SBI ପରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଲୋନ୍ ହେଲା ଶସ୍ତା, ୦.୧୫ ପ୍ରତିଶତ କମିଲା ସୁଧ ହାର

Published By : Prameya-News7 Bureau | May 08, 2020 IST

ମୁମ୍ଵାଇ ୦୮।୦୫: ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ MCLRରେ ୧୫ ବେସିସ୍ ପଏଣ୍ଟ ଅର୍ଥାତ ଲୋନ୍ ନେବା ଉପରେ ସୁଧ ହାର ହ୍ରାସ କରିଛି। ଫଳରେ ଲୋକଙ୍କୁ ଲୋନ୍ ନେବା ଶସ୍ତା ହେବ। ଏହି ହ୍ରାସ ମେ ୧୧ରୁ ଲାଗୁ ହେବ। ୨୦୧୯ ଜୁଲାଇ ପରଠୁ ବ୍ୟାଙ୍କ ଏମସିଏଲଆରରେ କ୍ରମାଗତ ହ୍ରାସ କରି ଚାଲିଛି।

ବ୍ୟାଙ୍କ ନିଜର ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ, ୨୦୧୯ ଜୁଲାଇ ପରଠୁ ବ୍ୟାଙ୍କ ଏମସିଏଲଆରରେ କ୍ରମାଗତ ୧୧ଥର କମ କରିଛି। ବ୍ୟାଙ୍କ ନିଜର ବିବୃତ୍ତିରେ କହିଛି ଗୋଟିଏ ବର୍ଷର ଏମସିଏଲଆରରକୁ ୦.୦୫ ପ୍ରତିଶତ କମ୍ କରାଯାଇ ୭.୭୫ ପ୍ରତିଶତରୁ ୭.୭୦ ପ୍ରତିଶତ କରାଯାଇଛି।

ଗୋଟିଏ ଦିନର ଏମସିଏଲଆରକୁ ୭.୩୦ ରୁ ୭.୧୫ ପ୍ରତିଶତ କରାଯାଇଛି। ଗୋଟିଏ ମାସର ଏମସିଏଲଆରକୁ ୦.୧୦ ପ୍ରତିଶତ କମ କରାଯାଇ ୭.୨୫ ପ୍ରତିଶତ କରାଯାଇଛି। ବ୍ୟାଙ୍କ ତିମି ମାସିଆ ଓ ଛଅ ମାସିଆର ଏମସିଏଲଆରରେ  ୦.୦୫ ପ୍ରତିଶତ କମ କରି ଯଥାକ୍ରମେ ୭.୪୦ ପ୍ରତିଶତ ଓ ୭.୫୫ ପ୍ରତିଶତ କମ କରିଛନ୍ତି।

ଏହା ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏମସିଏଲଆରରେ ୦.୧୫ ପ୍ରତିଶତ ହ୍ରାସ କରିଥିଲା। ଏସବିଆଇ ଏକ ବର୍ଷିଆ ଏମସିଏଲଆରରେ ୭.୪୦ ରୁ ହ୍ରାସ କରି ୭.୨୫ ପ୍ରତିଶତ କରିଛି। ଏହା ବ୍ୟତୀତ ସବୁଠୁ ବଡ ବ୍ୟାଙ୍କ ଏସବିଆଇ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ଜମା ଯୋଜନା ଆରମ୍ଭ କରିଛି।

ଏହା ପୂର୍ବରୁ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର MCLRରେ ହ୍ରାସ ଘୋଷଣା କରିଥିଲେ। ଦୁଇ ବ୍ୟାଙ୍କ ୧୦୧-୧୦ ବେସିସ୍‌ ପଏଣ୍ଟ କମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.