ଆପଣଙ୍କ ପାଖରେ ପୁରୁଣା ଡ୍ରାଇଭିଂ ଲାଇସେନ୍ସ ଓ ଆର୍‌ସି ଅଛି କି ଶୀଘ୍ର କରନ୍ତୁ ଏହି କାମ, ବଦଳିଯାଇଛି ନିୟମ

Published By : Prameya-News7 Bureau | October 07, 2019 IST

ଦେଶରେ ନୂଆ ମୋଟର ଭେଇକିଲ୍‌ ଆକ୍ଟ ଲାଗୁ ହୋଇଛି । ଅକ୍ଟୋବର ମାସରୁ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବାର ନିୟମ ବି ବଦଳିଯାଇଛି । ଏହା ସହ ଗାଡିର ଆର୍‌ସି ବା ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ବି ବଦଳିଯାଇଛି ।
ଏବେ ଆର୍‌ସି ଓ ଡ୍ରାଇଭିଂ ଲାଇସେନ୍ସର ଫର୍ମାଟ ଗୋଟିଏ ପରି ହେବ । ଦେଶରେ ନୂଆ ମୋଟର ଭେଇକିଲ୍‌ ଆକ୍ଟ ଲାଗୁ ହେବା ସହ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାର ନିୟମ ବି ବଦଳିଯାଇଛି। ଏବେ ସ୍ମାର୍ଟ ଡ୍ରାଇଭିଂ ଲାଇସେନ୍ସ ଓ ଆର୍‌ସି ଦିଆଯିବ । ଏଥିରେ ମାଇକ୍ରୋଚିପ୍‌ ସହ କ୍ୟୁଆର୍‌ କୋଡ୍‌ ରହିବ । ଏହାର ଛପା ବା ପ୍ରିଣ୍ଟ ଗୋଟିଏ ପ୍ରକାରର ହେବ । ସମସ୍ତ ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ଓ ଆରସିର ରଙ୍ଗ ଗୋଟିଏ ପ୍ରକାରର ହେବ ।

ଏଥିରେ ପୂର୍ବ ଅପେକ୍ଷା ଅଧିକ ତଥ୍ୟ ରହିବ । ଡ୍ରାଇଭିଂ ଲାଇସେନ୍ସ ଓ ଆର୍‌ସିରେ ସମସ୍ତ ପୁରୁଣା ତଥ୍ୟ ଉପଲବ୍ଧ ରହିବ ।

{"id":167230,"width":566,"height":319}

କ୍ୟୁଆର୍‌ କୋଡ୍‌ରେ ଜଣେ ବ୍ୟକ୍ତିଙ୍କର ସମସ୍ତ ତଥ୍ୟ ଉପଲବ୍ଧ ରହିବ । ଏଥିରେ ବକ୍ତିଙ୍କ ନାମ, ଠିକଣା, ବ୍ଲଡ ଗ୍ରୁପ୍‌, ବୟସ ସହ ଅନ୍ୟ ସମସ୍ତ ଆତ୍ୟାବଶ୍ୟକୀୟ ତଥ୍ୟ ସଂରକ୍ଷିତ ହୋଇ ରହିବ ।

ଏହାକୁ ସ୍କାନ କଲେ କେନ୍ଦ୍ରୀୟ ଡାଟାବେସ୍‌ରୁ ଡ୍ରାଇଭର୍‌ ଓ ଗାଡି ବିଷୟରେ ସମସ୍ତ ତଥ୍ୟ ଟ୍ରାଫିକ୍‌ ପୁଲିସ ସହଜରେ ପାଇ ପାରିବେ ।

ଏହି କ୍ୟୁଆର୍‌ କୋଡ୍‌ରୁ ସ୍କାନ କରିବା ପାଇଁ ସମସ୍ତ ଟ୍ରାଫିକ୍‌ ପୁଲିସଙ୍କୁ ଶୀଘ୍ର ହ୍ୟାଣ୍ଡି ଟ୍ରାକିଂ ଡିଭାଇସ୍‌ ଦିଆଯିବ । ସମସ୍ତ ଡ୍ରାଇଭିଂ ଲାଇସେନ୍ସ ପଛପଟେ ଏକ ଜରୁରୀକାଳୀନ ମୋବଇଲ୍‌ କିମ୍ବା ଫୋନ୍‌ ନମ୍ବର ରହିବ । ଆବଶ୍ୟକ ସ୍ଥଳରେ ଏହା କାମରେ ଆସିବ ।

ଏବେ ନୂଆ ନିୟମ ଅନୁସାରେ ସାରାଦେଶରେ ଗୋଟିଏ ପ୍ରକାରର ଡ୍ରାଇଭିଂ ଲାଇସେନ୍ସ ଓ ଆର୍‌ସି ପ୍ରଚଳିତ ହେବ । ଏଥିରେ ଅସଲି ଓ ନକଲି ଖୁବ ଶୀଘ୍ର ଜଣା ପଡିଯିବ । ଏହା ପାଣିରେ ପଡିଲେ ବି ନଷ୍ଟ ହେବ ନାହିଁ । ଫାଟିବାର ଆଶଙ୍କା ବି ବହୁତ କମ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.