Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଅର୍ଥ ବ୍ୟବସ୍ଥା ଉପରେ କରୋନା ମାଡ଼, ଦେଶର ବେକାରି ହାର ୯.୧%କୁ ବୃଦ୍ଧି

8/01/2021 at 3:01 PM

ନୂଆଦିଲ୍ଲୀ ୦୮।୦୧: ଅର୍ଥ ବ୍ୟବସ୍ଥା ଉପରେ କରୋନା ମାଡ଼ । କରୋନା ଉଜାଡିଦେଇଛି ଭାରତୀୟ ଅର୍ଥନୀତି । ଦେଶରେ ଜିଡିପି ତଳମୁହାଁ ହୋଇଥିବା ବେଳେ ଏବେ ବେକାରି ହାର ମଧ୍ୟ ବୃଦ୍ଧି ପାଇଛି । ଯାହାକୁ ନେଇ ଦେଶରେ ବେକାରି ପ୍ରତିଶତ ବଢିବାରେ ଲାଗିଛି ।

ଦେଶର ଚଳିତ ବର୍ଷ ଡିସେମ୍ବରରେ ବେକାରି ହାର ୯.୧%କୁ ବୃଦ୍ଧି ପାଇଛି । ଜୁନ୍‌ରୁ ଅର୍ଥନୈତିକ ସୁଧାର ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଏହା ସର୍ବୋଚ୍ଚ ସ୍ତର । ଏହା ନଭେମ୍ବରରେ ୬.୫% ଥିଲା ।  ଗ୍ରାମୀଣ ଭାରତରେ ବେକାରି ହାର ସର୍ବାଧିକ ରହିଛି । ଏଭଳି କ୍ଷେତ୍ରରେ ଆର୍ଥିକ ସୁଧାର ଧିମେଇବା ଆଶଙ୍କା ରହିଥିବା ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ପ୍ରକାଶ କରିଛି ।

ସିଏମ୍‌ଆଇଇ ଅନୁସାରେ, ଗତ ଡିସେମ୍ବରରେ ସହରାଞ୍ଚଳ ବେକାରି ହାର ୮.୮୪%କୁ ବୃଦ୍ଧି ପାଇଛି । ଯାହାକି ନଭେମ୍ବରରେ ୭.୦୭% ଥିଲା । ଆଲୋଚ୍ୟ ସମୟରେ ଗ୍ରାମୀଣ ବେକାରି ହାର ୯.୧୫%କୁ ବୃଦ୍ଧି ପାଇଛି, ଯାହାକି ନଭେମ୍ବରରେ ୬.୨୪% ଥିଲା । ଡିସେମ୍ବରରେ ନିଯୁକ୍ତି ସଂଖ୍ୟାରେ ୪୮ ଲକ୍ଷ ହ୍ରାସ ଘଟିଛି ।

   Related Posts