Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଚାଷୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିବେଦନ, ଜାଣନ୍ତୁ କହିଛନ୍ତି କ’ଣ?

10/04/2021 at 7:03 PM

ନୂଆଦିଲ୍ଲୀ ୧୦।୪: କେନ୍ଦ୍ର ସରକାରଙ୍କର କୃଷି ଆଇନ ବିରୋଧରେ ଲଗାତାର ବିରୋଧ କରୁଥିବା ଚାଷୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ନରେ୍ଦ୍ର ସିଂ ତୋମାର ଶନିବାର ନିବେଦନ କରିଛନ୍ତି। ଏଥିରେ ଦେଶରେ କରୋନା ଦ୍ୱିତୀୟ ଲହର ଚାଲୁଥିବା ନେଇ ସେ ସୂଚନା ଦେବା ସହ ଆନ୍ଦୋଳନ ସ୍ଥଳରୁ ମହିଳା ଓ ଶିଶୁଙ୍କୁ ଘରକୁ ପଠାଇ ଦେବାକୁ ଅନୁରୋଧ କରିଛନ୍ତି। ସରକାର ଚାଷୀଙ୍କ ସହ ଆନ୍ଦୋଳନ ଲାଗି ପ୍ରସ୍ତୁତ ଓ ଚାଷୀ ଯେତେବେଳେ ଚାହିଁବେ ସରକାର ତାଙ୍କ ସହ ଆଲୋଚନାକୁ ଆସିବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବିଭିନ୍ନ ଅର୍ଥଶାସ୍ତ୍ରୀ ଓ କୃଷକ ସଙ୍ଗଠନମାନେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ହେଲେ କେତେକ ଚାଷୀ କେବଳ ଆନ୍ଦୋଳନ କରୁଛନ୍ତି। ତେବେ ଆଇନର କେଉଁ ବିଷୟକୁ ଚାଷୀ ବିରୋଧ କରୁଛନ୍ତି ସେ ନେଇ ସ୍ପଷ୍ଟ ଭାବେ କିଛି କହୁନାହାନ୍ତି। ଏଥିଲାଗି ଚାଷୀ ସଙ୍ଗଠନଙ୍କ ସହ ସରକାର ୧୧ ଥର ଆଲୋଚନା କରିଛନ୍ତି। ପ୍ରତି ଥର ଆଇନର କେଉଁ ପ୍ରାବଧାନରେ  ଚାଷୀଙ୍କ ଅସନ୍ତୋଷ ତାହା ଜାଣିବା ଲାଗି ସରକାର ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି ତୋମାର। ହେଲେ ପ୍ରତି ଥର ଚାଷୀ ଏହାକୁ ଟାଳି ଯାଇଥିବା ବେଳେ ଏ ନେଇ କୌଣସି କାରଣ ମଧ୍ୟ ଜଣାଉ ନାହାନ୍ତି।

ଯଦି ସରକାର ପ୍ରସଙ୍ଗରେ ଆଲୋଚନା କରି ନଥାନ୍ତେ ତେବେ ଚାଷୀଙ୍କ ଆନ୍ଦୋଳନକୁ ଯଥାର୍ଥ କୁହଯାଇଥାନ୍ତା। ହେଲେ ସରକାର ଆଲୋଚନା ଚାହୁଁଛନ୍ତି କିନ୍ତୁ ଚାଷୀ ଆସୁନଥିବା ସେ କହିଛନ୍ତି। ତେବେ ଆଗାମୀ ଆଲୋଚନା କେବେ ଓ କେଉଁଠି ହେବ ସେ ନେଇ ଚାଷୀ ନିଷ୍ପତ୍ତି ନେବେ ବୋଲି ତୋମାର କହିଛନ୍ତି। ତେବେ ବର୍ତ୍ତମାନ ଲାଗି ବୟସ୍କ ଓ ପିଲାଙ୍କୁ ଆନ୍ଦୋଳନ ସ୍ଥଳରୁ ଚାଷୀ ଘରକୁ ପଠାଇ ଦିଅନ୍ତୁ ବୋଲି ତୋମାର ଅନୁରୋଧ କରିଛନ୍ତି। କରୋନା ଦ୍ୱିତୀୟ ଲହର ଗତବର୍ଷ ବ୍ୟାପିଥିବା ସଂକ୍ରମଣ ଠାରୁ ମଧ୍ୟ ଅଧିକ ସଂକ୍ରାମକ ବୋଲି ସେ କହିଛନ୍ତି। ଏଣୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଚାଷୀ ଆଗାମୀ ପଦକ୍ଷେପ ନିଶ୍ଚିତ କରନ୍ତୁ ବୋଲି ତୋମାର କହିଛନ୍ତି।

   Related Posts