କରୋନା ଯୋଗୁ ଭାରତରେ ବଢୁଛି ବେକାରୀ, ୩ ମାସରେ ଦେଢକୋଟି ଲୋକ ବେକାର

Published By : Prameya-News7 Bureau | April 23, 2020 IST

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ ଆଣ୍ଠେଇ ଦେଇଛି। ଏଥିରୁ ଏବେ ଭାରତ ବି ବାଦ ନାହିଁ। ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ଦେଶମାନେ ଲକଡାଉନ୍‌କୁ ଅସ୍ତ୍ର କରିଛନ୍ତି। ଫଳରେ ବ୍ୟବସାୟ ବାଣିଜ୍ୟ ଠପ ହୋଇଯାଇଛି। ଏଥିରେ ବିଶ୍ୱର ଯେତିକି ଲୋକେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନାହାନ୍ତି ତାହାଠାରୁ ଅନେକଗୁଣା ଅଧିକ ଲୋକେ ବେକାର ହୋଇଗଲେଣି। ଭାରତରେ ମାର୍ଚ୍ଚ ୨୫ ତାରିଖରୁ ଲକଡାଉନ ଜାରି ହୋଇଛି। ହେଲେ ଦେଶରେ ପ୍ରଥମ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରଠାରୁ ଏପର୍ଯ୍ୟନ୍ତ ଅନୁନ୍ୟ  ଦେଢ କୋଟି ଲୋକ ରୋଜଗାର ହରାଇଲେଣି। ଫଳରେ ପୂର୍ବରୁ ବେକାରଥିବା ୩୨କୋଟି ଲୋକଙ୍କ ସହ ନୂଆ ବେକାର ଯୋଡି ହେବା ପରେ ପରିସ୍ଥିତି ଏବେ ବିସ୍ଫୋରକ ରୂପ ଧାରଣ କରିଛି।

{"id":258696,"sizeSlug":"large"}

ଆର୍ଥିକମାନ୍ଦାବସ୍ଥା ଯୋଗୁ ଦେଶରେ ବେକାରୀ ସମସ୍ୟାର ସମାଧାନ ହୋଇପାରୁନଥିବା ବେଳେ କରୋନା ସଂକ୍ରମଣ ଯୋଗୁ ଏହି ହାର ଏବେ ୨ଡିଜିଟ୍‌ରେ ପହଞ୍ଚିଛି। ସେଣ୍ଟର ଫର ମନିଟରିଂ ଇକୋନମୀ (ସିଏମଆଇଇ)ଙ୍କ ଅନୁସାରେ ମାର୍ଚ୍ଚ ୨୯ ତାରିଖରେ ସମାପ୍ତ ହୋଇଥିବା ସପ୍ତାହ ସୁଦ୍ଧା ଭାରତରେ ମୋଟ ବେରୋଜଗାର ଲୋକଙ୍କ ସଂଖ୍ୟା ୨୩.୮ ପ୍ରତିଶତରେ ପହଞ୍ଚିଛି। ଯାହା ସପ୍ତାହକ ପୂର୍ବରୁ ୮.୪ ପ୍ରତିଶତ ପର୍ଯ୍ୟନ୍ତ ଥିଲା।

{"id":258697,"sizeSlug":"large"}

ମିଳିଥିବା ତଥ୍ୟ ଅନୁସାରେ ଦେଶରେ ପ୍ରଥମ କରୋନା ପଜେଟିଭ ଚିହ୍ନଟ ହେବା ପରଠାରୁ ବେକାରୀ ହାର ଦିନକୁ ଦୁଇଗୁଣା ଓ ରାତିକୁ ୪ଗୁଣା ହାରରେ ବଢିବାରେ ଲାଗିଛି। ମୁମ୍ବାଇସ୍ଥିତ ଥିଙ୍କ ଟ୍ୟାଙ୍କ ଅନୁସାରେ ଭାରତରେ ୨୦୧୬ ମସିହାରେ ବେକାର ହାର ୮.୭ ପ୍ରତିଶତ ଥିଲା। ତେବେ ୨୦୨୦ ବେଳକୁ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଏହି ହାର ୭.୧୬ ପ୍ରତିଶତ ଥିଲା। ହେଲେ କରୋନା ଯୋଗୁ ବେକାରୀହାର ତୀବ୍ର ବେଗରେ ବୃଦ୍ଧି ହେବାରେ ଲାଗିଛି।

{"id":258698,"sizeSlug":"large"}

ସିଏମଆଇଇଙ୍କ ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ ମାସ ଆରମ୍ଭ ହେବା ବେଳକୁ ଦେଶରେ ମୋଟ ରୋଜଗାରିଆ ଲୋକଙ୍କ ସଂଖ୍ୟା ୪୧.୧ କୋଟି ଥିଲା। ହେଲେ କରୋନା ସଂକ୍ରମଣ ପରେ ରୋଜଗାରିଆ ଲୋକଙ୍କ ୩୯.୬କୋଟିକୁ ଖସି ଆସିଛି। ଫଳରେ ୧.୫କୋଟି ନୂଆ ବେକାର ସୃଷ୍ଟି ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.