ବଜେଟ୍-୨୦୨୧ : କେଉଁ ଯୋଜନା ଓ କ୍ଷେତ୍ରକୁ କେତେ ଟଙ୍କା ? Live Updates...

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ,୦୧/୦୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପିତ କରିଛନ୍ତି । କରୋନା ସଙ୍କଟ ପରେ ଏହି ବଜେଟ୍ ଖୁବ୍ ଗୁରୁତ୍ୱ ବହନ କରୁଛି ।

wp:heading

ବଜେଟରେ ରହିଛି କଣ ?

/wp:heading

ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ ବେଳେ କହିଛନ୍ତି ଯେ, ବିଶ୍ୱର ଅର୍ଥନୀତି ସଙ୍କଟରେ ରହିଛି । ଦେଶର ଜିଡିପି ଲଗାତର ଦୁଇଥର ମାଇନସକୁ ଯାଇଛି । ୨୦୨୧ ଐତିହାସିକ ବର୍ଷ ହେବାକୁ ଯାଉଛି । ଏହା ଉପରେ ଦେଶର ନଜର ରହିଛି ।

ଅର୍ଥମନ୍ତ୍ରୀ ଆର୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି । ଏଥିରେ ୬୪୧୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।ଏହାସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସ୍ଥାନୀୟ ମିଶନ ଦେଶରେ ଲଞ୍ଚ୍ କରାଯିବ । ବିଭିନ୍ନ ସହରରେ ଅମୃତ ଯୋଜନାକୁ ବଢାଯିବ । ଏଥିପାଇଁ ୨୮୭୦୦୦ କୋଟି ଟଙ୍କା ଜାରି କରାଯାଇଛି । ଏହା ସହ ଅମୃତ ଯୋଜନା ୨.୦ ମଧ୍ୟ ଘୋଷଣା କରାଯାଇଛି ।

ସେହିପରି କରୋନା ଭାକସିନ୍ ତିଆରି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି । ଦେଶରେ ୭ଟି ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରାଯିବ । ଏହା ତିନି ବର୍ଷରେ ତିଆରି ହୋଇଯିବ ।

ସେହିପରି ରେଳବାଇ, ଏନଏଚଏଆଇ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅନେକ ପ୍ରକଳ୍ପରେ ପୁଞ୍ଜି ନିବେଶ ହେବ । ଏହାପୂର୍ବ ବଜେଟ୍ ତୁଳନାରେ ୩୦ ପ୍ରତିଶତ ଅଧିକ ହେବ । ରାଜ୍ୟ ଓ ଲୋକଲ ବଡିକୁ ୨ ଲକ୍ଷ କୋଟି ପ୍ରଦାନ କରାଯିବ । ତାମିଲନାଡୁରେ ୧.୦୩ ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ, କେରଳରେ ୬୫ ହଜାର କୋଟିର ଜାତୀୟ ରାଜପଥ ତିଆରି ହେବ । ଏହାସହ ମୁମ୍ବାଇ-କନ୍ୟାକୁମାରୀ ଇକୋନୋମୀ କରିଡର ଘୋଷଣା କରାଯାଇଛି । ପଶ୍ଚିବମଙ୍ଗରେ କୋଲକାତା ଓ ସିଲିଗୁଡି ପାଇଁ ମଧ୍ୟ ଜାତୀୟ ରାଜପଥ ପ୍ରକଳ୍ପକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଆହୁରି ମଧ୍ୟ ଆସାମରେ ଆସନ୍ତା ୩ ବର୍ଷ ମଧ୍ୟରେ ଜାତୀୟ ରାଜପଥ ଓ ଇକୋନୋମିକ୍ କରିଡର ପ୍ରତିଷ୍ଠା ହେବ । ଅଟୋ ସେକ୍ଟର ପାଇଁ ଭଲ୍ୟୁଣ୍ଟାରୀ ସ୍କ୍ରାପ୍ଟିଂ ପଲିସି ଘୋଷଣା ହୋଇଛି ।

