କରୋନା ଯୋଗୁ ଦୈନିକ ହୋଇପାରେ ୬ ହଜାର ଶିଶୁଙ୍କ ମୃତ୍ୟୁ : UNICEF

Published By : Prameya-News7 Bureau | May 14, 2020 IST

ସାରା ବିଶ୍ୱ ଲାଗି ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଥିବା କରୋନା ଭାଇରସ ମହାମାରୀ ଆଗକୁ ଶିଶୁ ସ୍ୱାସ୍ଥ୍ୟ ଲାଗି ଗୁରୁତର ସଂକଟର କାରଣ ହୋଇପାରେ। ଜାତି ସଂଘ ଶିଶୁ ସଂସ୍ଥା ୟୁନିସେଫ ଏଥିଲାଗି ସତର୍କ କରାଇଦେଇଛନ୍ତି। କୋଭିଡ-୧୯ ଯୋଗୁ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଦୁର୍ବଳ ହୋଇପଡିବା ଏପରି ପରିସ୍ଥିତିର କାରଣ ହୋଇପାରେ। ଯେଉଁଥି ପାଇଁ ଆଗାମୀ ୬ ମାସ ପରେ ସାରା ବିଶ୍ୱରେ  ହୁଏତ ଦୈନିକ ୬ ହାଜରରୁ ଅଧିକ ଶିଶୁ ମୃତ୍ୟୁମୁଖରେ ପଡିପାରନ୍ତି ବୋଲି ୟୁନିସେଫ ଆଶଙ୍କା ବ୍ୟକ୍ତ କରିଛନ୍ତି।

{"id":269793,"sizeSlug":"large"}

ପୃଥିବୀରେ କରୋନା ସଂକ୍ରମଣକୁ ଇତି ମଧ୍ୟରେ ୫ ମାସ ପୁରଣ ହୋଇଛି। ଏପର୍ଯ୍ୟନ୍ତ ସଂକ୍ରମଣର  ପ୍ରତିରୋଧ ଦୂରର କଥା ଚିକିତ୍ସା ମଧ୍ୟ ସମ୍ଭବ ହେଉ ନାହିଁ। ଏଣୁ ଦେଶ ପରେ ଦେଶ କରୋନା ସଂକ୍ରମିତ ହୋଇ ଚାଲିଥିବା ବେଳେ ଏଥିରୁ ବର୍ତ୍ତିବା ଲାଗି  ଲକଡାଉନ କରାଯାଉଛି।  ସ୍କୁଲ ବନ୍ଦ ଯୋଗୁ  ପିଲାଙ୍କ ଦିନ ଘରେ କଟୁଛି, ଅଭିଭାବକ ରୋଜଗାର ହରାଉଛନ୍ତି। ଏଥିରେ ୫ ବର୍ଷ ବୟସରୁ କମ ବୟସ୍କ ଶିଶୁ ଯଦି କୌଣସି ଜରୁରି ସ୍ୱାସ୍ଥ୍ୟ ସଂକଟର ସମ୍ମୁଖୀନ ହୁଏ ଚିକିତ୍ସା ସୁବିଧା ନପାଇ ମୃତ୍ୟୁମୁଖରେ ପଡିବାର ଅନେକ ସମ୍ଭାବନା ଥିବା ୟୁନିସେଫ ଆଶଙ୍କା କରିଛନ୍ତି। କେବଳ ଏହି କାରଣରୁ ଅତିରିକ୍ତ ୬ହଜାର ଶିଶୁଙ୍କ ଜୀବନ ଉପରେ ବିପଦ ଘନେଇଛି। 

{"id":269795,"sizeSlug":"large"}

ଉପୁଜିଥିବା ସଂକଟରେ ୟୁନିସେଫ ୧.୬ ବିଲିୟନ ଡଲାରର ସହାୟତା ଘୋଷଣା କରିଛନ୍ତି। କରୋନା ପରବର୍ତ୍ତି ପରିସ୍ଥିତିର ମୁକାବିଲାରେ ଏହି ପାଣ୍ଠି  ଆମକୁ ସହାୟତା କରିବ ବୋଲି ନିର୍ଦ୍ଦେଶିକା ହେନରିଟା ଫୋରେ କହିଛନ୍ତି। କରୋନା ଜନିତ ପରିସ୍ଥିତି ନିୟମିତ ସ୍ୱାସ୍ଥ୍ୟ ସେବାରେ ବ୍ୟବଧାନ ସୃଷ୍ଟି କରିଛିବୋଲି  ଜନହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ ପବ୍ଲିକ୍ ହେଲଥ୍‌ର ଗବେଷକମାନେ କହିଛନ୍ତି।  ଶିଶୁ ସ୍ୱାସ୍ଥ୍ୟ ସେବା କାଟ୍ ଯୋଗୁ ଉପୁଜିବାକୁ ଯାଉଥିବା ପରିସ୍ଥିତି ଲାଗି ଲେସେଣ୍ଟ ଗ୍ଲୋବାଲ ହେଲଥ୍ ଜର୍ଣ୍ଣାଲ ରିପୋର୍ଟରେ ସତର୍କ ମଧ୍ୟ କରାଇ ଦିଆଯାଇଛି।

{"id":269796,"sizeSlug":"large"}

ୟୁନିସେଫଙ୍କ ଆକଳନ ଅନୁସାରେ ମାତ୍ର ୬ ମାସରେ ୫୬ହଜାର ୭୦୦ ମା ମୃତ୍ୟୁମୁଖର ପଡିପାରନ୍ତି। ସେହିପରି ନିଜର ପଞ୍ଚମ ଜନ୍ନଦିନ ପାଳନ କରିବା ପୂର୍ବରୁ ମଧ୍ୟ ଅନେକ ଶିଶୁ ଆଖି ବୁଜିପାରନ୍ତି ବୋଲି ସତର୍କ କରାଇଦିଆଯାଇଛି। ତେବେ ଭୂତାଣୁ ବିରୋଧରେ ଆମ ସଂଗ୍ରାମରେ ମା ଓ ଶିଶୁ କିପରି ବଳି ନ ପଡିବେ ସେଥିପ୍ରତି ଆମର ପ୍ରାଥମିକତା ରହିବା ଆବଶ୍ୟକ। ଏଣୁ ଯେଉଁ ସବୁ ଶିଶୁ ରୋଗର ଉପଚାର ଅଛି ସେହି ରୋଗରେ  ଶିଶୁଙ୍କ ମୃତ୍ୟୁ ରୋକିବା ଏବେ ଆମର ପ୍ରଥମ କର୍ତ୍ତବ୍ୟ ବୋଲି ହେନରିଟା କହିଛନ୍ତି।

{"id":269797,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.