ବଜେଟ୍ ୨୦୨୧ : କୋଭିଡ୍ ଟିକା ପାଇଁ ୩୫ ହଜାର କୋଟି

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ ୧।୨: ଚଳିତ ବର୍ଷର ସାଧାରଣ ବଜେଟ୍ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ମହାମାରୀ କାଳରେ ଏହା ମୋଦି ସରକାରଙ୍କ ପ୍ରଥମ ବଜେଟ୍ । ଚଳିତ ଥର ଡିଜିଟାଲ ବଜେଟ୍ ଉପସ୍ଥାପନ ହୋଇଛି । ୨୦୨୧ ଐତିହାସିକ ବର୍ଷ । ଚଳିତ ବଜେଟ୍ ଉପରେ ସାରା ଦେଶର ନଜର ରହିଛି । ସାଧାରଣ ଲୋକଙ୍କୁ ସହାୟତା ଯୋଗାଇବାକୁ ମୋଦି ସରକାର କାମ କରୁଛନ୍ତି । କରୋନା ସଙ୍କଟ ସମୟରେ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗକୁ ସରକାର ସହାୟତା ପ୍ରଦାନ କରିଛନ୍ତି । ବିଶ୍ବ ଅର୍ଥନୀତିରେ ଏକ ଅଦ୍ଭୁଦପୂର୍ବ ମନ୍ଥରତା ଦେଖାଦେଇଛି ।

ଆତ୍ମନିର୍ଭର ଭାରତ ପ୍ୟାକେଜ ଫଳରେ ଢାଞ୍ଚାଗତ ସୁଧାର ବୃଦ୍ଧି ହୋଇଛି । ୨୦୨୧ରେ ମଧ୍ୟ କରୋନା ସହ ସଂଘର୍ଷ ଜାରି ରହିବ । ସ୍ବାଧିନ ଭାରତର ଏହା ଅଷ୍ଟମ ଜନଗଣନା ବର୍ଷ । କୃଷକଙ୍କ ଆୟ ଦୁଇ ଗୁଣ ବୃଦ୍ଧି କରିବା ଲକ୍ଷ୍ୟ ରହିଛି । ଚଳିତବର୍ଷ ବଜେଟ୍ ପ୍ରସ୍ତାବ ଛଅ ଆଧାର ରହିଛି । ସ୍ବାସ୍ଥ୍ୟରେ ତିନି କ୍ଷେତ୍ରରେ ଧ୍ୟାନ ରଖାଯାଇଛି । ସ୍ବାସ୍ଥ୍ୟ ଏବଂ ସମୃଦ୍ଧି ପ୍ରସ୍ତାବର ପ୍ରଥମ ଆଧାର । ପ୍ରତିରୋଧ, ଚିକିତ୍ସା ଏବଂ ଅନୁସନ୍ଧାନ ଉପରେ ଗୁରୁତ୍ବ । ସମନ୍ବିତ ସ୍ବାସ୍ଥ୍ୟ ସୂଚନା ପୋର୍ଟାଲ ପ୍ରସ୍ତୁତ ହେବ ।

ସମଗ୍ର କୋଭିଡ୍ ପ୍ୟାକେଜ୍ ଜିଡିପିର ୧୩% ରହିଛି । ଆତ୍ମନିର୍ଭର ଭାରତ ପ୍ୟାକେଜରେ ମୋଟ୍ ୨୭.୧ ଲକ୍ଷ କୋଟି ଟଙ୍କାର ସହାୟତା ଜାରି କରାଯାଇଛି । ବାୟୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ୨୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି । ସ୍ବାସ୍ଥ୍ୟ ପାଇଁ ୨.୨୩ ହଜାର କୋଟିର ବ୍ୟବସ୍ଥା କରାଯାଇଛି । କୋଭିଡ୍ ଟିକାକରଣ ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି । ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାର ଘୋଷଣା କରାଯାଇଛି । ଏହା ଅଧିନରେ ସହରରେ ଅମୃତ ଯୋଜନାକୁ ଆଗକୁ ବଢାଯିବ । ଏଥିପାଇଁ ୨,୮୭,୦୦୦ କୋଟି ଟଙ୍କା ଜାରି କରାଯାଇଛି ।

ମହାମାରୀ ସମୟରେ ୮୦ କୋଟି ଲୋକଙ୍କୁ ମାଗଣାରେ ଶଷ୍ୟ ଯୋଗାଇ ଦିଆଯାଇଛି । ୪୦ କୋଟି ଲୋକଙ୍କ ଖାତାରେ ଟଙ୍କା ଆସିଛି । ଭାରତରେ କରୋନା ମୃତ୍ୟୁ ହାର କମିଛି । ସମସ୍ତଙ୍କୁ ଶିକ୍ଷା ଦେବା ସରକାରଙ୍କ ଲକ୍ଷ୍ୟ ।

ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ, କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ପୁନଃଉଦ୍ଧାର କରିବାକୁ ଏହି ବଜେଟ୍ ସହାୟକ ହେବ । ଆହୁରି ମଧ୍ୟ କହିଛନ୍ତି ଯେ, ନୂତନ ବଜେଟରେ କେବଳ ବହି କିମ୍ବା ଆକାଉଣ୍ଟ କିମ୍ବା ପୁରୁଣା ଯୋଜନା ଉପସ୍ଥାପନ କରିବାଠାରୁ ଏହି ବଜେଟ୍ ଭିନ୍ନ ହେବା ଉଚିତ୍ । ବିଶେଷଜ୍ଞମାନେ ଚାହୁଁଛନ୍ତି ଯେ ଏହି ବଜେଟ୍ କିଛି ଉପାୟରେ ହେଉ ଯାହା ଭବିଷ୍ୟତର ରାସ୍ତା ଦେଖାଇବା ଏବଂ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିକୁ ଫେରାଇ ଆଣିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.