Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗି କେନ୍ଦ୍ର କ୍ୟାବିନେଟଙ୍କ ନିଷ୍ପତ୍ତି !

12/11/2019 at 3:11 PM

ନୂଆଦିଲ୍ଲୀ ୧୨।୧୧ :  କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ମହାରାଷ୍ଟ୍ରରେ  ରାଷ୍ଟ୍ରପତି ଶାସନ ଲାଗୁ ନିମନ୍ତେ ସୁପାରିଶ କରିଛି। ରାଜ୍ୟରେ ଉପୁଜିଥିବା ରାଜନୈତିକ ସଂକଟ ପରିପ୍ରେକ୍ଷୀରେ ରାଜ୍ୟପାଳ ଧାରା ୩୫୬ ଲାଗୁ ନିମନ୍ତେ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ସେହି ଅନୁସାରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ବୈଠକ ଡକାଇଥିବା ବେଳେ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଜ୍ୟରେ ସରକାର ଗଠନ ଲାଗି ବିଜେପି ନିଜ ଆଡୁ ଓହରି ଯିବା ପରେ ରାଜ୍ୟପାଳ ଶିବସେନାକୁ ଆମନ୍ତ୍ରିତ କରିବା ସହ ରବିବାର ସନ୍ଧ୍ୟା ସାଢେ ୭ ସୁଦ୍ଧା ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିଥିଲେ। ତେବେ ଶିବସେନା ଏଥିଲାଗି ଅଧିକ ୪୮ ଘଣ୍ଟା ସମୟ ମାଗିବାରୁ ରାଜ୍ୟପାଳ ତୃତୀୟ ସଂଖ୍ୟା ଗରିଷ୍ଠ ଦଳ ଏନସିପିକୁ ଆମନ୍ତ୍ରିତ କରିଛନ୍ତି।

ସରକାର ଗଠନ ଲାଗି ଏନସିପିକୁ ରାଜ୍ୟାପାଳ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯଦି ଏନସିପି ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ଦେଇ ନ ପାରେ ତେବେ ରାଜ୍ୟରେ ତତ୍କାଳ ରାଷ୍ଟ୍ରପତି ଶାସନ ଲାଗୁ ହେବ। ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ରାଷ୍ଟ୍ରପତି ଶାସନ ସୁପାରିଶ ଜଣାପଡିବା ପରେ ଶିବସେନା ସୁପ୍ରିମକୋର୍ଟରେ ପହଞ୍ଚିଯାଇଛି। ପ୍ରସଙ୍ଗରେ ଉଦ୍ଧବ ଠାକରେ ବରିଷ୍ଠ ଓକିଲ କପିଲ ଶିବଲଙ୍କ ସହ ଆଲୋଚନା କରିଥିବା ବେଳେ ରାଜ୍ୟରେ ବିକଳ୍ପ ସରକାର ଗଠନ ଲାଗି ଏନସିପି ନେତା ଶରଦ ପାୱାରଙ୍କୁ ଅଧିକୃତ କରାଯାଇଛି ବୋଲି ଏନସିପି ମୁଖପାତ୍ର ନବାବ ମଲ୍ଲିକ କହିଛନ୍ତି।

ମଲ୍ଲିକ କହିଛନ୍ତି ଯେ ରାଜଭବନ ପକ୍ଷରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ନିମନ୍ତେ ସୁପାରିଶ ଅଥବା ନିଷ୍ପତ୍ତି ନେଇ କୌଣସି ସୂଚନା ଦିଆଯାଇନି। ଯଦି ଏନସିପି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରାଜ୍ୟପାଳଙ୍କ ନିକଟରେ ନିଜର ଦାବି ଉପସ୍ଥାପିତ ନ କରେ ତେବେ ହୁଏ କିଛି ହୋଇପାରେ ବୋଲି ନବାବ ମଲ୍ଲିକ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ମଙ୍ଗଳବାର ଯିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଡକାଇଥିଲେ ଓ ବୈଠକ ପରେ ବିଦେଶ ପ୍ରସ୍ଥାନ କରିଥିଲେ।

   Related Posts