ଡନ୍ ଙ୍କୁ କରୋନା : ଦାଉଦ୍ ଇବ୍ରାହିମ୍ ଓ ପତ୍ନୀ ମହାଜବିନ୍ କୋଭିଡ-୧୯ ସଂକ୍ରମିତ, ଗୁପ୍ତରେ ଚାଲିଛି ଚିକିତ୍ସା

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ ୦୫/୦୬ : ଦୁନିଆର ପ୍ରଖ୍ୟାତ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ କରୋନା ସଂକ୍ରମଣର ଶିକାର ହୋଇଛି | ଦାଉଦ ଇବ୍ରାହିମ କରୋନା ପଜିଟିଭ ହୋଇଥିବା ଜଣାପଡିବା ପରେ ଦାଉଦର ସବୁ ଷ୍ଟାଫଙ୍କୁ କ୍ଵାରେଣ୍ଟାଇନ କରାଯାଇଛି | ଦାଉଦ ଇବ୍ରାହିମଙ୍କ ପତ୍ନୀ ମହାଜବିନ ମଧ୍ୟ କରୋନା ପଜିଟିଭ ଜଣାପଡିଛି | ଉଭୟଙ୍କୁ କରାଚୀର ଏକ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

ପାକିସ୍ତାନ କରାଚୀରୁ ଲଗାତାର ମାମଲା ସାମ୍ନାକୁ ଆସୁଛି | କିନ୍ତୁ ପାକିସ୍ତାନ ବାରମ୍ବାର ଏହାକୁ ଅସ୍ବୀକାର କରିଛି | କିନ୍ତୁ ଗୁପ୍ତ ସୂଚନା ଅନୁଯାୟୀ, ଏହି ଖବର ସମ୍ପୂର୍ଣ ସତ୍ୟ ଯେ ଦାଉଦ ଇବ୍ରାହିମ ଓ ତାଙ୍କ ପତ୍ନୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

{"id":281540,"sizeSlug":"large"}

ଦାଉଦ ଇବ୍ରାହିମ ଭାରତର ବଡ ଶତ୍ରୁ | ୧୯୯୩ ମସିହାରେ ସେ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ଥିଲା ଏବଂ ଅଣ୍ଡରୱାର୍ଲଡ ଡନ ମଧ୍ୟ | ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ସମ୍ପର୍କରେ ସାରା ଦୁନିଆ ଜାଣିଚି | କିନ୍ତୁ ତା ପରିବାର ସମ୍ପର୍କରେ ବହୁତ କମ ଲୋକ ଜାଣିଛନ୍ତି | କାରଣ ସେ ନିଜ ପରିବାରକୁ ସବୁବେଳେ ଲୋକଙ୍କ ନଜରରୁ ଦୂରରେ ରଖିଛି | ଦାଉଦ ଇବ୍ରାହିମର ୪ଟି ଶିଶୁ ଥିଲେ | ୩ଝିଅ ମାହରୁଖ, ମାହାରିନ, ମାରିଆ ଓ ଗୋଟିଏ ପୁଅ ମୋଇନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.