Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଶରଦ ପାଓ୍ଵାରଙ୍କୁ କୃଷି ମନ୍ତ୍ରୀ ତୋମାରଙ୍କ ଜବାବ- ଆପଣ ବରିଷ୍ଠ ନେତା, କୃଷକଙ୍କୁ ସଠିକ୍ କଥା ଜଣାନ୍ତୁ

31/01/2021 at 9:22 PM

ନୂଆଦିଲ୍ଲୀ ୩୧।୦୧: କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପୁଣି ଥରେ ତିନି କୃଷି ଆଇନ୍‌ର ଫାଇଦା ବିଷୟରେ ଗଣିଛନ୍ତି। ଏନସିପି ମୁଖ୍ୟ ଶରଦ ପାଓ୍ଵାର ଶନିବାର କହିଥିଲେ, ଏହି ଆଇନ ସର୍ବନିମ୍ନ ସହାୟକ ମୂଲ୍ୟ(ଏନସିପି) ଉପରେ କୁପ୍ରଭାବ ପକାଇବ ଓ ମଣ୍ଡି ସିଷ୍ଟମକୁ ଦୁର୍ବଳ କରି ଦେବ। ପଓ୍ଵାରଙ୍କ ଏହି ଅଭିଯୋଗ ଉପରେ କୃଷି ମନ୍ତ୍ରୀ ଜବାବ ଦେଇଛନ୍ତି।

କୃଷି ମନ୍ତ୍ରୀ ଟ୍ଵିଟ୍ କରି କହିଛନ୍ତି, ଶରଦ ପାଓ୍ଵାର  ଜଣେ ବରିଷ୍ଠ ନେତା ଏବଂ ପୂର୍ବତନ କୃଷି ମନ୍ତ୍ରୀ। ତାଙ୍କୁ କୃଷି ସଂପର୍କିତ ପ୍ରସଙ୍ଗ ଓ ସମାଧାନର ବିଶେଷଜ୍ଞ କୁହାଯାଏ। ସେ ନିଜେ ନିଜ କାର୍ଯ୍ୟକାଳ ସମୟରେ ଅନେକ କୃଷି ସୁଧାର ପାଇଁ ପଦକ୍ଷେପ ନେଇଥିଲେ। ସେ ନିଜର ଅନୁଭବ ଓ ବିଶେଷଜ୍ଞ ଆଧାରରେ ନିଜର କଥା ରଖନ୍ତି, ହେଲେ ତିନି କୃଷି ଆଇନ୍ ଉପରେ ତାଙ୍କର ଭ୍ରମିତ ଟ୍ଵିଟ୍ ଦେଖି ମୁଁ ଆଚମ୍ବିତ। ମୁଁ ତାଙ୍କ ଅଭିଯୋଗ ଉପରେ କିଛି ତଥ୍ୟ ସ୍ପଷ୍ଟ କରିବାକୁ ଚାହୁଁଛି।

ଜୃଷି ମନ୍ତ୍ରୀ ଲେଖିଛନ୍ତି ଯେ, ନୂତନ କୃଷି ଆଇନ୍‌ ପାଇଁ ନିଜର ଫସଲ ବିକିବା ପାଇଁ ନୂତନ ବ୍ୟବସ୍ଥାର ବିକଳ୍ପ ରହିଛି। ଏହାରି ଆଧାରରେ ସେମାନେ ନିଜର ଫସଲ ରାଜ୍ୟ ବାହାରର କୌଣସି ବି ଜାଗାରେ କାହାକୁ ବି ସହଜରେ ବିକ୍ରି କରି ପାରିବେ। ଏଥିରେ ସେମାନଙ୍କୁ ନିଜ ଫସଲର ଉଚିତ୍ ମୂଲ୍ୟ ମିଳି ପାରିବ। ଏଥିରେ ବର୍ତ୍ତମାନର ଏମଏସପି ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଏଥିରେ ପ୍ରତିଯୋଗିତା ବଢିବ ଏବଂ ସର୍ଭିସ ଓ ଭିତ୍ତିଭୂମି ଉପରେ ସକରାତ୍ମକ ପ୍ରଭାବ ପଡିବ।

କୃଷକଙ୍କୁ ଠିକ୍ ଜିନିଷ କୁହନ୍ତୁ ପାଓ୍ଵାର

ଶରଦ ପାଓ୍ଵାର ଜଣେ ବରିଷ୍ଠ ନେତା ଏବଂ ଅଭିଜ୍ଞ ନେତା। ତାଙ୍କ ପାଖରେ ସଠିକ୍ ତଥ୍ୟ ରହିଛି, ତେଣୁ ଆଶା କରୁଛି ସେ ନିଜର ଆଭିମୁଖ୍ୟ ବଦଳାଇବେ। ଏହି ଆଇନ୍‌ର ଫାଇଦା କୃଷକଙ୍କୁ ଜଣାଇବେ। ଆପଣ ଜଣେ ବରିଷ୍ଠ ନେତା ହିସାବରେ କୃଷକଙ୍କୁ ସଠିକ୍ ଜିନିଷ ବିଷୟରେ ଜଣାଇବେ। ପାଓ୍ଵାର କହିଥିଲେ ଯେ, ନୂତନ ଆଇନ୍‌ ଏମଏସପିରେ ଫସଲ କିଣିବାର ଢାଞ୍ଚା ଉପରେ କୁପ୍ରଭାବ ପଡିବ। ଏଥିରେ ମଣ୍ଡି ପ୍ରଣାଳୀ ଦୁର୍ବଳ ହୋଇଯିବ।

   Related Posts