Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଝଗଡ଼ା ପରେ ହାତାହାତି, ଯୁବକଙ୍କ ଛାତିରେ ଛୁରୀ ଭୁଶି ଦୁର୍ବୃତ୍ତ ଛୁ

30/06/2021 at 4:47 PM

ମୁମ୍ବାଇ ୩୦/୬: ମୁମ୍ବାଇର ଜନଗହଳିପୂର୍ଣ୍ଣ କ୍ରଫୋର୍ଡ ବଜାରରେ ବିଭତ୍ସ ହତ୍ୟା। ଜଣେ ୨୩ ବର୍ଷୀୟ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରଥମେ ହାତାହାତି ପରେ ଦୁର୍ବୁତ୍ତ ଯୁବକଙ୍କୁ ନିର୍ମମ ଭାବେ ଛୁରୀ ଭୁଶି ହତ୍ୟା କରିଥିବା ପୋଲିସ କହିଛି।

ଦକ୍ଷିଣ ମୁମ୍ବାଇରେ ଥିବା କ୍ରଫୋର୍ଡ ବଜାର ପାଖରେ ମଙ୍ଗଳବାର ଏହି ହତ୍ୟାକଣ୍ଡ ଘଟିଥିବା ଜଣାପଡ଼ିଛି। ମସଜିଦ ବଣ୍ଡର ଅଞ୍ଚଳର ସୋହେଲ୍‌ ସୟଦ ଅଲି ଓରଫ ସାହିଦଙ୍କ ସହ ଅଜଣା ଅଭିଯୁକ୍ତର ପାଟିତୁଣ୍ଡ ହୋଇଥିଲା। ଏପରିକି ପରଷ୍ପର ହାତାହାତି ମଧ୍ୟ ହୋଇଥିଲେ। ଏହା ପରେ ଉତ୍ତ୍ୟକ୍ତ ଅଭିଯୁକ୍ତ ସାହିଦଙ୍କ ଛାତିକୁ ଛୁରୀରେ ଆକ୍ରମଣ କରିବା ସହ ଫେରାର ହୋଇଯାଇଥିଲା।

ପରେ ସାହିଦଙ୍କୁ  ସ୍ଥାନୀୟ ଲୋକେ ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ପହଞ୍ଚିଥିଲା। କିନ୍ତୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ପୋଲିସ ଖୋଜୁଥିବା ଜଣାପଡ଼ିଛି ।      

   Related Posts