କୋଭିଡକାଳରେ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ମିଳିଲା କ୍ୟାବିନେଟଙ୍କ ମଞ୍ଜୁରୀ, ଆଉ ୫ ମାସ ମିଳିବ ମାଗଣା ରାସନ

Published By : Prameya-News7 Bureau | June 23, 2021 IST

ନୂଆଦିଲ୍ଲୀ ୨୩।୬: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ନଭେମ୍ବର  ପର୍ଯ୍ୟନ୍ତ ଆଉ ୫ ମାସ ସମ୍ପ୍ରସାରିତ ହୋଇଛି।  ଏଥିଲାଗି ପ୍ରସ୍ତାବକୁ ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ମଞ୍ଜୁର କରିଛନ୍ତି।  ଦେଶରେ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଶଶ୍ୟ ଉପଲବ୍ଧ କରିବା ପାଇଁ ପ୍ରଚଳିତ ଏହି ଯୋଜନାରେ ୮୦ କୋଟିରୁ ଅଧିକ ଲୋକେ ଉପକୃତ ହେଉଛନ୍ତି। କୋଭିଡ-୧୯ ଦ୍ୱିତୀୟ ଲହର କାଳରେ ହିତାଧିକାରୀଙ୍କ ଆର୍ଥିକ ସଂକଟକୁ ଦୃଷ୍ଟିରେ ରଖି ସରକାର ଜୁନ୍‌ ପର୍ଯ୍ୟନ୍ତ ୨ ମାସ ଲାଗି ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ।

{"id":470207,"width":839,"height":457,"sizeSlug":"large","linkDestination":"none"}

ତେବେ ଜୁନ ପ୍ରଥମ ସପ୍ତାହରେ ଗରିବ ଲୋକଙ୍କ ନିମନ୍ତେ ଚଳାଯାଇଥିବା ଯୋଜନାକୁ ଦିପାବଳୀ ପର୍ଯ୍ୟନ୍ତ  ସମ୍ପ୍ରସାରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ସେହି ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ପ୍ରସ୍ତାବ ଉପସ୍ଥାପନ କରାଯିବା ସହ ତାହା ମଞ୍ଜୁର ହୋଇଯାଇଛି।  ଏ ନେଇ ଏକ ଅଧିକାରୀକ ବୟାନରେ ଘୋଷଣା କରାଯାଇଥିବା ବେଳେ ପିଏମଜିକେଏୱାଇ-୪ ଲାଗି ଜୁଲାଇ-ନଭେମ୍ବର ୫ ମାସ ନିମନ୍ତେ ଅତିରିକ୍ତ ଖାଦ୍ୟଶଶ୍ୟ ଆବଣ୍ଟନକୁ ମନ୍ତ୍ରୀମଣ୍ଡଳ ମଞ୍ଜୁର କରିଥିବା କୁହାଯାଇଛି।

{"id":470214,"width":837,"height":575,"sizeSlug":"large","linkDestination":"none"}

ବୟାନରେ କୁହାଯାଇଛି ଯେ ଏଥିଯୋଗୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ(ଏନଏଫଏସଏ)ରେ ସୁରକ୍ଷିତ ୮୧.୩୫ କୋଟି ଲୋକେ ଉପକୃତ ହେବେ। ଘୋଷଣା ଅନୁସାରେ ଏଥିଲାଗି ୬୪,୦୩୧କୋଟି ଟଙ୍କାର ଖାଦ୍ୟ ସବସିଡିର ଆବଶ୍ୟକତା ପଡିବାକୁ ଥିବା ବେଳେ ୩,୨୩୪.୮୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଛଡା କ୍ୟାବିନେଟ ବୈଠକରେ ସେଣ୍ଟ୍ରାଲ ରେଲସାଇଡ୍ ୱେରହାଉସ୍‌ କମ୍ପାନୀ ଲିମିଟେଡ (ସିଆରଡବ୍ଲୁସି)କୁ ଏହାର ହୋଲ୍ଡିଂ କମ୍ପାନୀ ସେଣ୍ଟ୍ରାଲ ୱେର ହାଉସିଂ କର୍ପୋରେସନ (ସିଡବ୍ଲୁସି)ଙ୍କ ସହ ମିଶ୍ରଣକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଫଳରେ ଆରଡିବ୍ଲୁସିଙ୍କ ମ୍ୟାନେଜମେଣ୍ଟ ଖର୍ଚ୍ଚରେ କର୍ପୋରେଟ କାର୍ଯ୍ୟାଳୟର ଭଡା, କର୍ମଚାରୀଙ୍କ ବେତନ ଓ ଅନ୍ୟ ପ୍ରଶାସନିକ ଖର୍ଚ୍ଚ ହ୍ରାସ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.