ରାଜ୍ୟ ସରକାର ଖର୍ଚ୍ଚ କରିନଥିବା କେନ୍ଦ୍ରୀୟ ଅନୁଦାନର ତାଲିକା ଦେଲେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ, ଧର୍ମେନ୍ଦ୍ର କହିଲେ କାଳିଆ ଯୋଜନାରେ ହୋଇଛି ଜାଲିଆତି

Published By : Prameya-News7 Bureau | February 26, 2019 IST

କଟକ୨୬|୨: ଆଜି କଟକ ବିଦ୍ୟାଧରପୁରଠାରେ ଥିବା ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଏକ କୃଷି ମେଳାର ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂ। ତେବେ ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ରାଜ୍ୟ ସରକାରଙ୍କ ଉପରେ ବେଶ୍ ବର୍ଷିଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଯୋଜନାର  ରାଜ୍ୟରେ ସଫଳ ରୂପାୟନ ହେବାରେ ବାଟ ଓଗାଳୁଛନ୍ତି ରାଜ୍ୟ ସରକାର। ଏଭଳି ଜନ ବିରୋଧି ସରକାରଙ୍କୁ ଜନତା କ୍ଷମା ଦେବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ କେନ୍ଦ୍ର ପେଟ୍ରିଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କାଳିଆ ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଜାଲିଆତି ହୋଇଛି । ତେଣୁ କାଳିଆ ହିତାଧିକାରୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦେଉ ନାହାଁନ୍ତି ରାଜ୍ୟ ସରକାର ।

{"id":88954}

ଅବସର ଥିଲା କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ କୃଷି ମେଳା । ଏହି ଅବସରରେ କିନ୍ତୁ ରାଜ୍ୟ ସରକାରଙ୍କୁ  ଟାର୍ଗେଟ୍ କରିବାରେ ଆଦୌ ହେଳା କରିନଥିଲେ କେନ୍ଦ୍ରୀୟ କୃଷି ମନ୍ତ୍ରୀ । କେନ୍ଦ୍ରୀୟ କୃଷି ମନ୍ତ୍ରୀ ରାଧା ମୋହନ ସିଂ ଉପସ୍ଥିତ କୃଷକ ମାନଙ୍କୁ ସମ୍ବୋଧନ ଦେଇ ରାଜ୍ୟ ସରକାର କିଭଳି କେନ୍ଦ୍ର ସରକାରଙ୍କ ଟଙ୍କା ଖର୍ଚ୍ଚ କରି ପାରୁ ନହାଁନ୍ତି ତାର ବିସ୍ତୃତ ବିବରଣୀ ଦେଇଥିଲେ । କେନ୍ଦ୍ର କୃଷ୍ଟିମନ୍ତ୍ରୀଙ୍କ କହିବା ଅନୁସାରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ମିସନ୍ ରେ ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଦେଇଥିଲା ୮୨ କୋଟି ଟଙ୍କା । ରାଜ୍ୟ ସରକାର କିନ୍ତୁ ଏଥିରୁ ୪୦ କୋଟି ଟଙ୍କା ଖର୍ଚ୍ଚ କରି ପାରି ନଥିଲେ । ସେହିଭଳି ଜଳସେଚନ ପାଇଁ ମିଳିଥିବା ଟଙ୍କାରୁ ରାଜ୍ୟ ସରକାର ୨୦୧୫-୧୬ ମସିହାରେ ୪ କୋଟି ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରି ନଥିଲେ । ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଜଳ ସେଚନ ପାଇଁ ପାଇଥିବା କେନ୍ଦ୍ରୀୟ ସହାୟତାରୁ ୯ କୋଟି ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିନଥିଲେ । ଅନ୍ୟପଟେ ଉଦ୍ୟାନ କୃଷି ପାଇଁ କେନ୍ଦ୍ର ସରକାର ୨୦୧୭-୧୮ ଆର୍ଥିକ ବର୍ଷ ରେ ଦେଇଥିବା ଅର୍ଥରୁ ୨୨ କୋଟି ଟଙ୍କା ଖର୍ଚ୍ଚ କରିପାରି ନଥିଲେ । ଉଦ୍ୟାନ କୃଷି ବାବଦରେ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୩୭ କୋଟି ୩୩ ଲକ୍ଷ ଟଙ୍କା କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିପାରି ନଥିଲେ ବୋଲି ହିସାବ ରଖିଛନ୍ତି କେନ୍ଦ୍ରୀୟ କୃଷି ମନ୍ତ୍ରୀ । ସେପଟେ କିନ୍ତୁ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାର ଲାଭ ଓଡିଶାର ଚାଷୀଙ୍କୁ ମିଳିବାରେ ରାଜ୍ୟ ସରକାର ବାଧା ସୃଷ୍ଟି କରୁଥିବା କୃଷି ମନ୍ତ୍ରୀ ରାଧା ମୋହନ ସିଂ କହିଛନ୍ତି ।

{"id":88955}

ସେପଟେ କୃଷକ ମେଳାରେ ଭାଷଣ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ହିତାଧିକାରୀ ଚୟନ ପ୍ରକ୍ରିୟାକୁ ତୃଟିପୂର୍ଣ୍ଣ ବୋଲି କହିଛନ୍ତି । ବହୁ ଥିଲା ବାଲା ଲୋକ କାଳିଆ ଯୋଜନାର ହିତାଧିକାରୀ ତାଲିକାରେ ଅଛନ୍ତି, ତେଣୁ କାଳିଆ ଯୋଜନା ହିତାଧାକାରୀ ଥିବା ସବୁ ଚାଷୀଙ୍କ ତଥ୍ୟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦେଉ ନାହାଁନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

{"id":88956}

ରାଜ୍ୟରେ ମୋଟ୍ ୩୨ ଲକ୍ଷ ଚାଷୀ ଥିବା ସରକାରୀ ଆକଳନ କହୁଛି..କିନ୍ତୁ କେନ୍ଦ୍ର ସରକାରଙ୍କ ଚାଷୀଙ୍କ ପାଇଁ ହେଉଥିବା ଯୋଜନାର ହିତାଧିକାରୀ ଭାବେ ରାଜ୍ୟ ସରକାର ୮ଲକ୍ଷ ୩୧ ହଜାର ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି. ବୋଲି କେନ୍ଦ୍ରୀୟ କୃଷି ମନ୍ତ୍ରୀ ଏହି ଅବସରରେ କହିଛନ୍ତି….

{"id":88957}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.