୨୦ଲକ୍ଷ କୋଟିର ଆର୍ଥିକ ପ୍ୟାକେଜରେ କେଉଁ ସେକ୍ଟରକୁ ମିଳିବ କେତେ ? ଅପରାହ୍ନ ୪ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରେସ୍‌ମିଟ୍‌

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩।୦୫:  ଆଜି ଅପରାହ୍ନରେ  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରେସ୍‌ମିଟ୍‌ । କେନ୍ଦ୍ର ସରକାରଙ୍କୁ ପକ୍ଷରୁ ଗତକାଲି ଘୋଷଣା କରାଯାଇଥିବା ଆର୍ଥିକ ପ୍ୟାକେଜ୍‌ ନେଇ ସିବଶେଷ ତଥ୍ୟ ରଖିବେ ସୀତାରମଣ । ଆଜି ଅପରାହ୍ନ ୪ଟାରେ ଏହି ପ୍ରେସ୍‌ମିଟ କରିବେ ବୋଲି ଜଣାପଡିଛି । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ କ୍ଷେତ୍ର ପାଇଁ ୨୦ଲକ୍ଷ ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଥିଲେ । ଏବଂ ସେହି ପ୍ୟାକେଜ୍‌ ବିଷୟରେ ବୁଧବାର ଦିନ ଅର୍ଥମନ୍ତ୍ରୀ ଦେବେ ବୋଲି ମଧ୍ୟ ସୂଚନା ଦେଇଥିଲେ ।

wp:html /wp:html

ସୂଚନାଯୋଗ୍ୟ ଯେ,  ଦେଶରେ କରୋନା ଜନିତ ଲକ୍‌ଡାଉନ୍‌ ୩.୦ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଦେଶର ଆଗାମୀ ପଦକ୍ଷେପ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଆର୍ଥିକ ପ୍ୟାକେଜ୍‌ ନେଇ ଘୋଷଣା କରିଥିଲେ । କିନ୍ତୁ ଏହି ପ୍ୟାକେଜ୍‌ ଘୋଷଣା ନେଇ ସବିଶେଷ ତଥ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ରଖିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି ଆଜି ଅପରାହ୍ନ ୪ଟାରେ ପ୍ରେସ୍‌ମିଟ୍‌ ଜରିଆରେ ତଥ୍ୟ ରଖିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବା ସମୟରେ ‘ଆତ୍ମ ନିର୍ଭର ଭାରତ ଅଭିଯାନ’ର ଘୋଷଣା କରିଥିଲେ । ନିର୍ମଳା ସୀତାରମଣ ବୁଧବାର ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ପ୍ୟାକେଜ୍‌ର ବିସ୍ତୃତ ତଥ୍ୟ ଦେଶ ସାମ୍ନାରେ ରଖିବେ। ଏହି ୨୦ ଲକ୍ଷ କୋଟିର ଆତ୍ମ ନିର୍ଭର ଭାରତ ଅଭିଯାନ ପ୍ୟାକେଜ୍‌ ଦେଶର ମୋଟ୍‌ ଜିଡିପିର ପ୍ରାୟ ୧୦ ପ୍ରତିଶତ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଜରିଆରେ ଦେଶର ବିଭିନ୍ନ ବର୍ଗଙ୍କୁ, ଆର୍ଥିକ ବ୍ୟବସ୍ଥାର ସମସ୍ତ କ୍ଷେତ୍ରକୁ ୨୦ ଲକ୍ଷ କୋଟି ଟଙ୍କାର ସମ୍ବଳ ମିଳିବ। ଏହି ପ୍ୟାକେଜ୍‌ ୨୦୨୦ରେ ଦେଶର  ବିକାଶ ଯାତ୍ରାରେ ଆତ୍ମ ନିର୍ଭର ଭାରତକୁ ଏକ ନୂତନ ଦିଗ ଦେବ। ଆତ୍ମନିର୍ଭର ଭାରତର ସଂକଳ୍ପକୁ ସିଦ୍ଧ କରିବା ପାଇଁ ଏହି ପ୍ୟାକେଜ୍‌ରେ Land,Labour,Liquidity ଓ Laws ସବୁ ଦିଗ ଉପରେ ଗୁରୁତ୍ଵାରୋପ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.