ରେଳ ବଜେଟ୍ ପାଇଁ ମୋଟ୍ ୧,୧୦,୦୫୫ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି । ୨୭ଟି ସହରରେ ୧୦୧୬ କିମିର ମେଟ୍ରୋ ଲେନ୍ କାମ ହେବ ।

ବିଦ୍ୟୁତ ବିଭାଗ ପାଇଁ ୩ ଲକ୍ଷ କୋଟି ଘୋଷଣା କରାଯାଇଛି । ଏଥିରେ ହାଇଡ୍ରୋଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରାଯିବ । ସମସ୍ତ ପ୍ରକଳ୍ପ ପିପିପି ମୋଡରେ ହେବ । ସେହିପରି ମର୍ଚ୍ଚାଣ୍ଚ ସିପ୍ସ ପାଇଁ ୧୬୨୪ କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଉଜ୍ଜ୍ୱଳା ଯୋଜନାରେ ଆଉ ୧ କୋଟି ଲୋକଙ୍କୁ ଯୋଡାଯିବ । ବର୍ତ୍ତମାନ ସୁଦ୍ଧା ଏଥିରେ ୮ କୋଟି ଲୋକ ଉପକୃତ ହୋଇଛନ୍ତି । ଜମ୍ମୁ-କାଶ୍ମୀରରେ ପାଇପଲାଇନ୍ ଗ୍ୟାସ୍ ଯୋଜନାର ଆରମ୍ଭ ।

ପରିବହନ ମନ୍ତ୍ରାଳୟ ପାଇଁ ୧୧୮୧୦୧ କୋଟି ଟଙ୍କା ଅତିରିକ୍ତ ପ୍ରାବଧାନ ରଖାଯାଇଛି ।

ସହରାଞ୍ଚଳରେ ଜଳ ଜୀବନ ମିଶନ ଆରମ୍ଭ ହେବ । ଯାହାର ଉଦ୍ଦେଶ୍ୟ ୪୩୭୮ ସହରରେ ୨.୮୬ କୋଟି ଘରେ ପାଇପ୍ କନେକ୍ସନ ହେବ ।

ଘରୋଇ କ୍ଷେତ୍ରରୁ ୩୦ ହଜାର ବସ୍ ଆଣି ଚଳାଚଳ ହେବ ।

ସ୍ୱଚ୍ଛ ଭାରତ ମିଶନ ୨.୦ରେ ୨୦୨୧-୨୦୨୬ ମଧ୍ୟରେ ୧,୪୧,୬୭୮ କୋଟି ଟଙ୍କାର ଆବଣ୍ଟନ ହେବ ।ଇନସ୍ୟୁରାନ୍ସ କ୍ଷେତ୍ରରେ ୭୪ ପ୍ରତିଶତ ଏଫଡିଆଇକୁ ଅନୁମତି ପ୍ରଦାନ କରାଯାଇଛି । ପ୍ରଥମେ ଏହା ୪୯ ପ୍ରତିଶତ ଯାଏଁ ସୀମିତ ଥିଲା ।

ବ୍ୟାଙ୍କକୁ ଦେବାଳିଆ ହେବାରୁ ଓ ଋଣ ମୁକ୍ତ କରିବା ପାଇଁ ପ୍ରାବଧାନ କରାଯାଇଛି । ସରକାର ବ୍ୟାଙ୍କକୁ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିବେ ।

ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୪୨ଟି ସହର ପାଇଁ ୨୨୧୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨,୨୩,୮୪୬ କୋଟି ଟଙ୍କା ଖର୍ଚ୍ଚ ହେବ ।

ପାରାଦୀପରେ ହେବ ମାଛଧରା ହବ୍ । ଅନ୍ୟ ୪ଟି ମାଛ ଧରା ବନ୍ଦରକୁ ବିକଶିତ କରାଯିବ ।

ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ପ୍ରତିଷ୍ଠା ହେବ । ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବଜେଟ୍‌ ୨୦୨୦-୨୧ରେ ଘୋଷଣା କରାଯାଇଛି ।

