Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ନିଲାମ ହେଲା ଅଣ୍ଡରଓ୍ଵାଲଡ ଡନ୍ ଦାଉଦ୍ ଇବ୍ରାହିମର ରତ୍ନଗିରି ସ୍ଥିତ ସମ୍ପତ୍ତି, କିଣିଲେ ଦିଲ୍ଲୀର ୨ ଜଣ ଓକିଲ

10/11/2020 at 7:25 PM

ନୂଆଦିଲ୍ଲୀ ୧୦/୧୧ : ଅଣ୍ଡରଓ୍ବାର୍ଲ୍ଡ ଡନ୍ ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଦାଉଦ ଇବ୍ରାହିମର ପୈତୃକ ସ୍ଥାନ ରତ୍ନଗିରିରେ ଥିବା ୬ଟି ସ୍ଥାବର ସମ୍ପତ୍ତି ନିଲାମ ହୋଇଛି । ମଙ୍ଗଳବାର ଏହି ନିଲାମ ପ୍ରକ୍ରିୟା ଶେଷ କରିଛି ଏସଏଏଫଇଏମଏ । ଦାଉଦର ଏହି ୬ଟି ସ୍ଥାନରେ ଥିବା ସମ୍ପତ୍ତି ମଧ୍ୟରୁ ୪ଟିକୁ ଭୁପେନ୍ଦ୍ର ଭରଦ୍ବାଜ ଏବଂ ଅନ୍ୟ ୨ଟିକୁ ଅଜୟ ଶ୍ରୀବାସ୍ତବ କିଣିଛନ୍ତି । ରତ୍ନଗିରିରେ ଏବଂ ଗୋରେଗାଓଁର ଥିବା ଦାଉଦର ମୋଟ ୬ଟି ସ୍ଥାବର ସମ୍ପତ୍ତିକୁ ଦିଲ୍ଲୀର ଏହି ୨ ଜଣ ଓକିଲ କିଣିଛନ୍ତି ବୋଲି ଏସଏଏଫଇଏମଏ ଅତିରିକ୍ତ ଆୟୁକ୍ତ ଆରଏନ ଡିସୁଜା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ପ୍ରଥମେ ୨ଟି ସମ୍ପତ୍ତିର ନିଲାମ ପ୍ରକ୍ରିୟା ୧.୮୯ ଲକ୍ଷ ଏବଂ ୫.୩୫ ଲକ୍ଷରୁ ଆରମ୍ଭ ହୋଇଥିଲା ଯାହାକୁ ୪.୩  ଲକ୍ଷ ଏବଂ ୧୧.୨ ଲକ୍ଷରେ ବିକ୍ରି ହୋଇଥିଲା । କିନ୍ତୁ ଦାଇଦ ଇବ୍ରାହିମର ଆଉ ଏକ ସମ୍ପତ୍ତି ନିଲାମ ହେବାପରେ କୌଣସି କାରଣରୁ ତାହା ପୁଣି ଥରେ ନିଲାମ ପ୍ରକ୍ରିୟାରୁ ବାଦ ଦିଆଯାଇଥିଲା । ଡିସୁଜା କହିଛନ୍ତି ଯେ ୩ଟି ପ୍ରକ୍ରିୟାରେ ନିଲାମ କାର୍ଯ୍ୟ କରାଯାଏ । ସାର୍ବଜନୀନ ନିଲାମୀ, ଇ-ନିଲାମୀ ଏବଂ ସିଲ୍କ ଟେଣ୍ଡର । ତେଣୁ କରୋନା ମହାମାରୀ ସମୟରେ ସ୍ଥିତି ଅସ୍ବାଭାବିକ ଥିବାରୁ ନିଲାମ ପ୍ରକ୍ରିୟାରେ କିଛିଟା ପରିବର୍ତ୍ତନ କରାଯାଇଥିଲା । ନିଲାମ ପ୍ରକ୍ରିୟାରେ ନିୟୋଜିତ ଅଧିକାରୀମାନେ କହିଛନ୍ତି ଯେ ଆଇ ଜଣେ ଗ୍ୟାଙ୍ଗଷ୍ଟାର ଇକବାଲ ମିର୍ଚ୍ଚିର ମାଇଲଟନ ଆପାର୍ଟମେଣ୍ଟ ନିଲାମ ପ୍ରକ୍ରିୟାରେ ସାମିଲ ଥିଲେ ମଧ୍ୟ କେହି ତାକୁ କିଣିବା ପାଇଁ ରାଜି ହୋଇନଥିଲେ । 

ନିଲାମ ପ୍ରକ୍ରିୟାର ନିୟମାନୁଯାୟୀ, ଯଦି ଦେୟ ପରିମାଣ ୫୦ ଳକ୍ଷରୁ କମ ହୋଇଥିବ ତେବେ ନିଲାମ ହୋଇଥିବା ଟଙ୍କାର ୨୫ ପ୍ରତିଶତ ୭ ଦିନ ମଧ୍ୟରେ ଜମା କରିବାକୁ ପଡିବ । ଯଦି ଦେୟ ପରିମାଣ ୫୦ ଳକ୍ଷରୁ ଅଧିକ ହୋଇଥିବ ତେବେ ନିଲାମ ହୋଇଥିବା ଟଙ୍କାର ୨୫ ପ୍ରତିଶତ ଏକ ମାସ ମଧ୍ୟରେ ଜମା କରିବାକୁ ପଡିବ ବୋଲି ଡିସୁଜା ଏହି ଅବସରରେ କହିଛନ୍ତି ।

   Related Posts