Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଶୋ ଚାଲୁଥିବା ସମୟରେ ଏହି ଟିଭି କଳାକାରଙ୍କର ହୋଇଥିଲା ମୃତ୍ୟୁ, ୬ ନମ୍ବରରେ ଥିବା କଳାକାରଙ୍କ ମୃତ୍ୟୁ ବେଳେ ବହୁତ କାନ୍ଦିଥିଲେ ସଲମାନ ଖାନ

5/10/2019 at 8:53 AM

ମୁମ୍ବାଇ୪|୧୦: ହିନ୍ଦୀ ଧାରାବାହିକର ଅନେକ ଅଭିନେତା ଓ ଅଭିନେତ୍ରୀ ସିରିଏଲ ଚାଲୁଥିବା ସମୟରେ ସେମାନଙ୍କର ମୃତ୍ୟୁ ହୋଇଥିଲା।

୧- କବି କୁମାର ଆଜାଦ

ଟିଭିର ସବୁଠୁ ଲୋକପ୍ରିୟ ଶୋ ତାରକ ମେହତା କା ଉଲ୍‌ଟା ଚଷ୍‌ମାରେ ଡାକ୍ତର ହାତୀଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା କବି କୁମାର ଆଜାଦଙ୍କ ମୃତ୍ୟୁ ଶୋ ମଝିରେ ହୋଇଥିଲା। ୨୦୧୮ ମସିହା ଜୁଲାଇ ମାସ ୯ ତାରିଖରେ କବି କୁମାର ଆଜାଦଙ୍କର ମୃତ୍ୟୁ ହୋଇଥିଲା। ହୃଦଘାତ ଯୋଗୁଁ ଆଜାଦ ଦୁନିଆ ଛାଡି ଚାଲିଯାଇଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ଦେଶରେ ଦୁଃଖର ମାହୋଲ ଛାଇଯାଇଥିଲା। କିଛି ଲୋକଙ୍କୁ ଏହି ଖବର ବିଶ୍ବାସ ହୋଇନଥିଲା ଯେ, ସେ ଆଉ ନାହାନ୍ତି।

୨- ରୁବିନା ଶେରଗିଲ

ମିସେସ କୌଶିଖ କି ପାଞ୍ଚ ବହୁଏଁରେ ସିମରନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ରୁବିନା ଶେରଗିଲ ଶୋ ଅଧାରୁ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ। ମାତ୍ର ୩୦ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଧାରାବାହିକର ଗୋଟେ ପାର୍ଟି ହେଉଥିବା ସମୟରେ ତାଙ୍କୁ ଶ୍ୱାସ ରୋଗ ହୋଇଥିଲା ଓ ସେ ମୃତ୍ୟୁ କରିଥିଲେ। 

୩- ଅରିଜିତ ଲବନିଆ ଓ ଗଗନ କଂଗ

ମହାକାଳୀ ଶୋରେ ଦେବରାଜ ଇନ୍ଦ୍ରଙ୍କ ଭୂମିକାରେ ଅଭିନୟ କରୁଥିବା ଗଗନ କଂଗ ଓ ନନ୍ଦିଙ୍କ ଭୂମିକାରେ ଅଭିନୟ କରୁଥିବା ଅରିଜିତ ଲବନିଆଙ୍କ ମୃତ୍ୟୁ ଏକ କାର ଦୁର୍ଘଟଣାରେ ହୋଇଥିଲା। ଥରେ ଶୋର ଶୁଟିଂ ସାରି ମୁମ୍ବାଇ ଫେରୁଥିବା ବେଳେ ଏମାନଙ୍କ କାର ଆକ୍ସିଡେଣ୍ଟ ହୋଇଥିଲା।  

୪- ନଫିସା ଜୋଶେଫ

ନସିଫା ଜୋଶେଫ ଫେମିନା ମିସ ଇଣ୍ଡିଆ ୟୁନିଭର୍ସ ତଥା ମ୍ୟୁଜିକ ଚ୍ୟାନେଲ ଏମ୍‌ଟିଭିର ଜକି ଥିଲେ। ସେ ଆତ୍ମହତ୍ୟା କରିଥିଲେ। ୨୦୦୪ ମସିହାରେ ସେ ଦୁନିଆ ଛାଡି ଚାଲିଯାଇଥିଲେ। ମୃତ୍ୟୁ ବେଳକୁ ସେ ମାତ୍ର ୨୬ ବର୍ଷର ଥିଲେ।

୫- ପ୍ରତ୍ୟୁଷା ବାନାର୍ଜି

ଲୋକପ୍ରିୟ ଧାରାବାହିକ ବାଲିକା ବଧୂରେ ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟୁଷା ୨୦୧୬ ମସିହାରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ଖବର ଅନେକ ଦର୍ଶକଙ୍କୁ ଆଚମ୍ବିତ କରିଥିଲା। ମାତ୍ର ୨୪ ବର୍ଷ ବୟସରେ ସେ ଦୁନିଆ ଛାଡି ଯାଇଥିଲେ।

୬- ରିମା ଲାଗୁ

ବଲିଉଡ ଫିଲ୍ମ ଓ ଟିଭି ଶୋରେ ଅଭିନୟ କରିଥିବା ଅଭିନେତ୍ରୀ ରିମା ଲାଗୁ ନିଜ ଅନ୍ତିମ ଦିନରେ ଷ୍ଟାରପ୍ଲସର ଲୋକପ୍ରିୟ ଟିଭି ଶୋ ନାମକରନ୍‌ରେ କାମ କରୁଥିଲେ। ସେହି ସମୟରେ ଦିନେ ହୃଦଘାତ ଯୋଗୁଁ ତାଙ୍କୁ କଷ୍ଟ ହୋଇଥିଲା। ୫୮ ବର୍ଷ ବୟସରେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିଲା। ବଲିଉଡରେ ସଲମାନଙ୍କ ମାଆ ଭାବେ ସେ ବହୁତ ଅଭିନୟ କରିଥିଲେ। ତାଙ୍କ ମୃତ୍ୟୁ ସମୟରେ ସଲମାନ ବହୁତ କାନ୍ଦିଥିଲେ।  

   Related Posts