Thursday, December 12, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ର କ୍ୟାବିନେଟ୍‌ରେ ଏନ୍.ଆର୍.ସି ବିଲ୍‌କୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ୪/୧୨: କେନ୍ଦ୍ର କ୍ୟାବିନେଟ୍​ରେ ଏନ୍.ଆର୍.ସି ବିଲ୍‌କୁ ମଞ୍ଜୁରୀ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ NRC ବିଲ୍ କୁ ମଞ୍ଜୁରୀ ମିଳିଛି । ଆସାମ ପରେ ସାରା ଦେଶରେ ଏନ୍.ଆର୍.ସି ଲାଗୁ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ ।

ସଂସଦର ଶୀତ ଅଧିବେଶନ ସରିବା ପୂର୍ବରୁ ନାଗରିକ ସଂଶୋଧନ ବିଧେୟକକୁ କେନ୍ଦ୍ର ସରକାର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ କରିବାକୁ ଯୋଜନା ରଖିଛନ୍ତି । ତେବେ ନାଗରିକ ସଂଶୋଧିତ ବିଲକୁ ପାରିତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ଏହି ସଂଶୋଧିତ ବିଧେୟକ ଜରିଆରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଅଣ ମୁସଲିମ୍, ଅଳ୍ପ ସଂଖ୍ୟକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯିବାର ବ୍ୟବସ୍ଥା ରହିଛି ।

ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସୁଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାରସୀ ଓ ଇସାଇ ଭଳି ଅଳ୍ପ ସଂଖ୍ୟକ ଲୋକମାନେ ୧୨ ବର୍ଷ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିବା ପରେ ନାଗରିକତ୍ୱ ମିଳିବା ରାସ୍ତା ପରିଷ୍କାର ହୋଇଯିବ ।

122 Views

   ସମ୍ବନ୍ଧିତ ଖବର