Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ୟୁନେସ୍କୋ ରିପୋର୍ଟ: ଦେଶର ୧.୧ ଲକ୍ଷ ସ୍କୁଲରେ କେବଳ ଜଣେ ମାତ୍ର ଶିକ୍ଷକ, ଖାଲି ପଡିଛି ୧୧ ଲକ୍ଷରୁ ଅଧିକ ପଦ

6/10/2021 at 7:07 PM

ନୂଆଦିଲ୍ଲୀ ୦୬।୧୦: ଦେଶରେ ଶିକ୍ଷା ବ୍ୟବସ୍ଥାର ଚିତ୍ର କେମିତି ରହିଛି ଏହାର ଏକ ଝଲକ ଏକ ରିପୋର୍ଟରୁ ଦେଖିବାକୁ ମିଳିଛି। ଦେଶର ପାଖାପାଖି ୧.୧ ଲକ୍ଷ ସ୍କୁଲରେ ଅଛନ୍ତି ମାତ୍ର ଜଣେ ଶିକ୍ଷକ। ଏହି ଦାବି କରିଛି ୟୁନେସ୍କୋ। ମିଳିତ ଜାତିସଂଘର ଏହି ସଂଗଠନର ‘୨୦୨୧ ଭାରତ ପାଇଁ ଶିକ୍ଷା ରିପୋର୍ଟର ସ୍ଥିତି: ଶିକ୍ଷକ ନାହିଁ, ଶ୍ରେଣୀ ଗୃହ ନାହିଁ’ରେ ଏମିତି ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଦେଶରେ ସ୍କୁଲଗୁଡିକରେ ୧୧.୧୬ ଲକ୍ଷ ଅର୍ଥାତ ୧୯ ପ୍ରତିଶତ ଶିକ୍ଷକ ପଦ ଖାଲି ପଡିଛି। ଏଥିରୁ ୬୯ ପ୍ରତିଶତ ଖାଲି ପଦ ଗ୍ରାମାଞ୍ଚଳ ସ୍କୁଲଗୁଡିକରେ ରହିଛି।

ଦେଶର ତିନୋଟି ରାଜ୍ୟରେ ଏକ ଲକ୍ଷରୁ ଅଧିକ ଖାଲି ପଦ ରହିଛି। ଏଥିରେ ଉତ୍ତର ପ୍ରଦେଶରେ ଶିକ୍ଷକଙ୍କ ୩.୩ ଲକ୍ଷ ପଦ, ବିହାରରେ ୨.୨ ଲକ୍ଷ ଏବଂ ପଶ୍ଚିମବଙ୍ଗରେ ୧.୧ ଲକ୍ଷ ପଦ ଖାଲି ପଡିଛି। ୟୁନେସ୍କୋ ରିପୋର୍ଟରେ ଏହି ତିନୋଟି ରାଜ୍ୟକୁ ସବୁଠୁ ଖରାପ ମାନଦଣ୍ଡ ରାଜ୍ୟର ମାନ୍ୟତା ଦିଆଯାଇଛି। ବିହାରର ୮୯ ପ୍ରତିଶତ ଖାଲି ପଦ ଗ୍ରାମାଞ୍ଚଳରେ ରହିଛି। ଉତ୍ତର ପ୍ରଦେଶରେ ଏହି ସଂକ୍ୟା ୮୦ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୬୯ ପ୍ରତିଶତ ଗ୍ରାମାଞ୍ଚଳ ଗୁଡିକରେ ଶିକ୍ଷକ ପଦ ଖାଲି ପଡିଛି।

୧.୧ ଲକ୍ଷ ସ୍କୁଲରେ କେବଳ ଜଣେ ଶିକ୍ଷକ, ଏମପି ସବୁଠୁ ଆଗରେ

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଶିକ୍ଷକଙ୍କ ଅଭାବ ପୂରଣ ପାଇଁ ଭାରତକୁ ୧୧.୧୬ ଲକ୍ଷ ଅତିରିକ୍ତ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ପିଏଲଏଫଏସର ୨୦୧୮-୧୯ର ତଥ୍ୟ ଆଧାରରେ ରିପୋର୍ଟରେ ଦର୍ଶାଯାଇଛି ଯେ, ସମସ୍ତ ରାଜ୍ୟଗୁଡିକରେ ଏକ ଲକ୍ଷ ୧୦ ହଜାର ୯୭୧ ସ୍କୁଲରେ କେବଳ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ଏଥିରୁ ୬୯ ପ୍ରତିଶତ ସ୍କୁଲ ଗ୍ରାମାଞ୍ଚଳରେ ରହିଛି। ଅରୁଣାଚଳ ପ୍ରଦେଶ ଏବଂ ଗୋଆ ପରି ରାଜ୍ୟରେ ଏପରି ସ୍କୁଲ ସଂଖ୍ୟା ଅଧିକ ରହିଛି।

ୟୁନେସ୍କୋର ରିପୋର୍ଟ ଅନୁଯାୟୀ, ଅରୁଣାଚଳ ପ୍ରଦେଶରେ ଜଣେ ଶିକ୍ଷକ ଥିବା ସ୍କୁଲର ସଂଖ୍ୟା ୧୮.୨୨ ପ୍ରତିଶତ ରହିଛି। ଅନ୍ୟପଟେ ଗୋଆରେ ଏମିତି ବିଦ୍ୟାଳୟ ସଂଖ୍ୟା ୧୬.୦୮ ପ୍ରତିଶତ, ତେଲେଙ୍ଗାନାରେ ୧୫.୭୧ ପ୍ରତିଶତ, ଆନ୍ଧ୍ର ପ୍ରଦେଶରେ ୧୪.୪ ପ୍ରତିଶତ, ଝାଡଖଣ୍ଡରେ ୧୩.୮୧ ଏବଂ ଉତ୍ତରାଖଣ୍ଡରେ ୧୩.୬୪ ପ୍ରତିଶତ ରହିଛି। ମଧ୍ୟ ପ୍ରଦେଶରେ ଏହି ସଂଖ୍ୟା ୧୩.୦୮ ପ୍ରତିଶତ ଏବଂ ରାଜସ୍ଥାନରେ ୧୦.୦୮ ପ୍ରତିଶତ ରହିଛି। ମଧ୍ୟ ପ୍ରଦେଶରେ ଜଣେ ଶିକ୍ଷକ ଥିବା ସ୍କୁଲ ସଂଖ୍ୟା ୨୧,୦୭୭ ରହିଛି।

   Related Posts