୍ଥିକ ସହାୟତା ନିମନ୍ତେ ପାଣ୍ଠି ଗଠନ ଲାଗି ଘୋଷଣା କରିଥିଲେ। ତେବେ ଶୁକ୍ରବାର ପାଣ୍ଠି ନେଇ ମନ୍ତ୍ରାଳୟ ନିଜର ନୀତି ସ୍ପଷ୍ଟ କରିଦେଇଛନ୍ତି। ଯେଉଁ ରିଏଲ ଇଷ୍ଟେଟ କମ୍ପାନୀମାନେ ଗ୍ରାହକଙ୍କ ସହ ଠକେଇ କରିଛନ୍ତି ଅଥବା ସେମାନଙ୍କ ଅର୍ଥର ହେରଫେର କରିଛନ୍ତି ସେମାନେ ସରକାରୀ ପାଣ୍ଠିରୁ ଟଙ୍କାଟିଏ ବି ଲାଭବାନ ହୋଇପାରିବେ ନି ବୋଲି କହିଛନ୍ତି ଅର୍ଥମନ୍ତ୍ରାଳୟ।

{"id":181078}

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ରିୟଲ ଇଷ୍ଟେଟ ସେକ୍ଟର ଲାଗି ୨୫ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା କରିଥିଲେ। ଏଣୁ ଦେଶର ରିୟଲ ଇଷ୍ଟେଟ କ୍ଷେତ୍ରରେ ପୁଣି ଉତ୍ସାହ ଖେଳିଯାଇଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳର ଗତ ବୈଠକରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ଉପୁଜିଥିବା ମାନ୍ଦାବସ୍ଥା ନେଇ ଚର୍ଚ୍ଚା ହୋଇଥିଲା। ଏଥିରେ ଦେଶରେ ଅଟକି ରହିଥିବା ୧୬ ହଜାର ହାଉସିଂ ପ୍ରୋଜେକ୍ଟ ନେଇ ଚିନ୍ତା ବ୍ୟକ୍ତ କରାଯିବା ସହ ବିକଳ୍ପ ନିବେଶ ପାଣ୍ଠି(ଏଆଇଏଫ) ଗଠନ ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ଏନପିଏ ଓ ଏନସିଏଲଟି ପ୍ରୋଜେକ୍ଟ ମଧ୍ୟ ଜରୁରୀ ସମୟରେ  ଏହି ପାଣ୍ଠିର ଲାଭ ନେଇ ପାରିବେ ବୋଲି କୁହାଯାଇଥିଲା।

{"id":181079,"width":577,"height":339}

ଯୋଜନା ଅନୁସାରେ ସରକାର ୧୦ ହଜାର କୋଟି ଟଙ୍କା ଦେବେ ଓ ବାକି ୧୫ ହଜାର କୋଟି ଟଙ୍କା ଏଲଆଇସି ଏବଂ ଏସବିଆଇ ପ୍ରଦାନ କରିବେ। ତେବେ ଏହି ପାଣ୍ଠିର ଦୂରୁପଯୋଗ ନେଇ ଚିନ୍ତାବ୍ୟକ୍ତ କରାଯିବା ପରେ ଶୁକ୍ରବାର ଅର୍ଥମନ୍ତ୍ରୀ ଏହାର ସମାଧାନ କରିଦେଇଛନ୍ତି। ଯେଉଁ ରିଏଲ ଇଷ୍ଟେଟ କମ୍ପାନୀ ଗ୍ରାହକଙ୍କ ସହ ଧୋକା କରିଥିବାର ଅଭିଯୋଗ ଥିବ ସେମାନେ ଏହି ପାଣ୍ଠିରୁ ପଇସାଟେ ବି ଲାଭ ପାଇପାରିବେନି ବୋଲି ସୀତାରମଣ ସ୍ପଷ୍ଟ କରିଦେଇଛନ୍ତି।

{"id":181080}

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅନୁସାରେ ଏଆଇଏଫରେ ଫାଇନାନସିଙ୍ଗ ଲାଗି ଆବେଦନ କରିଥିବା ପ୍ରତିଟି କମ୍ପାନୀର ନିବେଦନକୁ ନିବେଶ ସମିତି ଯାଞ୍ଚ କରିବେ। ଏହା ଛଡା ଏଥିଲାଗି ଋଣ ଦେଇଥିବା ସଂସ୍ଥା ଓ ଆଇନ ପରାମର୍ଶଦାତାଙ୍କର ପରାମର୍ଶ ମଧ୍ୟ ନିଆଯିବ। ତେବେ ପ୍ରକଳ୍ପ ଓ ଡେଭଲପରଙ୍କ ମନୋନୟନ ପାଣ୍ଠିର ନିବେଶ ମ୍ୟାନେଜର ଓ ନିବେଶ ସମିତିର ବିଶେଷାଧିକାର ରହିବ। ଏଥିରେ ସରକାର ଅଥବା ନିବେଶକ କୌଣସି ପ୍ରକାର ଦଖଲ ଦେଇପାରିବେ ନାହିଁ। ଏଣୁ ପ୍ରକଳ୍ପର ସମ୍ପୂର୍ଣ୍ଣ ଅନୁଧ୍ୟାନ ପରେ ନିବେଶକ ପାଣ୍ଠିରୁ ସହାୟତା ମଞ୍ଜୁର କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.