ସିସିଟିଭିରେ ଲାଇଭ୍ ଫାୟାରିଂ : ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଦୋକାନୀଙ୍କୁ ଗୁଳିମାଡ

Published By : Prameya-News7 Bureau | June 15, 2021 IST

ରାଜସ୍ଥାନ ୧୫/୬ : ରାଜସ୍ଥାନ କୋଟାରେ ବିଭତ୍ସ କାଣ୍ଡ । ଦିନ ଦ୍ୱିପ୍ରହରରେ ବିଚ ରାସ୍ତାରେ ଦୋକାନୀଙ୍କ ଉପରକୁ ଗୁଳିମାଡ କରିଛନ୍ତି କିଛି ଯୁବକ । ଜିଲ୍ଲାର ଗୁମାନପୁରା ଅଞ୍ଚଳରେ ୬ ଜଣ ଯୁବକ ବାଇକରେ ଆସି ଏପରି କରିଥିବା ଘଟଣା ସାମ୍ନାକୁ ଆସିଛି । ଏପରି ଏକ ସମ୍ୱେଦନଶୀଳ ଘଟଣା ଯାହାକି ସିସିଟିଭିରେ ହୋଇଥିଲା କଏଦ । ଏବେ ଏହି ଘଟଣା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

wp:html /wp:html

ଭିଡିଓରେ ଦେଖାଯାଉଛି ଯେ ୬ ଜଣ ଯୁବକ ଦୁଇଟି ବାଇକରେ ଆସି ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ବାହାର କରି ଗୁଳି ଫୁଟାଇ ଚାଲିଛନ୍ତି । ଏହାପରେ ଆରାମରେ ସେମାନେ ସେଠାରୁ ଖସି ପଳାଇ ଯାଆନ୍ତି । ଜଣେ ଦୋକାନୀଙ୍କୁ ଟାର୍ଗେଟ କରି ଏପରି ଗୁଳି ଚଳାଇଥିଲେ ଏଇ ଅଭିଯୁକ୍ତମାନେ । ତେବେ ଗୁଳିମାଡ ବେଳେ ଦୋକାନୀ ଜଣଙ୍କ ଦୋକାନ ଭିତରେ ଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

wp:gallery {"ids":[466450],"linkTo":"none"} /wp:gallery

ପୋଲିସ ଅଧିକାରୀ କହିଛନ୍ତି ଯେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ଏବଂ ଗୁଳି ଚଳାଇଥିବା ଯୁବକଙ୍କୁ ଧରିବା ପାଇଁ ଚଢାଉ ଜାରି ରହିଛି । ତେବେ ଯେଉଁ ବ୍ୟକ୍ତିଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା ସେ କୈଳାସ ମୀନା ବୋଲି ଜଣାପଡିଛି । ବାସ୍ତବରେ, ସୋମବାର ସକାଳ ୧୧ ଟାରେ ତିନିଜଣ ଆକ୍ରମଣକାରୀ କୈଳାସ ମୀନାଙ୍କ ଦୋକାନ ବାହାରେ ଆସି ତାଙ୍କ ନା ଧରି ଡାକିଥିଲେ । ଯାହା ପରେ ସେ ବାହାରକୁ ଆସିଥିଲେ ।

ଏହି ସମୟରେ ଜଣେ ଆକ୍ରମଣକାରୀ ତାଙ୍କୁ ଟାର୍ଗେଟ କରି ୫ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ସୌଭାଗ୍ୟବଶତଃ ଦୋକାନୀ ଜଣଙ୍କ ବଞ୍ଚିଯାଇଛନ୍ତି । ସେପଟେ ୫ ରାଉଣ୍ଡ ଗୁଳିମାଡ ପରେ ଦୋକାନୀ ଜଣଙ୍କ ବଞ୍ଚିଯାଇଥିବାରୁ ଅଭିଯୁକ୍ତମାନେ ଏହା ଦେଖି ସେଠାରୁ ଚମ୍ପଟ ମାରିଥିଲେ । କୈଳାସଙ୍କ କହିବା ମୁତାବକ ତାଙ୍କର କାହାରି ସଂଗେ କୌଣସି ଶତ୍ରୁତା ନଥିଲା । କିମ୍ୱା ସେ ଗୁଳିଚଳାଇଥିବା ଯୁବକଙ୍କୁ ବି ଚିହ୍ନିନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.