Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ, ନୂଆ ପ୍ୟାକେଜ ଘୋଷଣା ସହ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

15/04/2020 at 7:17 AM

ନୂଆଦିଲ୍ଲୀ ୧୫।୦୪: ଆଜି ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ର ପ୍ରଥମ ଦିନ । ସାରା ଦେଶରେ ମେ’ ୩ ଯାଏ ଲକ୍ ଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କର ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ ଅବଧି ଗତକାଲି ରାତି ୧୨ ଟାରେ ଶେଷ ହୋଇଛି । ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ୧୯ ଦିନ ଚାଲିବ । ତେବେ ଏପ୍ରିଲ ୨୦ ପରେ ଏହାକୁ ରାଜ୍ୟ ଅନୁଯାୟୀ ସମୀକ୍ଷା କରାଯିବ । ଏହି ଦିନ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନର ସମୀକ୍ଷା କରାଯିବ । ଜିଲ୍ଲା, ଥାନା ଏବଂ ରାଜ୍ୟ ଗୁଡ଼ିକର ସ୍ଥିତି ସମୀକ୍ଷା ପରେ ଯେଉଁ ଅଞ୍ଚଳରେ କରୋନା ହଟ୍ ସ୍ପଟ୍ ସଂଖ୍ୟା ବୃଦ୍ଧି ପାଇନଥିବ ସେଠାରେ ସର୍ତ୍ତ ଅନୁଯାୟୀ କିଛି ନିୟମ କୋହଳ କରାଯିବା ସହ ଜରୁରୀ ସେବା ଚାଲୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ବେଳେ କଟକଣା ପାଇଁ କଣ ଗାଇଡ୍ ଲାଇନ୍ ରହିବ, ସେନେଇ ଆଜି ଘୋଷଣା କରାଯିବ । ଲକ୍ ଡାଉନ୍ ସମୟ ସୀମା ବୃଦ୍ଧି ପରେ କେନ୍ଦ୍ର ସରକାର ଆଉ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ । ନୂଆ ପ୍ୟାକେଜ୍ ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ । ଆଜି ସନ୍ଧ୍ୟା ସାଢ଼େ ୫ଟାରେ କ୍ୟାବିନେଟ୍ ବୈଠକ ବସିବ । ପୂର୍ବଥର ଭଳି ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ହେବ । ବୈଠକରେ କୃଷି କ୍ଷେତ୍ର ସହିତ ଆଉ କିଛି ସେକ୍ଟରକୁ ଆଶ୍ବସ୍ତି ଦେବା ଲାଗି ନିଷ୍ପତ୍ତି ହୋଇପାରେ । ଏହା ସହ କରୋନା ମୁକାବିଲା ପାଇଁ ବଡ଼ ଯୋଜନା ଉପରେ ଆଲୋଚନା ହୋଇପାରେ । ଆଜି ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ନେଇ ଗାଇଡ୍ ଲାଇନ ଜାରି କରାଯିବ । ତେଣୁ କ୍ୟାବିନେଟରେ ଗାଇଡ୍ ଲାଇନ ସମ୍ପର୍କରେ ଆଲୋଚନା ହୋଇପାରେ ।

   Related Posts