କଟକ ବଡ ଡାକ୍ତରଖାନାରେ ନିରାଶ୍ରୟ ଓ ଅପରିଚିତ ରୋଗୀଙ୍କ ଚିକିତ୍ସା କେମିତି ଚାଲିଛି ? ଜାଣନ୍ତୁ

Published By : Prameya-News7 Bureau | February 07, 2019 IST

କଟକ ୭|୨: କଟକ ବଡ ଡାକ୍ତରଖାନାରେ ନିରାଶ୍ରୟ ଓ ଅପରିଚିତ ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ୱାର୍ଡ ରହିଛି । ଡାକ୍ତର ଓ ଆଟେଣ୍ଡାଣ୍ଟ ବି ନିଯୁକ୍ତ ହୋଇଛନ୍ତି । କୌଣସି ବ୍ୟବସ୍ଥାରେ କମି ରଖିନାହାନ୍ତି ରାଜ୍ୟ ସରକାର । କିନ୍ତୁ ଏଠି କେମିତି ଚାଲିଛି କାମ ଆସନ୍ତୁ ଦେଖିବା ଏହି ରିପୋର୍ଟରେ । …

{"id":82976}

କଟକ ବଡ ଡାକ୍ତରଖାନା ଫାଟକ ପାଖ ରାସ୍ତାକଡରେ ଶୋଇ ରହିଛନ୍ତି ଜଣେ ବୃଦ୍ଧା । ବୟସ ପାଖାପାଖି ୭୦ ହେବ । ସାହା ଭରସା ବୋଲି କେହି ନାହାନ୍ତି । ନାଁ କ’ଣ,  ଘର କେଉଁଠି ତାହା ବି କେହି ଜାଣି ନାହାନ୍ତି । ମୁଣ୍ଡରେ ପୋକ ସାଲୁବାଲୁ । ପରର ହାତ ଟେକାକୁ ଚାହିଁଥାନ୍ତି । କିଏ ଦେଲେ ଖାଆନ୍ତି, ନହେଲେ ଉପାସ । ଅନାଥ ଭାବେ କଟକ ସହରର ଗଳିକନ୍ଦିରେ ବୁଲୁଥିବା ବେଳେ ୪ ଦିନ ତଳେ ଉଦ୍ଧାର କରିଥିଲେ କିଛି ସ୍ବେଚ୍ଛାସେବୀ । SCB କାଜୁଆଲଟିରେ ଭର୍ତ୍ତି କରିଥିଲେ । କିନ୍ତୁ ତାଙ୍କର ଚିକିତ୍ସା ହେବ କଣ ଡାକ୍ତର, ଆଟେଣ୍ଡାଣ୍ଟ ଏମିତି ଲକ୍ଷ୍ୟ ରଖିଥିଲେ ଯେ ବୃଦ୍ଧା ଆସି ରାସ୍ତା କଡରେ ପଡିଲେଣି । ବୃଦ୍ଧାଙ୍କର ଏଭଳି ପରିସ୍ଥିତି ପାଇଁ SCB କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ସ୍ବେଚ୍ଛାସେବୀ ।

{"id":82977}

ନିରାଶ୍ରୟଙ୍କ ପାଇଁ SCBର ସବୁ ବିଭାଗରେ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ସ୍ବତନ୍ତ୍ର ଓ୍ବାର୍ଡ ବି କରାଯାଇଛି । ଅଟେଣ୍ଡାଣ୍ଟ ଓ ଡାକ୍ତର ବି ନିଯୁକ୍ତି ହୋଇଛନ୍ତି । ହେଲେ ବୃଦ୍ଧାଙ୍କ ଏ ଅବସ୍ଥା ଦେଖିଲେ ବୁଝା ପଡୁଛି କଟକ ବଡ ମେଡିକାଲରେ କେମିତି ଚାଲିଛି ନିରାଶ୍ରୟ ଓ ଅପରିଚିତ ରୋଗୀଙ୍କ ଚିକିତ୍ସା । ଏନେଇ କିନ୍ତୁ ହସ୍ପିଟାଲ କର୍ତ୍ତପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

{"id":82978}

କିଛି ଦିନ ତଳେ SCB କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜଣେ ବୃଦ୍ଧଙ୍କ ଜୀବନ ଯାଇଥିଲା । କୌଣସି ଅଘଟଣ ଘଟିଲେ ହିଁ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ରଖନ୍ତି ଉଚ୍ଚ ପଦାଧିକାରୀ । କାର୍ଯ୍ୟାନୁଷ୍ଠାନ କଥା କୁହାନ୍ତି । କିନ୍ତୁ ପରେ ସମସ୍ତେ ସବୁ ଭୁଲି ଯାଆନ୍ତି । ଫଳସ୍ବରୂପ ଆଜି ଏ ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି ।

{"id":82980}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.