କେନ୍ଦ୍ର ଆୟୁଷମନ୍ତ୍ରୀ କହିଲେ ଆୟୁର୍ବେଦରେ କୋଭିଡ-୧୯ ଚିକିତ୍ସା ସମ୍ଭବ !

Published By : Prameya-News7 Bureau | April 07, 2020 IST

ପଣାଜୀ ୭।୪ : ବିଶ୍ୱରେ ଆତଙ୍କର କାରଣ ହୋଇଥିବା ନୋଭେଲ କରୋନା ଭାଇରସର ଚିକିତ୍ସା ଭାରତୀୟ ଆୟୁର୍ବେଦରେ ସମ୍ଭବ। ଏହା କହିଛନ୍ତି କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ। ଏ ନେଇ ସେ କୌଣସି ବୈଜ୍ଞାନିକ ପ୍ରମାଣ ଉପସ୍ଥାପନ କରିପାରିନଥିଲେ ମଧ୍ୟ ଉପୁଜିଥିବା ପରିସ୍ଥିତିରେ ଭାରତୀୟ ଚିକିତ୍ସା ବିଜ୍ଞାନର ସହାୟତା ନିଆଯାଇପାରେ ବୋଲି ମନ୍ତ୍ରୀ ନାୟକ କହିଛନ୍ତି।  

{"id":250542,"width":578,"height":474,"sizeSlug":"large"}

ପୂର୍ବରୁ କରୋନା ସଂକ୍ରମିତ ବ୍ରିଟେନ ରାଜପରିବାରର ସଦସ୍ୟ ପ୍ରିନ୍ସ ଚାର୍ଲସ୍ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇଥିବା ନାୟକ କହିଥିଲେ। ତାଙ୍କର ବିବାଦୀୟ ବକ୍ତବ୍ୟ କିନ୍ତୁ ଗ୍ରହଣୀୟ ହୋଇନଥିଲା।  ସେ କହିଥିଲେ ଯେ ବେଙ୍ଗାଲୁରୁର ଜନୈକ ବୈଦ୍ୟ ତାଙ୍କର କୋବିଡ-୧୯ ଚିକିତ୍ସା କରିଥିଲେ। ତେବେ ଏପରି କୌଣସି ଚିକିତ୍ସା କରାଇଥିବା ଚାର୍ଲସ ଅସ୍ୱୀକାର କରିଥିଲେ।

{"id":250543,"sizeSlug":"large"}

ତେବେ ତାଙ୍କ ଦେଶରେ ଆୟୁର୍ବେଦକୁ ମାନ୍ୟତା ମିଳିନଥିବାରୁ ଚାର୍ଲସ ଅସ୍ୱୀକାର କରୁଥାଇପାରନ୍ତି ବୋଲି ନାୟକ କହିଥିଲେ। ହେଲେ ଆୟୁର୍ବେଦର କେଉଁ ଔଷଧରେ ଚାର୍ଲସ ଭଲ ହୋଇପାରିଛନ୍ତି ତାହା କିନ୍ତୁ ନାୟକ କହିପାରିନଥିଲେ। ହେଲେ ଦେଶରେ କରୋନା ଜନିତ ପରିସ୍ଥିତିରେ ନିଶ୍ଚିତ ଆୟୁର୍ବେଦ କାମରେ ଆସିପାରେ ବୋଲି କହିଛନ୍ତି। ତେବେ ଆୟୁର୍ବେଦର କିଛି ଫର୍ମୂଲା ଉପରେ ଏବେ ଗବେଷଣା କରାଯାଉଥିବା ନାୟକ କହିଛନ୍ତି। ଯଦି ଏଥିରୁ କୌଣସି ଫର୍ମୂଲା କୋଭିଡ-୧୯ ଚିକିତ୍ସାରେ ସହାୟକ ପ୍ରମାଣିତ ହୁଏ ଦେଶରେ ସମସ୍ତ ରୋଗୀଙ୍କର ଆୟୁର୍ବେଦ ଚିକିତ୍ସା ହେବ ବୋଲି ନାୟକ କହିଛନ୍ତି। ଏପରି ଔଷଧର  ବୈଜ୍ଞାନିକ ବୈଧତା ନେଇ ହଜାର ହଜାର ବର୍ଷରୁ ପ୍ରମାଣିତ ଥାଇ ମଧ୍ୟ ଏବେ ପୁଣି ପରୀକ୍ଷା ନିରିକ୍ଷା କରାଯାଉଥିବା ନାୟକ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.