Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭାରତରେ ଆହୁରି ତାଣ୍ଡବ ରଚିପାରେ କରୋନା, ବିଶ୍ବ ପାଇଁ ସତର୍କ ଘଣ୍ଟି: ଚେତାବନୀ ଦେଲା UNICEF

7/05/2021 at 10:42 PM

ନୂଆଦିଲ୍ଲୀ ୭/୫: ଭାରତରେ କରୋନାର ବିକଟାଳ ସ୍ଥିତି ବିଶ୍ବ ପାଇଁ ସତର୍କ ଘଣ୍ଟି ବୋଲି ୟୁନାଇଟେଡ୍‌ ନ୍ୟାସନାଲ୍‌ ଚିଲ୍‌ଡ୍ରେନ୍ସ ଫଣ୍ଡ (ୟନିସେଫ୍‌) ମୁଖ୍ୟ ଚେତାବନୀ ଦେଇଛନ୍ତି। ଭାରତରେ ମୃତକଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏବେ ବିଶ୍ବ ସମୂହ ଏହା ଉପରେ ଦୃଷ୍ଟି ଦେବା ଦରକାର। ବିଶ୍ବ ଏବେ ଭାରତକୁ ସହଯୋଗ ନକଲେ ପରିସ୍ଥିତି ଯେମତି ହେବାରେ ଲାଗିଛି କରୋନା ଭାଇରସ୍‌ ନୂଆ ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହୋଇଚାଲିବ। ଏହା ସହ ସପ୍ଲାଏ ଚେନ୍‌ ମଧ୍ୟ ଦୃଢ଼ ହୋଇ ଚାଲିବ ବୋଲି ସେ କହିଛନ୍ତି। ୟୁନିସେଫ୍‌ର କାର୍ଯ୍ୟକାରୀ ନିର୍ଦେଶକ ହେନରିଟ୍ଟା ଏଚ୍‌ ଫୋର କହିଛନ୍ତି ଭାରତରେ କରୋନା ସଂକ୍ରମଣ ପୂରା ବିଶ୍ବ ପାଇଁ ସତର୍କ ଘଣ୍ଟି। ପୂରା ବିଶ୍ବ ଏବେ ଭାରତକୁ ସହାୟତା କରିବାକୁ ସେ ଆହ୍ବାନ କରିଛନ୍ତି। ଭାରତକୁ କରୋନ ଲଢ଼େଇରେ ସାହାଯ୍ୟ ନକରିବା ପର୍ଯ୍ୟନ୍ତ ପୂରା ବିଶ୍ବ ପାଇଁ ବିପଦ ଲାଗିରହିବ ବୋଲି ସେ କହିଛନ୍ତି।

ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଅନୁସାରେ ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ଏବେ କରୋନା ମାମଲା ବୃଦ୍ଧି ପରିଲକ୍ଷିତ ହୋଇଛି। ଭାରତ ସହିତ ଏହି ସବୁ କ୍ଷେତ୍ରରେ କରୋନା ସଂକ୍ରମଣ ଏବଂ ଏଥିରେ ହେଉଥିବା ମୃତ୍ୟୁ ହାର ୯୦ ପ୍ରତିଶତରୁ ଅଧିକ ରହିଛି। ଗତ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା, ସଂକ୍ରମିତ ମାମଲାରେ ଭାରତର ଭାଗିଦାରୀ ୪୬ ପ୍ରତିଶତ ହୋଇଥିବା ବେଳେ ମୃତ୍ୟୁ ମାମଲାରେ ୨୫ ପ୍ରତିଶତ ରହିଛି। ଦକ୍ଷିଣ ଏସିଆ ପାଇଁ କ୍ଷେତ୍ରୀୟ ନିର୍ଦେଶକ ଜର୍ଜ ଲାରିଆ ଆଦଜେଇ କହିଛନ୍ତି, କରୋନାରେ ହେଉଥିବା ଭୟଙ୍କର ପରିସ୍ଥିତିକୁ ଜଳଦି ରୋକିବା ପାଇଁ ଆକ୍ସନର ଆବଶ୍ୟକତା ଥିବା ବେଳେ ମଜଭୁତ ନେତୃତ୍ବର ଦରାକର ରହିଛି।

 ବିଶ୍ବ ସମୂହକୁ ସେ ଆହୁରି କହିଛନ୍ତି, ଏହା କେବଳ ଏକ ନୈତିକ ଦାୟିତ୍ବ ନୁହେଁ, ଦକ୍ଷିଣ ଏସିଆରେ କରୋନାର ନୂଆ ମାମଲା ବଢ଼ିବା ପୂରା ବିଶ୍ବ ପାଇଁ ବିପଦ ଆଣିବ। ଯଦି ଖୁବଶୀଘ୍ର କିଛି ପଦକ୍ଷେପ ନିନିଆଯାଏ ତେବେ କରୋନା ବିରୋଧରେ ଯେତିକି ସଫଳତା ମିଳିଛି ସେସବୁ ବ୍ୟର୍ଥ ହୋଇଯିବ। ଏହାସହ ୟୁନିସେଫ ଏବଂ ଲାରିଆଙ୍କ କହିବା କଥା ହେଲା, ଏବେ ଭାରତରେ ଅକ୍ସିଜେନ ଅଭାବରେ ଲୋକେ ପ୍ରାଣ ହରାଉଛନ୍ତି। ସ୍ବାସ୍ଥ୍ୟ କର୍ମୀ ଧିରେ ଧିରେ ମାନସିକ ଭାବେ ଦୁର୍ବଳ ହେବାରେ ଲାଗିଛନ୍ତି। ଏପରି ପରିସ୍ଥିତି ଲାଗି ରହିଲେ ଆହୁରି ଜୀବନ ଯିବାର ଆଶଙ୍କା ବଢ଼ିଯିବ।

ଟିକାକରଣକୁ ନେଇ ସେ ଆହୁରି କହିଛନ୍ତି ଦକ୍ଷିଶ ଏସିଆ ଦେଶଗୁଡ଼ିକରେ ଭ୍ୟାକ୍ସିନେସନ୍‌ ଧିମା ଗତିରେ ଚାଲିଛି।  ୧୦ ଜଣଙ୍କ ମଧ୍ୟରେ କେବଳ ଜଣେ ଲୋକଙ୍କୁ ଏବେ ଯାଏ ଟିକା ଲାଗିଛି। ଭାରତରେ ଅକ୍ସିଜେନ, ମେଡିକାଲ ଉପକରଣ, ଟେଷ୍ଟି କିଟ୍‌ ଅଭାବ ଦୂର କରିବାକୁ ୨୧ ମିଲିୟନ ଆମେରିକୀୟ ଡଲାର ଆବଶ୍ୟକତା ଥିବା ବେଳେ ପୂରା ଦକ୍ଷିଣ ଏସିଆ କ୍ଷେତ୍ର ପାଇଁ ୫୦ ମିଲିୟନ ଆମେରିକୀୟ ଡଲାରରୁ ଅଧିକ ଆବଶ୍ୟକତା ପଡ଼ିବ ବୋଲି ୟୁନିସେଫ ପକ୍ଷରୁ କୁହାଯାଇଛି।

   Related Posts