୪ କୋଟି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୩୫ହଜାର କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି । ଏଥିଲାଗି ୭୫୦ଟି ମଡେଲ୍‌ ସ୍କୁଲ ପ୍ରତିଷ୍ଠା ହେବ । ଏହାସହ ୟୁଏଇ ସହାୟତାରେ ଛାତ୍ରଛାତ୍ରୀଙ୍କର କୌଶଳ ବିକାଶ କରାଯିବ ।

News-Space ଇଣ୍ଟିଆ ଲିମିଟେଡ଼୍‌ ଚଳିଚ ଥର ପିଏସ୍‌ଏଲ୍‌ଭି-CS51 ଲଞ୍ଚ କରିବ । ଚଳିତ ବର୍ଷ ଗଗନୟାନ ମିଶନର ମାନ ପରୀକ୍ଷଣ ଡିସେମ୍ବରରେ କରାଯିବ ।

ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ ଆଧାରରେ ଏକ ଟ୍ରିବ୍ୟୁନାଲ ଗଠନ କରାଯିବ । ଯାହା ବିଭିନ୍ନ କମ୍ପାନୀ ବିବାଦର ସମାଧାନ କରିବ ।

ଭାରତରେ ଆଗାମୀ ଦିନରେ ହେବାକୁ ଥିବା ଜନଗଣନା ସଂପୂର୍ଣ୍ଣ ଭାବେ ଡିଜିଟାଲ୍‌ ମାଧ୍ୟମରେ ହେବ । ଏଥିପାଇଁ ୩୭୬୦ କୋଟି ଟଙ୍କା ଆଭଣ୍ଟିତ କରାଯାଇଛି ।

LICର ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ଆଇପିଓ ଆଣିବେ ।

ଡିଜିଟାଲ୍‌ ପେମେଣ୍ଟକୁ ପ୍ରୋତ୍ସାହନ କରାଯିବ । ଏଥିଲାଗି ବଜେଟ୍‌ରେ ୧୫ଶହ କୋଟିର ବ୍ୟବବରାଦ ରଖାଯାଇଛି ।

୧୫ହଜାର ସ୍କୁଲର ଭିତ୍ତିଭୂମିକୁ ବିକଶିତ କରାଯିବ । ଦେଶରେ ଖୁବଶୀଘ୍ର ଉଚ୍ଚଶିକ୍ଷା ଆୟୋଗ ଗଠନ କରାଯିବ ।

ଦେଶରେ ପ୍ରତିଷ୍ଠା ହେବ ୭ଟି ଟେସ୍କଟାଇଲ୍‌ ପାର୍କ ।

୭୫ବର୍ଷର ଅଧିକ ବୟସ୍କଙ୍କୁ ଆୟକର ଦେବାକୁ ପଡିବ ନାହିଁ । ସୁଧ ଓ ପେନ୍‌ସନ୍‌ ଉପରେ ଆୟକର ଦେବାକୁ ପଡିବନାହିଁ ।

FCIକୁ ମିଳୁଥିବା NSSF ଲୋନ ବନ୍ଦ କରାଯାଇଛି ।

ଗତିକିଛି ମାସ ହେଲା ଜିଏସ୍‌ଟିର ଆଦାୟରେ ବୃଦ୍ଧି ପାଇଛି ।

ମୋବାଇଲ ଉପରେ ୨.୫ କଷ୍ଟମ ଡ୍ୟୁଟି ବଢାଯାଇଛି । ଯାହାଫଳରେ କି ମୋବାଇଲ୍‌ର ଦାମ୍‌ ବଢିପାରେ ।

ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି କମାଯାଇଛି । ଯାହାଫଳରେ ସୁନା ଓ ରୁପାର ଦାମ୍‌ କମିପାରେ ବୋଲି ଆଶା କରାଯାଉଛି ।

ଧାନ କିଣିବା ପାଇଁ ୧ ଲକ୍ଷ ୭୨ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି ।

ଇନ୍ସ୍ୟୁରାନ୍ସ ସେକ୍ଟରରେ ୭୪ ପ୍ରତିଶତ ଏଫଡିଆଇକୁ ମଞ୍ଜୁରୀ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.