Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୩ ସରକାରୀ ବ୍ୟାଙ୍କ ଶସ୍ତା କଲେ ସୁଧ ହାର, ଗ୍ରାହକଙ୍କୁ ଋଣ ନେବା ହେବ ସହଜ

10/08/2020 at 5:04 PM

ନୂଆଦିଲ୍ଲୀ ୧୦।୦୮: ସାର୍ବଜନୀନ କ୍ଷେତ୍ରରର ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ବିଭିନ୍ନ ଅବଧିର ଋଣ ଉପରେ ପାଣ୍ଠିର ମାର୍ଜିନାଲ କଷ୍ଟ ଆଧାରିତ ସୁଧ ହାର (MCLR) କୁ ୦.୧୫ ପ୍ରତିଶତ ହ୍ରାସ କରିଛି। ଏହି ନୂତନ ହାର ଅଗଷ୍ଟ ୧୧ରୁ କାର୍ଯ୍ୟକାରୀ ହେବ।

ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ବର୍ଷର ଏମସିଏଲଆରକୁ ୭.୪୦ ପ୍ରତିଶତରୁ ହ୍ରାସ କରି ୭.୨୫ ପ୍ରତିଶତ କରିଛି। ଗୋଟିଏ ଦିନର ଋଣ ପାଇଁ ଏମସିଏଲଆର ୬.୮୦ ପ୍ରତିଶତ କରାଯାଇଥିବା ବେଳେ ତିନି ମାସ ଏବଂ ଛଅ ମାସର ଅବଧିର ଋଣ ପାଇଁଏମସିଏଲଆର ଯଥାକ୍ରମେ ୬.୯୫ ପ୍ରତିଶତ ଓ ୭.୧୦ ପ୍ରତିଶତ ରହିବ। ୨୦୧୯  ଜୁଲାଇ ପରଠୁ ମାନକ ହାର କ୍ରମାଗତ ୧୪ତମ ଥର  ହ୍ରାସ କରାଯାଇଛି।

ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ

ସାର୍ବଜନୀନ କ୍ଷେତ୍ରର ଆଉ ଏକ ବ୍ୟାଙ୍କ ଆଇଓବି(ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ)ମଧ୍ୟ ସମସ୍ତ ଅବଧିର ଋଣ ପାଇଁ ଏମସିଏଲଆର ୦.୧୦ ପ୍ରତିଶତ ହ୍ରାସ କରିଛି। ଆଇଓବି ଗତ ସପ୍ତାହରେ ସେୟାର ବଜାରକୁ ଦେଇଥିବା ସୂଚନାରେ କହିଛି ଗୋଟିଏ ବର୍ଷ ପାଇଁ ବ୍ୟାଙ୍କ ଏମସିଏଲଆର ୭.୭୫ ପ୍ରତିଶତରୁ କମ କରି ୭.୬୫ ପ୍ରତିଶତ କରିଛି। ଏହି ନୂତନ ଦର ଅଗଷ୍ଟ ୧୦ ତାରିଖ ଅର୍ଥାତ ଆଜିଠୁ ଲାଗୁ ହୋଇଛି।

ବ୍ୟାଙ୍କ ଅଫ ମହାରାଷ୍ଟ୍ର

ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଅଫ ମହାରାଷ୍ଟ୍ର(ବିଓଏମ) ବଛା ବଛା ପରିପକ୍ଵ ଅବଧି ବିଶିଷ୍ଟ ଋଣ ପାଇଁ ମାର୍ଜିନାଲ କଷ୍ଟ ଆଧାରିତ ସୁଧ ହାର (MCLR)ରେ ୦.୨୦ ପ୍ରତିଶତ ହ୍ରାସ କରିଛି। ପୁଣେ ସ୍ଥିତ ଏହି ବ୍ୟାଙ୍କ ଦ୍ଵାରା ଏମସିଏଲଆରରେ କ୍ରମାଗତ ପଞ୍ଚମ ଥର ହ୍ରାସ କରାଯାଇଛି। ଗୋଟିଏ ବର୍ଷର ଏମସିଏଲଆରକୁ ୦.୧୦ ପ୍ରତିଶତରୁ କମ କରି ୭.୫୦ ପ୍ରତିଶତରୁ ୭.୪୦ ପ୍ରତିଶତ କରାଯାଇଛି। ଗୋଟିଏ ଦିନର ଏମସିଏଲଆରକୁ ସାତରୁ ହ୍ରାସ କରି ୬.୮୦ ପ୍ରତିଶତ କରାଯାଇଛି।  

   Related Posts