Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ୟୁନିସେଫ୍‌ର ବଡ଼ ଅଭିଯାନ, ୧୭୦ ଦେଶକୁ କରୋନା ଭ୍ୟାକ୍‌ସିନ୍ ଯୋଗାଇବାକୁ ରଖିଛି ଲକ୍ଷ୍ୟ

8/09/2020 at 5:24 PM

ଲଣ୍ଡନ ୦୮/୦୯: କରୋନା ମହାମାରୀ ଏବେ ବିଶ୍ବ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କରୋନା ଭୂତାଣୁ ଠାରୁ ରକ୍ଷା ପାଇବାକୁ ଲକ୍‌ଡାଉନ୍ ଓ ସଟଡାଉନ୍ ଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଅର୍ଥନୀତିରେ ଘଟୁଛି ଦ୍ରୁତ ଅବନତି । ଅନ୍ୟପଟେ କରୋନା ଭ୍ୟାକ୍‌ସିନ୍ ପ୍ରସ୍ତୁତ ନେଇ ବିଭିନ୍ନ ଦେଶ ଦାବି କରୁଥିବା ବେଳ ଏହା କେବେ ବଜାରରେ ଉପଲବ୍ଧ ହେବ ସେନେଇ ସ୍ପଷ୍ଟ ସୂଚନା କିଛି ମିଳିପାରିନାହିଁ । ତେବେ କରୋନା ଭ୍ୟାକ୍‌ସିନ୍‌ ଉପଲବ୍ଧ ହେବା ମାତ୍ରେ​‌ ଏହାର ସଂଗ୍ରହ ଓ ଯୋଗାଣ କରିବାର ଦାୟିତ୍ବ ୟୁନାଇଟେଡ୍ ନେସନ୍ସ ଚିଲ୍‌ଡ୍ରେନ୍ସ୍‌ ଫଣ୍ଡ(UNICEF) ନେବ ବୋଲି ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।

ବିଶ୍ବର ସମସ୍ତ ଦେଶ ଯେମିତି ଶୀଘ୍ର, ସୁରକ୍ଷିତ ଓ ନ୍ୟାୟସଙ୍ଗତ ଭାବେ କରୋନା ଭ୍ୟାକ୍‌ସିନ ପାଇପାରିବେ ତାହା ସୁନିଶ୍ଚିତ କରିବ ୟୁନିସେଫ୍‌। ୟୁନିସେଫ୍‌ ବିଶ୍ବର ସବୁଠୁ ବଡ଼ ଭ୍ୟାକସିନ୍‌ କ୍ରୟ କରୁଥିବା ସଂସ୍ଥା । ଯାହା ପାଖାପାଖି ୧୦୦ ଦେଶରେ ନିୟମିତ ଟୀକାକରଣ ପାଇଁ ପ୍ରତିବର୍ଷ ବିଭିନ୍ନ ପ୍ରକାର ଭ୍ୟାକ୍‌ସିନ୍‌ର  ୨ ବିଲିୟନ ଡୋଜ୍‌ ସଂଗ୍ରହ କରିଥାଏ ।

କୋଭାକ୍ସ ଗ୍ଲୋବଲ୍‌ ଭ୍ୟାକ୍ସିନ୍‌ ଫାସିଲିଟି ଜରିଆରେ ୟୁଏନ୍ ଏଜେନ୍ସି ପ୍ୟାନ୍ ଆମେରିକାନ୍‌ ହେଲ୍ଥ ଏଜେନ୍ସି ସହାୟତାରେ କରୋନା ଭ୍ୟାକ୍‌ସିନ୍‌ କ୍ରୟ କରିବା ସହ ୯୨ଟି ନିମ୍ନ ଓ ନିମ୍ନ-ମଧ୍ୟବିତ୍ତ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶଗୁଡ଼ିକୁ କ୍ରୟ ନୀତିକୁ ଧ୍ୟାନରେ ରଖି ଯୋଗାଣ କରିବ ।  ଅନ୍ୟପଟେ ୮୦ ଟି ଉଚ୍ଚ ଆୟକାରୀ ଦେଶର କ୍ରୟକୁ ସମର୍ଥନ କରିବା ପାଇଁ ୟୁନିସେଫ୍‌ କ୍ରୟ ସଂଯୋଜକ ଭାବରେ ମଧ୍ୟ କାର୍ଯ୍ୟ କରିବ । ଏହି ଦେଶଗୁଡିକ କରୋନା ଭ୍ୟାକସିନ୍ ସୁବିଧାରେ ଅଂଶଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ସମସ୍ତେ ସେମାନଙ୍କ ବଜେଟରୁ ଟୀକା ପରିଚାଳନା କରିବେ ବୋଲି ୟୁନିସେଫ୍‌ ପକ୍ଷରୁ ସୂଚନା ମିଳିଛି ।

ପାଖାପାଖି ୧୭୦ ଦେଶରେ କରୋନା ଭ୍ୟାକସିନ୍‌ ପହଞ୍ଚାଇବା ପାଇଁ ଲକ୍ଷ ରଖିଛି ୟୁନିସେଫ୍‌ । ପୂର୍ବ ଅପେକ୍ଷା ୟୁନିସେଫ୍‌ ପାଇଁ କରୋନା ଭ୍ୟାକ୍‌ସିନ୍ କ୍ରୟ ଓ ଯୋଗାଣ କ୍ଷେତ୍ରରେ ଏହା ବଡ଼ ଓ ଦ୍ରୁତ ପ୍ରକ୍ରିୟା ହେବ ବୋଲି ଜଣାପଡ଼ିଛି । ସରକାର, ଭ୍ୟାକସିନ୍‌ ପ୍ରସ୍ତୁତକାରୀ ସଂସ୍ଥା ଓ ପାର୍ଟନରମାନଙ୍କ ସହ ସମନ୍ବୟ ରକ୍ଷା କରି ୟୁନିସେଫ୍‌ କାର୍ଯ୍ୟ କରିବ ବୋଲି ୟୁନିସେଫର କାର୍ଯ୍ୟକାରୀ ନିର୍ଦେଶକ ହେନେରିଟା ଫୋର୍‌ କହିଛନ୍ତି ।

   Related Posts