ତାଳଚେର ଗସ୍ତରେ ଆସିବେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

Published By : Prameya-News7 Bureau | November 07, 2019 IST

ଅନୁଗୋଳ ୭।୧୧: ଆଜି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଳଚେର ଗସ୍ତରେ ଆସୁଛନ୍ତି । ୧୧ଟା ସମୟରେ ତାଳଚେରକୁ ହେଲିକପ୍ଟର ଯୋଗେ ଆସି ଭୁବନେଶ୍ବରୀ କୋଇଲା ଖଣି ପରିଦର୍ଶନ କରିବେ। ଖଣି ଅବସ୍ଥା ପରଖିବା ସହିତ ଉଚ୍ଚପଦସ୍ଥ ଅଫିସରଙ୍କ ସହ ବିଭିନ୍ନ ସଂଗଠନଙ୍କ ସହ ଆଲୋଚନା କରିବେ।

{"id":180234}

ଖଣିପାଇଁ ଜାଗାହରାଉ ଥିବା  ବିସ୍ଥାପିତ ଏବଂ ଟ୍ରକ୍ ମାଲିକଙ୍କ ସହ ଆଲୋଚନା କରିବେ। ମଧ୍ୟାହ୍ନରେ ଡେରାଠାରେ ପାଖାପାଖି ୪୭ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ନୂତନ ଡିଏଭି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସ୍ଥିର ହୋଇଛି । ତାଳଚେରର ଖଣି ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.