ଢେଙ୍କାନାଳରୁ ନବୀନ ନିବାସ ଅଭିମୁଖେ ଆଇଟିଆଇ ତାଲିମଧାରୀ ବେକାର ଛାତ୍ରମାନଙ୍କ ପଦଯାତ୍ରା ; ଭୂଷଣ କାରଖାନା ଦ୍ବାରା ପ୍ରତାରିତ ହୋଇଥିବା ଅଭିଯୋଗ

Published By : Prameya-News7 Bureau | October 09, 2018 IST

ଢେଙ୍କାନାଳ ୯|୧୦:  ଢେଙ୍କାନାଳରୁ  ଆଇଟିଆଇ ତାଲିମଧାରୀ ବେକାର ଛାତ୍ରମାନେ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି  । ଢେଙ୍କାନାଳ କଣ୍ଟାବଣିଆ ସ୍ଥିତ ଭୂଷଣ କାରଖାନା ଦ୍ବାରା ପ୍ରତାରିତ ହୋଇଥିବା ଅଭିଯୋଗ ଆଣିଛନ୍ତି ଆଇଟିଆଇ ତାଲିମଧାରୀ ବେକାର ।  ଭୂଷଣ କାରଖାନାର ପ୍ରତାରଣାର ଶିକାର ହୋଇ ବେକାର ହୋଇଯାଇଥିବା ଏହି ଛାତ୍ରମାନଙ୍କ ମଧ୍ୟରେ ୧୫୮ଜଣ ଯୁବକ ରହିଥିବା ଜଣାପଡିଛି । ଗତକାଲି ଠାରୁ ଏହି ବେକାର ଯୁବକମାନେ ଭୂଷଣ କ୍ଷତିଗ୍ରସ୍ତ ନିଜ ନିଜ ଗାଁରୁ ବାହାରି ପାଦରେ ଚାଲି ଚାଲି ଆଜି ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ପହଁଞ୍ଚିଛନ୍ତି । ସେମାନେ ପାଦରେ ଚାଲି ଚାଲି ଭୁବନେଶ୍ବର ଅଭିମୁଖେ ଯିବେ । ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଗୁହାରି ଜଣାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.