Covid ଲାଗି ଚଳିତବର୍ଷ କେନ୍ଦ୍ର ବଜେଟ୍ ଛପା ବନ୍ଦ ! ହେବନି ‘ହାଲୱା’ ଉତ୍ସବ

Published By : Prameya-News7 Bureau | January 11, 2021 IST

ନୂଆଦିଲ୍ଲୀ ୧୧।୧:  କେନ୍ଦ୍ର ଅର୍ଥମନ୍ତ୍ରାଳୟ ୨୦୨୧-୨୨ ବର୍ଷ ନିମନ୍ତେ ବଜେଟ୍ ପୁସ୍ତିକା ପ୍ରକାଶନ କରିବେନି। ୨୬ ନଭେମ୍ବର ୧୯୪୭ରେ ଭାରତର ପ୍ରଥମ ବଜେଟ୍‌ ପ୍ରସ୍ତୁତ ହୋଇଥିଲା। ସେବେଠାରୁ ୨୦୨୦-୨୧ ବର୍ଷର ବଜେଟ୍ ପର୍ଯ୍ୟନ୍ତ ଅର୍ଥମନ୍ତ୍ରାଳୟ ପ୍ରତିବର୍ଷ ବଜେଟ୍‌ ପୁସ୍ତିକା ଛାପିଆସୁଥିଲେ। ତେବେ ଇତିହାସରେ ପ୍ରଥମଥର କେନ୍ଦ୍ର ସରକାରଙ୍କ ବାର୍ଷିକ ଆୟବ୍ୟୟ ବିବରଣୀ ସମ୍ପର୍କିତ ତଥ୍ୟ ଅନ୍ୟ ଉପାୟରେ ପ୍ରଦାନ କରିବେ।

{"id":390738,"sizeSlug":"large","linkDestination":"none"}

କୋଭିଡ-୧୯ ଯୋଗୁ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ରବଜେଟ ସହ ସମ୍ପୃକ୍ତ କାଗଜପତ୍ର ମୁଦ୍ରଣ ନ କରିବାକୁ ଅର୍ଥମନ୍ତ୍ରାଳୟ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ମନ୍ତ୍ରୀ ଓ ସାଂସଦଙ୍କୁ ଅର୍ଥନୈତିକ ସର୍ଭେକ୍ଷଣର ସଫ୍ଟକପି ସଂସଦରେ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଯେଉଁଥିରୁ ସେମାନେ ସରକାରଙ୍କ ଆର୍ଥିକ ଆୟବ୍ୟୟର ହିସାବ ପାଇପାରିବେ ବୋଲି କୁହାଯାଇଛି।

{"id":390739,"sizeSlug":"large","linkDestination":"none"}

ପ୍ରତ୍ୟେକ ବର୍ଷ ବଜେଟ୍ ଅଧିବେଶନର ୨ ସପ୍ତାହ ପୂର୍ବରୁ ଅର୍ଥମନ୍ତ୍ରାଳୟଙ୍କ ଭୂତଳ ଛାପାଖାନାରେ ବଜେଟ୍‌ ମୁଦ୍ରଣ କରାଯାଏ। ଏଥିରେ ନିୟୋଜିତ କର୍ମଚାରୀଙ୍କ ଲାଗି ଅର୍ଥମନ୍ତ୍ରୀ ‘ହାଲୱା’ କାର୍ଯ୍ୟକ୍ରମର ଆୟୋଜନ କରନ୍ତି।  ଏହି କାର୍ଯ୍ୟକ୍ରମ ପରେ ବଜେଟ୍‌ ପୁସ୍ତିକା ଓ କାଗଜପତ୍ର ମୁଦ୍ରଣ ସହ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଛାପାଖାନାରେ ତାଲା ପକାଇ ଦିଆଯାଏ। ସଂସଦରେ ବଜେଟ ଉପସ୍ଥାନ ପରେ  ବଜେଟ ପୁସ୍ତିକା ପ୍ରକାଶନ ସହ ସମ୍ପୃକ୍ତ ସମସ୍ତ କର୍ମଚାରୀ ଛାପାଖାନାରୁ ବାହାରକୁ ବାହାରନ୍ତି। 

