Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପାଟଣାଗଡ ସବ୍ ଜେଲ୍‌ରେ କରୋନା ନେଲା ବିଚାରାଧିନ କଏଦୀଙ୍କ ଜୀବନ, ୫ କର୍ମଚାରୀ ସମେତ ୪୫ ଆକ୍ରାନ୍ତ

7/05/2021 at 7:35 PM

ପାଟଣାଗଡ ୭।୫: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ କରୋନାର ଭୟାବହତା ଥମିବାର ନାଁ ନେଉନି । ଉପଖଣ୍ଡରେ କରୋନାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ଆକ୍ରାନ୍ତ ହୋଇ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ସମୟରେ ପାଟଣାଗଡ ଉପ କାରାଗାର ବା ସବ୍ ଜେଲ୍ ଭିତରକୁ ମଧ୍ୟ କରୋନା ପ୍ରବେଶ କରିସାରିଛି । ଗତ ୨୬ ତାରିଖ ଦିନ ପାଟଣାଗଡ ଉପକାରାଗାରରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ବଢି ବଢି ବର୍ତ୍ତମାନ ତାହା ୪୦ ଜଣ ଜେଲ୍ ଅନ୍ତେବାସୀଙ୍କୁ ଆକ୍ରାନ୍ତ କରିସାରିଲେଣି । ସେମାନଙ୍କ ସହିତ ୫ ଜଣ ସବଜେଲ୍ କର୍ମଚାରୀମାନେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବିଚାରାଧିନ କଏଦୀ ଭାବେ ଜେଲ୍‌ରେ ଥିବା ବଲ୍ଲଭ ପଧାନ ନାମକ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର ବଲ୍ଲଭ ପଧାନ ଗତ ୨୫ ତାରିଖ ଦିନ ଏକ ନିଶା କାରବାର ମାମଲାରେ ଖପ୍ରାଖୋଲ ପୋଲିସ ଦ୍ୱାରା ଗିରଫ ହୋଇ ପାଟଣାଗଡ ଜେଲକୁ ଆସିଥିଲେ । ଗତ ୩୦ ତାରିଖ ଦିନ ତାଙ୍କୁ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା । ୬ ତାରିଖ ଦିନ ତାଙ୍କ ଦେହ ଅସୁସ୍ଥ ହେବାରୁ ପାଟଣାଗଡ ଡାକ୍ତରଖାନାରେ ଥିବା ଆଇସୋଲେସନ କେନ୍ଦ୍ରକୁ ତାଙ୍କୁ ନିଆଯାଇଥିଲା । ସେଠାରେ ତାଙ୍କ ଅକ୍ସିଜେନ୍ କମ୍ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ରାତି ୨ଟା ୩୦ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ପାଟଣାଗଡ ସବ୍‌ ଜେଲର ଶର୍ମିଷ୍ଠା ପୃଷ୍ଟି ସୂଚନା ଦେଇଛନ୍ତି ।

   Related Posts