Yes Bank ସଂକଟ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଜଣେ ବି ଜମାକାରୀଙ୍କ ବୁଡିବନି ସଞ୍ଚୟ

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୬।୩:  ଇୟେସ୍ ବ୍ୟାଙ୍କ ସଂକଟକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଉପୁଜିଥିବା ପରିସ୍ଥିତିରେ ଜଣେ ବି ଜମାକାରୀଙ୍କ ଜମା ଟଙ୍କା ବୁଡିବନି ବୋଲି ଅର୍ଥମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ବ୍ୟାଙ୍କ ଉପରେ ସରକାର ଓ ଆରବିଆଇ କଡା ନଜର ରଖିଥିବା ସୀତାରମଣ କହିଥିବା ବେଳେ ବ୍ୟାଙ୍କକୁ ପୁଣି ସଚଳ କରିବା ଲାଗି ଆରବିଆଇ ତାଙ୍କ ୱେବ୍‌ ସାଇଟ୍‌ରେ ପ୍ଲାନ ଅପଲୋଡ କରିଥିବା କହିଛନ୍ତି।

wp:html /wp:html

ଇୟେସ୍ ବ୍ୟାଙ୍କର ପୁନର୍ଗଠନ ଲାଗି ପୁରା ପ୍ଲାନ ପ୍ରସ୍ତୁତ ହୋଇସାରିଥିବା ଅର୍ଥମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ରିଷ୍ଟ୍ରକଚରିଂ ପରେ ନୂଆ ବୋର୍ଡ ବ୍ୟାଙ୍କର ଟେକଓଭର କରିବେ। ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସବିଆଇ ଇୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବେ। ତେବେ ଇୟେସ ବ୍ୟାଙ୍କକୁ ଏଭଳି ପରିସ୍ଥିତିରେ ପହଞ୍ଚାଇଥିବା ଲୋକଙ୍କୁ କିନ୍ତୁ ଛଡାଯିବନି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ପୁରାପ୍ରକରଣର ଯାଞ୍ଚ ହେବା ସହ ବ୍ୟାଙ୍କର କ୍ଷତି ଲାଗି ଦାୟୀ ବ୍ୟକ୍ତିଙ୍କୁ ଖୋଜି କଢାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

{"id":233957,"width":574,"height":378,"sizeSlug":"large"}

ସେ କହିଛନ୍ତି ଯେ ଇୟେସ୍ ବ୍ୟାଙ୍କ ଉପରେ ଏସବିଆଇ ଗତ ୨୦୧୭ ମସିହାରୁ ନଜର ରଖି ରହିଥିଲେ। ଏହି ବ୍ୟାଙ୍କର କର୍ମଚାରୀଙ୍କ ଲାଗି ମଧ୍ୟ ସଂକଟର କୌଣସି କାରଣ ନଥିବା ଅର୍ଥମନ୍ତ୍ରୀ କହିଥିବେ ବେଳେ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ କର୍ମଚାରୀଙ୍କ ବେତନ ସୁରକ୍ଷିତ ରହିଛି। ତେବେ ଜମାକାରୀଙ୍କ ଟଙ୍କା ଉଠାଣ ଲାଗି ଥିବା କଟକଣା ବିଶେଷ ପରିସ୍ଥିତିରେ କାର୍ଯ୍ୟକାରୀ ହେବନି ବୋଲି ମଧ୍ୟ ସୀତାରମଣ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.