Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ବଡ ପରିବର୍ତ୍ତନରେ ନିଜକୁ ଅସହଜ ମଣୁଛନ୍ତି ବରିଷ୍ଠ ନେତା, ଦଳରେ ଅସନ୍ତୋଷ କମ କରିବାକୁ ଆରଏସଏସର ସାହାଯ୍ୟ ନେବ ବିଜେପି !

13/09/2021 at 10:06 PM

ନୂଆଦିଲ୍ଲୀ ୧୩।୦୯: ଯେଉଁ ଯେଉଁ ରାଜ୍ୟରେ ନିଜର ସ୍ଥିତି ଦୁର୍ବଳ ହେଉଥିବା ହୃଦବୋଧ କରୁଛି ସେଠି ବିଜେପି ନିଜର ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇ ଦେଉଛି। ଦଳରେ ଏମିତି ବଡ ପରିବର୍ତ୍ତନକୁ ନେଇ ପାର୍ଟିର ଏକ ବର୍ଗ ନାପସନ୍ଦ କରିଛନ୍ତି। ବିଶେଷ କରି ପାର୍ଟି ଯେମିତି  ନୂତନ ଚେହେରାକୁ ଗୁରୁତ୍ଵ ଦେଉଛି ସେଥିରେ ପାର୍ଟିର ସମସ୍ତ  ବରିଷ୍ଠ ନେତାଙ୍କୁ ପସନ୍ଦ ଆସୁନି। ହେଲେ ପାର୍ଟି ଅନୁଶାସନ କାରଣରୁ ସେମାନେ ମୁହଁ ଖୋଲି ପାରୁ ନାହାନ୍ତି ଏବଂ ନିଷ୍ପତ୍ତିକୁ ସମର୍ଥନ କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ସେମାନଙ୍କର ଆଭ୍ୟନ୍ତରୀଣ ଅସନ୍ତୋଷ ନିର୍ବାଚନ ସମୟରେ ପ୍ରଭାବ ପକାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

ବିଜେପି ହାଇକମାଣ୍ଡ ନିକଟରେ ଉତ୍ତରାଖଣ୍ଡ, କର୍ଣ୍ଣାଟକ ଏବଂ ଗୁଜରାଟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛି। ଏବେ ଆଉ କିଛି ପରିବର୍ତ୍ତନର ମଧ୍ୟ ସମ୍ଭାବନା ରହିଛି। ଏମିତିରେ ପାର୍ଟିର ଅନେକ ବରିଷ୍ଠ ନେତା ହୃଦବୋଧ କଲେଣି ଯେ, ସେମାନଙ୍କୁ ଦଳରେ ଅଣଦେଖା କରାଯାଇ କନିଷ୍ଠ ମାନଙ୍କୁ ଆଗକୁ ଅଣାଯାଉଛି। ଉତ୍ତରାଖଣ୍ଡରେ ତୀରଥ ସିଂହ ରାଓ୍ଵତଙ୍କୁ ହଟାଯିବା ସମୟରେ ପାର୍ଟିର ଅନେକ ବରିଷ୍ଠ ନେତା ଆଶା ରଖିଥିଲେ ଯେ, ସେମାନଙ୍କ ମଧ୍ୟରୁ କାହାରିକୁ ନେତୃତ୍ଵ ମିଳିପାରେ। ହେଲେ ଦ୍ଵିତୀୟ ଥର ବିଧାୟକ ହୋଇଥିବା ପୁଷ୍କର ସିଂହ ଧାମିଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଗଲା।

