ନୂଆଦିଲ୍ଲୀ ୩।୭: ମୁଖ୍ୟ ଖରିଫ ଫସଲ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ୩.୭ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ୨୦୧୯-୨୦ କୃଷି ବର୍ଷ ନିମନ୍ତେ ଏହି ମୂଲ୍ୟକୁ କ୍ୟାବିନେଟ୍ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଧାନ କ୍ୱିଣ୍ଟଲ ପିଛା ଦର ୬୫ ଟଙ୍କା ବଢି ୧ହଜାର ୮ଶହ ୧୫ଟଙ୍କା ହୋଇଛି। ଦେଶରେ ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଆର୍ଥିକ ବ୍ୟାପାର କମିଟି ବିଭିନ୍ନ ଫସଲର ଏମଏସପି ବୃଦ୍ଧି ନିମନ୍ତେ ସୁପାରିଶ କରିଥିଲେ। ସେହି ଅନୁସାରେ ଜ୍ୱାର ପ୍ରତି କ୍ୱିଣ୍ଟଲ ୧୨୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ରାଗି କ୍ୱିଣ୍ଟଲ ପିଛା ଦର ୨୫୩ ଟଙ୍କା ବୃଦ୍ଧି ହୋଇଥିବା କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
wp:html/wp:htmlIn a major boost to the farmers’ income, #CCEA approves the increase in the Minimum Support Prices (MSPs) for all kharif crops for 2019-20 Season.#Cabinet #CabinetDecision @nstomar @PrakashJavdekar pic.twitter.com/5554c2Fq5X
— PIB India (@PIB_India) July 3, 2019
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆର୍ଥିକ ବ୍ୟାପାର କମିଟି ବିଭିନ୍ନ କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦର ନେଇ ଦେଇଥିବା ପ୍ରସ୍ତାବ ଆଗତ ହୋଇଥିଲା। ଏଥିରେ ଖରିଫ ଋତୁ ନିମନ୍ତେ ଚଣା, ମୁଗ ଓ ହରଡାଲିର ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ସ୍ୱୀକୃତି ମିଳିଛି। ପ୍ରସ୍ତାବ ଅନୁସାରେ ଚଣା କ୍ୱିଣ୍ଟଲ ପିଛା ୧୨୫, ମୁଗ ୭୫ ଓ ହରଡ ମୂଲ୍ୟରେ ୧ଶହ ଟଙ୍କା ବୃଦ୍ଧି ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ଛଡା ଚିନା ବାଦାମ କ୍ୱିଣ୍ଟଲ ପିଛା ଦରରେ ୨୦୦ ଓ ସୋୟାବିନ ୩୧୧ ଟଙ୍କା ବୃଦ୍ଧି ହୋଇଛି। ସେହିପରି ମଧ୍ୟମ କପା ମୂଲ୍ୟରେ ପ୍ରତି କ୍ୱିଣ୍ଟଲ ୧୦୫ ଓ ଲମ୍ବା କପା ପ୍ରତି କ୍ୱିଣ୍ଟଲ ୧୦୦ ଟଙ୍କା ବୃଦ୍ଧି ହୋଇଥିବା ବୈଠକ ଶେଷରେ କୃଷିମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
wp:html/wp:htmlलाइव: कैबिनेट के फैसलों पर केंद्रीय मंत्री @PrakashJavdekar और @nstomar की प्रेस वार्ता
— पीआईबी हिंदी (@PIBHindi) July 3, 2019
Youtube: https://t.co/4iCojEBsYo
facebook: https://t.co/tstAZjCzbI https://t.co/A4Zwn6BNrI
କେନ୍ଦ୍ର ସୂଚନା ଓ ପ୍ରସାରଣମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ମାଲଦୀପ ଓ ଭାରତ ମଧ୍ୟରେ ହୋଇଥିବା ଏମଓୟୁନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି। ସେହି ଅନୁସାରେ ଉଭୟ ଦେଶମଧ୍ୟରେ ଯାତ୍ରୀ ଓ ମାଲପରିବହନ ସେବା ଆରମ୍ଭ ହେବ। ଭାରତର କୋଚ୍ଚି ଓ ମାଲଦ୍ବୀପର କୁଲହଡୁଫୁସି ମଧ୍ୟରେ ଏହି ସେବା ଆରମ୍ଭ ହେଲେପର୍ଯ୍ୟଟନ କ୍ଷେତ୍ରକୁପ୍ରୋତ୍ସାହନ ମିଳିବ ବୋଲି କହିଛନ୍ତି କେନ୍ଦ୍ରସୂଚନା ମନ୍ତ୍ରୀ।