ଆଫଗାନିସ୍ତାନରେ ଝିଅମାନଙ୍କ ସ୍କୁଲ ବ୍ୟାନକୁ ନେଇ ଚିନ୍ତା ପ୍ରକଟ କଲେ ୟୁନେସ୍କୋ ଓ ୟୁନିସେଫ: କହିଲେ, ଶିକ୍ଷାର ମୌଳିକ ଅଧିକାରର ଉଲ୍ଲଙ୍ଘନ

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦/୦୯ : ୟୁନାଇଟେଡ଼ ନେସନ ଏଜୁକେସନଲ ସାଇଣ୍ଟିଫିକ ଆଣ୍ଡ କଲ୍ଚରାଲ ଏଜୁକେସନ (UNESCO) ଏବଂ ୟୁନାଇଟେଡ଼ ନ୍ୟାସନାଲ ଚିଲଡ୍ରେନ ଫଣ୍ଡ (UNICEF) କହିଛନ୍ତି ଯେ ଆଫ୍ଗାନ ଝିଅମାନଙ୍କର ସ୍କୁଲ ବନ୍ଦ କରିବା ଶିକ୍ଷାର ମୌଳିକ ଅଧିକାରର ଉଲ୍ଲଙ୍ଘନ। ଟୁଲୁ ନ୍ୟୁଜ ରିପୋର୍ଟ ଅନୁଯାୟୀ, ୟୁନେସ୍କୋର ମହାନିର୍ଦ୍ଦେଶକ ଆଣ୍ଡ୍ରେ ଅଜୋଲୋ ଏକ ବୟାନରେ କହିଛନ୍ତି ଯେ ଯଦି ଝିଅମାନଙ୍କର ସ୍କୁଲ ବନ୍ଦ ରହେ ତାହେଲେ ଏହା ଝିଅମାନଙ୍କର ଏବଂ ମହିଳାଙ୍କ ଶିକ୍ଷାର ମୌଳିକ ଅଧିକାରର ଏକ ମହତ୍ତ୍ୱପୂର୍ଣ୍ଣ ଉଲ୍ଲଙ୍ଘନ ହେବ।

ଆଣ୍ଡ୍ରେ ଅଜୋଲୋ କହିଛନ୍ତି ଯେ ୟୁନେସ୍କୋ ଚେତାବନୀ ଦେଇଛି ଯେ ଯଦି ଝିଅମାନଙ୍କୁ ଶିକ୍ଷାର ସବୁ ସ୍ଥରରେ ସ୍କୁଲକୁ ଫେରିବାକୁ ଅନୁମତି ଦିଆନଯାଏ ତାହେଲେ ଏହାର ପରିଣାମ ଭଲ ହେବନାହିଁ। ବିଶେଷକରି ମାଧ୍ୟମିକ ବିଦ୍ୟାଳୟରେ ଝିଅମାନେ ବିଳମ୍ବରେ ଫେରିଲେ ଶିକ୍ଷା ଓ ଜୀବନରେ ପଛରେ ରହିଯିବାର ଆଶଙ୍କା ରହିଛି। ଏପରିକି ଝିଅମାନେ ସମ୍ପୂର୍ଣ ଭାବେ ଶିକ୍ଷାରୁ ଦୂରେଇ ଯିବେ ଓ ବାଲ୍ୟ ବିବାହ ଭଳି ପ୍ରଥା ବଢ଼ିବାରେ ଲାଗିବ। ଫଳରେ ପୁଅ ଓ ଝିଅମାନଙ୍କ ମଧ୍ୟରେ ଶିକ୍ଷଣୀୟ ଅସମାନତା ଆହୁରି ବଢାଇପାରେ। ଯାହାଫଳରେ ଝିଅମାନଙ୍କୁ ଉଚ୍ଚ ଶିକ୍ଷା ଓ ଜୀବନର ବିଭିନ୍ନ ଅବସର ଯାଏଁ ପହଞ୍ଚିବାରେ ବାଧା ଉତ୍ପନ୍ନ କରିପାରେ।   

ତୁଳି ନ୍ୟୁଜ ରିପୋର୍ଟ ଅନୁଯାୟୀ, ଉଭୟ ୟୁନେସ୍କୋ ଓ ୟୁନିସେଫ କହିଛନ୍ତି ଯେ ଆଫଗାନିସ୍ତାନ ଶିକ୍ଷା କ୍ଷେତ୍ରରେ, ବିଶେଷକରି ଝିଅମାନେ ଶିକ୍ଷାରେ ମହତ୍ତ୍ୱପୂର୍ଣ୍ଣ ପ୍ରଗତି ଲାଭ କରିଛନ୍ତି ଏବଂ ସେମାନନ୍କୁ ସଂଗାରଖିତ କରାଯିବ ଉଚିତ। ଅଜୋଲୋ କହିଛନ୍ତି ଶିକ୍ଷିତ ଯୁବକ ଯୁବତୀ ଆଫଗାନିସ୍ତାନ ଭବିଷ୍ୟତ ଗଢିବେ। ସେଥିପାଇଁ ଝିଅମାନଙ୍କୁ ମଧ୍ୟ ଶିକ୍ଷାରେ ସମାନ ଅଧିକାର ଦେବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.