ସେହିପରି କର୍ଣ୍ଣାଟକରେ ମଧ୍ୟ ଅନେକ ବରିଷ୍ଠ ନେତା ନିଜକୁ ବିଏସ ୟେଦ୍ୟୁରପ୍ପାଙ୍କ ଉତ୍ତରାଧିକାରୀ ଭାବେ ଦେଖୁଥିଲେ। କିନ୍ତୁ ପାର୍ଟି ଏମିତି ଜଣେ ବରିଷ୍ଠ ନେତାଙ୍କୁ ମୁଖ୍ୟମନ୍ତ୍ରୀ କଲା ଯେଉଁଥିରେ ସଂଘ ସହ  ଜଡିତ ନେତାଙ୍କୁ ଠିକ୍ ଲାଗି ନାହିଁ। କାରଣ ନୂତନ ନେତା ଜଣକ ସମାଜବାଦୀ ପୃଷ୍ଠ ଭୂମିର ଥିଲେ ଏବଂ ସଂଘ ସହ ତାଙ୍କର କୌଣସି ସଂପର୍କ ନାହିଁ। ଏବେ ଗୁଜରାଟରେ ବିଜୟ ରୂପାନୀଙ୍କ ସ୍ଥାନରେ ଭୂପେନ୍ଦ୍ର ପଟେଲ୍‌ଙ୍କୁ ନେଇ ରାଜ୍ୟର ଅନେକ ବରିଷ୍ଠ ନେତା ନିଜକୁ ଅସହଜ ମଣୁଛନ୍ତି। ଏହା ସମସ୍ତେ ଜାଣିଥିଲେ ଯେ, ରଣନୀତି ଭାବେ ଜଣେ ପାଟିଦାର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ। ଏଥିପାଇଁ ପାଟିଦାର ସମୁଦାୟରୁ ଅନେକ ପ୍ରମୁଖ ନେତାଙ୍କ ନାମରେ ଚର୍ଚ୍ଚା ଚାଲିଥିଲା। କିନ୍ତୁ ପ୍ରଥମ ଥର ବିଧାୟକ ହୋଇଥିବା ଭୂପେନ୍ଦ୍ର  ପଟେଲ୍‌ଙ୍କୁ ଦଳର ନେତା ଚୟନ କରାଗଲା। ଯାହାକୁ ନେଇ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍‌ଙ୍କ ସମେତ ଅନେକ ପ୍ରମୁଖ ପାଟିଦାର ନେତା ନିଜକୁ ଅସହଜ ମଣିବା ସ୍ଵାଭାବିକ।

ସୂତ୍ର ମୁତାବକ ଅନେକ ରାଜ୍ୟରେ ଏହି ଧରଣର ନିଷ୍ପତ୍ତି କାରଣରୁ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢିବାରେ ଲାଗିଛି। ହେଲେ ପାର୍ଟି ନେତାଙ୍କ କହିବା କଥା ଏସବୁ ନିଷ୍ପତ୍ତି ପାର୍ଟି ହିତରେ ଏବଂ ରଣନୀତି ହିସାବରେ ନିଆଯାଉଛି, କୌଣସି  ବ୍ୟକ୍ତି ବିଶେଷ ହିସାବରେ ନୁହେଁ। ଅସନ୍ତୋଷ କିଛି ସମୟ ପାଇଁ ରହିଲେ ମଧ୍ୟ ଏହାର ପ୍ରଭାବ ଅଧିକ ଦିନ ପଡିବ ନାହିଁ  ବୋଲି ପାର୍ଟି  ହାଇକମାଣ୍ଡ ଭାବୁଛନ୍ତି। ତଥାପି ଦଳ ସଂପୂର୍ଣ୍ଣ ସତର୍କ ରହିଛି।

ଆଭ୍ୟନ୍ତରୀଣ କନ୍ଦଳରେ ପାର୍ଟିର ଯେମିତି କ୍ଷତି ନଘଟେ ଏହାକୁ ଦୃଷ୍ଟିରେ ରଖି ଏହି ସବୁ ନେତାଙ୍କୁ ସଂଗଠନସ୍ତରରେ ମଧ୍ୟ ମନାଇବା ପାଇଁ ଚେଷ୍ଟା କରାଯାଉଛି। ଏହି କାମ ପାଇଁ ବିଜେପି ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ସାହାଯ୍ୟ ନେବ। ପାର୍ଟିର ଜଣେ ପ୍ରମୁଖ ନେତା କହିଛନ୍ତି, ବିଜେପି କ୍ୟାଡରର ଆଧାରିତ ପାର୍ଟି ଏବଂ ଏଠାରେ କୌଣସି ବ୍ୟକ୍ତି  ହିସାବରେ ନା ନିଷ୍ପତ୍ତି ନିଆଯାଏ ନା ଅସନ୍ତୁଷ୍ଟକୁ ଦେଖି ନିଷ୍ପତ୍ତି ନିଆଯାଏ। ପୂର୍ବରୁ ମଧ୍ୟ ଏହି ଧରଣର ନିଷ୍ପତ୍ତି ନିଆଯାଇଛି, କିନ୍ତୁ କେହି ଅସନ୍ତୁଷ୍ଟ  ହୋଇନଥିଲେ।

   Related Posts