କେନ୍ଦ୍ର କ୍ୟାବିନେଟରେ NRCବିଲ୍‌କୁ ମଞ୍ଜୁରୀ, ସଂସଦରେ ଆଗତ ହୋଇପାରେ ବିଲ୍

Published By : Prameya-News7 Bureau | December 04, 2019 IST

ନୂଆଦିଲ୍ଲୀ ୦୪।୧୨: କେନ୍ଦ୍ର କ୍ୟାବିନେଟ୍ ର NRC ବିଲ୍ କୁ ମଞ୍ଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ NRC ବିଲ୍ କୁ ମଞ୍ଜୁରୀ ଦିଆଯାଇଛି । ଆସନ୍ତାକାଲି ଲୋକସଭାରେ ଏହାକୁ ପାରିତ କରିପାରନ୍ତି ସରକାର ।

{"id":75282,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆସାମ ପରେ ସାରା ଦେଶରେ NRC ଲାଗୁ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । ସଂସଦର ଶୀତ ଅଧିବେଶନ ସରିବା ପୂର୍ବରୁ ନାଗରିକ ସଂଶୋଧନ ବିଧେୟକକୁ କେନ୍ଦ୍ର ସରକାର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ କରିବାକୁ ଯୋଜନା ରଖିଛନ୍ତି । ତେବେ ନାଗରିକ ସଂଶୋଧିତ ବିଲକୁ ପାରିତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।

{"id":193661,"sizeSlug":"large"}

ଏହି ସଂଶୋଧିତ ବିଧେୟକ ଜରିଆରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଅଣ ମୁସଲିମ୍, ଅଳ୍ପ ସଂଖ୍ୟକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯିବାର ବ୍ୟବସ୍ଥା ରହିଛି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଓ ଇସାଇ ଭଳି ଅଳ୍ପ ସଂଖ୍ୟକ ଲୋକମାନେ ୧୨ ବର୍ଷ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିବା ପରେ ନାଗରିକତ୍ୱ ମିଳିବା ରାସ୍ତା ପରିଷ୍କାର ହୋଇଯିବ ।

{"id":137577,"sizeSlug":"large"}

ତେବେ ନାଗରିକତ୍ୱ ମିଳିବା ପୂର୍ବରୁ ଅନେକ ଆବଶ୍ୟକ ଦସ୍ତାବିଜ୍ ଦେବାକୁ ପଡ଼ିବ ବୋଲି ବିଧେୟକରେ ଉଲ୍ଲେଖ ଥିବା ଜଣାପଡ଼ିଛି । ମୋଦି-୧ ସରକାରରେ ମଧ୍ୟ ଏହି ବିଲ୍ ୧୫ ଜୁଲାଇ ୨୦୧୬ରେ ଆଗତ କରାଯାଇଥିଲା । ବିରୋଧ ଯୋଗୁଁ ରାଜ୍ୟସଭାରେ ଏହା କାଟ୍ ଖାଇଥିଲା । ସଂସଦର ଶୀତ ଅଧିବେଶନ ସରିବା ପୂର୍ବରୁ ଏହି ବିଧେୟକକୁ ସଂସଦର ଉଭୟ ଗୃହରେ ପାରିତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.