{"id":390742,"sizeSlug":"large","linkDestination":"none"}

ତେବେ ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର କରୋନା ଭାଇରସ ମହାମାରୀ ଲାଗି ବଜେଟ୍‌ କପିର ମୁଦ୍ରଣ ହେଉ ନଥିବା ବେଳେ ଏଥିଲାଗି ହାଲୱା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ନାହିଁ। ଯେହେତୁ ବଜେଟ୍ ସମ୍ପର୍କିତ ଦସ୍ତାବେଜ ସାଂସଦମାନଙ୍କୁ ସଫ୍ଟ କପିରେ ପ୍ରଦାନ କରାଯିବ ତେହେତୁ ବଜେଟ୍ ଦିନ ସଂସଦକୁ ଟ୍ରକ ଭର୍ତ୍ତି ବଜେଟ୍ ପୁସ୍ତିକା ଓ ତତ ସମ୍ପର୍କିତ କାଗଜପତ୍ର ଯିବ ନାହିଁ କି ସୁରକ୍ଷା କର୍ମୀଙ୍କୁ ଯାଞ୍ଚ କରିବାକୁ ପଡିବନାହିଁ।ସ୍ୱାଧାନ ଭାରତ ଇତିହାସରେ ୨୦୨୧-୨୨ ବଜେଟ୍ ପ୍ରଥମ ଥର ୭.୭ ପ୍ରତିଶତ ଆର୍ଥିକ ସଙ୍କୋଚନରେ ଆସିବ। ଏଣୁ ଆଗାମୀ ବଜେଟ୍ କିପରି ହେବ ଏବେ ତା ଉପରେ ସମସ୍ତଙ୍କ ନଜର। ମହାମାରୀ ଗ୍ରସିତ ଅର୍ଥନୀତିକୁ ବଜେଟ କିପରି ପୁଣି ପ୍ରୋତ୍ସାହିତ କରିବ ଏଥି ପାଇଁ ସରକାରଙ୍କୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

{"align":"center","id":390743,"width":436,"height":521,"sizeSlug":"large","linkDestination":"none"}

ତେବେ ଚଳିତବର୍ଷ ଯେଉଁ ବଜେଟ୍ ଆସିବ ସେପରି ବଜେଟ୍ ଭାରତବାସୀ କେବେ ଦେଖି ନଥିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତମାସରେ କହିଥିଲେ। ଏଥିପାଇଁ ମୋତେ ଆପଣମାନେ ଇନ୍-ପୁଟ୍‌ ଦିଅନ୍ତୁ ଯେପରି ଆମେ ଏପରି ଏକ ବଜେଟ୍ ପ୍ରସ୍ତୁତ କରିବା ଯାହା ୧୦୦ ବର୍ଷ ପରେ ବି ମହାମାରୀ ପର ବଜେଟ୍‌କୁ ସ୍ମରଣୀୟ କରି ରଖିବ ବୋଲି କହିଥିଲେ। ତେବେ ଏହା ସେପର୍ଯ୍ୟନ୍ତ ସମ୍ଭବ ନୁହେଁ ଯେ ପର୍ଯ୍ୟନ୍ତ ଆପଣମାନଙ୍କ ତଥ୍ୟ ଓ ଇଛାର ସୂଚୀ ଆମକୁ ନ ମିଳିଛି ବୋଲି କହିଥିଲେ ସୀତାରମଣ ।

{"id":390741,"width":574,"height":408,"sizeSlug":"large","linkDestination":"none"}

୨୦୨୧-୨୨ କେନ୍ଦ୍ରୀୟ ବଜେଟ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ସରକାରଙ୍କ ଅଷ୍ଟମ ବଜେଟ୍ ହେବ। ଏହି ବଜେଟ୍ ୧ ଫେବୃଆରୀ ୨୦୨୧ରେ ସଂସଦରେ ଉପସ୍ଥାପିତ ହେବ। ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ତୃତୀୟ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.