ଆଜି କେନ୍ଦ୍ର କ୍ୟାବିନେଟ୍ର ବୈଠକ, ଚାଷୀଙ୍କ ସମସ୍ୟା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
9/12/2020 at 9:00 AM

ନୂଆଦିଲ୍ଲୀ ୦୯।୧୨: ଆଜି କେନ୍ଦ୍ରୀ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ କରୋନା ଭାଇରସ , ଭ୍ୟାକ୍ସିନ୍, କୃଷକଙ୍କ ସମସ୍ୟା ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । କିନ୍ତୁ ବୈଠକରେ ଚାଷୀ ଏବଂ କୃଷକଙ୍କ ସମସ୍ୟା ମୁଖ୍ୟ ମୁଦ୍ଦା ରହିବାର ଆଶଙ୍କା କରାଯାଉଛି ।
ଲଗାତର କିଛି ଦିନ ହେଲେ କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତିକୁ ବିରୋଧ କରି ଚାଷୀମାନେ ରାଜରାସ୍ତାରେ ବସିଛନ୍ତି । ଏପିରିକି କୃଷି ବିଲ୍କୁ ବିରୋଧର କରି ଗତ ୮ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଥିଲେ ବିଭିନ୍ନ କୃଷକ ସଂଗଠନ । ସେମାନଙ୍କୁ ଦେଶର ୧୮ଟି ରାଜନୈତିକ ଦଳ ସମର୍ଥମ ମଧ୍ୟ କରିଥିଲେ । ଆଜିର କ୍ୟାବିନେଟ୍ ବୈଠକ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପୂର୍ବରୁ ସରକାର ଓ ଚାଷୀଙ୍କ ମଧ୍ୟରେ ଯେତେଥର ବି ଆଲୋଚନା ହୋଇଛି । ସମସ୍ତ ବୈଠକ ବିଫଳ ରହିଛି । ଚାଷୀମାନେ ୩ଟି ଆଇନ୍କୁ ଫେରାଇନେବାକୁ ନିଜ ଜିଦ୍ରେ ଅଟଳ ରହିଛନ୍ତି ।
Union Cabinet meeting scheduled to be held tomorrow morning.
— ANI (@ANI) December 8, 2020
ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀର ସୀମାରେ ପ୍ରଦର୍ଶନ କରୁଥିବା କୃଷକ ନେତାଙ୍କ ସହ ସରକାର ବୁଧବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା କରିବା ନେଇ ସମ୍ଭାବନା ରହିଛି । ଏହାପୂର୍ବରୁ ମଙ୍ଗଳବାର ଗୃହମନ୍ତ୍ରୀ କୃଷକ ସଙ୍ଗଠନ ସହ ଆଲୋଚନା କରିଥିଲେ । ଏତତ୍ ବ୍ୟତୀତ ବୁଧବାର ଗୃହମନ୍ତ୍ରୀଙ୍କ ସହ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଖାଦ୍ୟମନ୍ତ୍ରୀ ପିୟୁଷ ଗୋଏଲ ୪୦ଟି କୃଷକ ସଙ୍ଗଠନ ସହ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି । କିନ୍ତୁ ଅଖିଳ ଭାରତୀୟ କୃଷକ ସଭାର ମହାସଚିବ ହନ୍ନନ ମୁଲ୍ଲା କହିସାରିଛନ୍ତି ଯେ ବୁଧବାର କୌଣସି ଆଲୋଚନା ହେବ ନାହିଁ ।
ସୂଚନାଯୋଗ୍ୟ, ସରକାର ଓ କୃଷକଙ୍କ ମଧ୍ୟରେ ପାଞ୍ଚୋଟି ପର୍ଯ୍ୟାୟରେ ଆଲୋଚନା ବିଫଳ ହୋଇଛି । ଏହାପରେ ଷଷ୍ଠ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍ପର୍ସ ବାହାରିବ ବୋଲି ଆଶା କରାଯାଉଥିଲା । ସରକାର ଆଇନରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ କୃଷକ ସଙ୍ଗଠନ ଏହାକୁ ସମ୍ପୂର୍ଣ୍ଣ ଭାବେ ରବ୍ଦ କରିବାକୁ ଦାବି କରିଛି ।