Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଜୀବିତ ଅଛି ଛୋଟା ରାଜନ୍: ଚାଲିଛି ଚିକିତ୍ସା, ମୃତ୍ୟୁ ଖବର ଗୁଜବ-ଏମ୍ସ

7/05/2021 at 5:32 PM

ନୂଆଦିଲ୍ଲୀ ୦୭/୦୫ : କରୋନା ସଂକ୍ରମଣରେ ଅଣ୍ଡରଓ୍ବାର୍ଲ୍ଡ ଡନ୍‌ ଛୋଟା ରାଜନର ମୃତ୍ୟୁ ଖବର ମିଛ । ଏହା ଏକ ଗୁଜବ । ଛୋଟା ରାଜନର ମୃତ୍ୟୁ ଖବରକୁ ଗୁଜବ କହି ଦିଲ୍ଲୀ ଏମ୍ସ ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛି ଯେ ଛୋଟା ରାଜନ ଜୀବିତ ଅଛି ଓ ତାର ଚିକିତ୍ସା ଚାଲିଛି ।


କିଛି ସମୟ ପୂର୍ବରୁ ଅନେକ ରିପୋର୍ଟରେ କୁହାଯାଇଥିଲା ଯେ ଛୋଟା ରାଜନର କରୋନାରେ ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହେବାପରେ ୬୨ ବର୍ଷୀୟ ଛୋଟା ରାଜନକୁ ଏପ୍ରିଲ ୨୫ ତାରିଖରେ ତିହାର ଜେଲରୁ ଏମ୍ସ ରେ ଭର୍ତ୍ତି କରାଯାଇଥିଲା ।

ଛୋଟା ରାଜନ ବିରୋଧରେ ଦୁଇ ଡଜନରୁ ଅଧିକ ମାମଲା ରହିଛି । ୪ଟି ମାମଲାରେ ତାକୁ କୋର୍ଟ ଦଣ୍ଡ ଦେଇସାରିଛନ୍ତି । ଛୋଟା ରାଜନକୁ ତିହାର ଜେଲ ପରିସର ଜେଲ ନମ୍ବର-୨ରେ ଅତି ସୁରକ୍ଷିତ ୱାର୍ଡରେ ରଖାଯାଇଥିଲା । ସେ କରୋନା ସଂକ୍ରମିତ ହେବାପରେ ତାକୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ମୁମ୍ବାଇର ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ଦେଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ତାକୁ ଆଜୀବନ କାରାଦଣ୍ଡଦେଶ ଶୁଣାଇଥିଲେ କୋର୍ଟ। କିଛି ଦିନ ତଳେ ହନିଫ କାଡାଓ୍ବାଳାଙ୍କ ହତ୍ୟା ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ତାକୁ ନିର୍ଦୋଷରେ ଖଲାସ କରିଥିଲେ। ମୁମ୍ବାଇରେ ୧୯୯୩ରେ ହୋଇଥିବା ସିରିୟଲ ବମ୍‌ ବ୍ଲାଷ୍ଟରେ ଛୋଟା ରାଜନ୍‌ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲା ।

ଛୋଟା ରାଜନ ଓ ଦାଉଦ ଇବ୍ରାହିମ ଏକାସଙ୍ଗେ କାମ କରୁଥିଲେ । କିନ୍ତୁ ଦାଉଦ ଭାରତ ବିରୋଧୀ ଶକ୍ତିମାନଙ୍କ ସହ ମିଶିବା ପରେ ଛୋଟା ରାଜନ ତାଠାରୁ ଅଲଗା ହୋଇଯାଇଥିଲା । ଏହାପରେ ଦାଉଦର ଗୁଣ୍ଡା ବ୍ୟାଙ୍କକରେ ଛୋଟା ରାଜନ ଉପରେ ହମଲା କରିଥିଲେ । ଏଥିରେ ଛୋଟା ରାଜନ ଗମ୍ଭୀର ଆହତ ହୋଇଥିଲା ।

   Related Posts