ମହାନଦୀରେ ଭାସୁଛି ଅଚିହ୍ନା ଲୋକଙ୍କ ମୃତଦେହ, ଏ ଯାଏଁ ଘଟଣାସ୍ଥଳରେ ପହଞ୍ଚିନି ପୋଲିସ୍

Published By : Prameya-News7 Bureau | October 06, 2021 IST

ସାଲେପୁର ୦୬।୧୦: ଅଚିହ୍ନା ଯୁବକର ମୃତଦେହ ମହାନଦୀ ନଦୀରେ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଘଟଣା କଟକ ଜିଲ୍ଲା କିଶନନଗର ଥାନା ଇସାଣି ବ୍ରାହ୍ମଣପୁର ପଞ୍ଚାୟତ ମଲ୍ଲିପୁର ଗାଁ ନିକଟ ମହାନଦୀରେ ଘଟିଛି। ମହାନଦୀରେ ଯୁବକର ଅଚିହ୍ନା ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ  କିଶନନଗର ପୋଲିସକୁ ଖବର ଦେଇଥିଲେ।

ନଦୀ ବାଲିରେ ଅଚିହ୍ନା ଶବଟି ଅଟକି ଥିବା ଜଣାପଡ଼ିଛି। ଶବଟି ତଳମୁହାଁ ହୋଇ ନଦୀ ବାଲିରେ ଲାଗି ଥିବାରୁ ଶବକୁ ସ୍ଥାନୀୟ ଲୋକେ ଚିହିଁ ପାରୁ ନାହାନ୍ତି। ହେଲେ  ପୋଲିସ ଘଟଣା ସ୍ଥଳରେ ଏବେ ସୁଦ୍ଧା ପହଞ୍ଚି ନଥିବାର ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.