୧ ଫେବୃଆରୀ ପୂର୍ବାହ୍ନ ୧୧ଟାରେ ୨୦୨୧-୨୨ ଲାଗି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍‌

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪/୦୧: ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍‌ ୨୦୨୧ । ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ଜାନୁଆରୀ ୨୯, ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ କରିବେ। ଫେବୃଆରୀ ୧(ସୋମବାର) ୧୧ଟାରେ କେନ୍ଦ୍ରୀୟ ବଜେଟ୍‌ ୨୦୨୧-୨୨ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଦିନ ୧୧ରୁ ବଜେଟ ଭାଷଣ ହେବ। ତେବେ ପୂର୍ବରୁ ରେଳ ବଜେଟ ପୃଥକ ଭାବେ ଉପସ୍ଥାପିତ ହେଉଥିବା ବେଳେ ଏହି ପ୍ରଥାକୁ ୨୦୧୭ରେ ସାମପ୍ତ କରାଯାଇଥିଲା। ତେଣୁ ଚଳିତବର୍ଷ ରେଳ ବଜେଟ୍‌ କେନ୍ଦୀୟ ବଜେଟ୍‌ ସହିତ ଆସିବ। କରୋନା କାଳରେ ଭାରତୀୟ ଅର୍ଥବ୍ୟବସ୍ଥା ସଂକଟରେ ପଡ଼ିଥିବା ବେଳେ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍‌ ବଜେଟ୍‌ ଉପସ୍ଥାପନ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଚଳିତ ଥର ବଜେଟ କପି ପ୍ରିଣ୍ଟ କରାଯିବ ନାହିଁ। ଏପରି ୨୬ ନଭେମ୍ବର ୧୯୪୭ରୁ କେବେ ବି ହୋଇନଥିଲା। ଅର୍ଥ ମନ୍ତ୍ରାଳୟର ନର୍ଥ ବଲ୍କ ବଜେଟ୍‌ ପ୍ରିଣ୍ଟିଂ ପାଇଁ ସମର୍ପିତ ଥିବା ବେଳେ ଏଥି ପାଇଁ ୧୦୦ କର୍ମଚାରୀ ମଧ୍ୟ କାର୍ଯ୍ୟ କରୁଥିଲେ। କିନ୍ତୁ କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଏଭଳି ପଦକ୍ଷେ ସରକାର ଗ୍ରହଣ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.