ଛୋଟା ଶକିଲର ବଡ଼ ଭଉଣୀର ପରଲୋକ : ମାସେ ଭିତରେ ଦୁଇ ଭଉଣୀଙ୍କ ଯାଇଛି ଜୀବନ

Published By : Prameya-News7 Bureau | June 16, 2020 IST

ମୁମ୍ବାଇ ୧୬/୬: ଅଣ୍ଡରଓ୍ବାଲର୍ଡ଼ ଡନ୍ ଛୋଟା ଶକିଲକୁ ଗୋଟିଏ ମାସରେ ଦୁଇ ଦୁଇଟି ବଡ଼ ଝଟକା ଲାଗିଛି। ଛୋଟା ଶକିଲର ବଡ଼ ଭଉଣୀ ହମିଦାଙ୍କ ପରଲୋକ ହୋଇଯାଇଛି। ଏହା ପୂର୍ବରୁ ମେ ମାସରେ ତା’ର ଆଉ ଏକ ଭଉଣୀ ଫହମିଦାଙ୍କ ପରଲୋକ ହୋଇଥିଲା। ମୁମ୍ବାଇରେ ଫହମିଦାଙ୍କ ପରଲୋକ ହୋଇଥିଲା। ଫହମିଦାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିଲା। ଫହମିଦାଙ୍କ ବୟସ ୫୦ବର୍ଷ ଥିଲା।

ଛୋଟା ଶକିଲ ଦାଉଦ ଇବ୍ରାହିମର ଡାହାଣ ହାତ ଥିଲା। ସେ ନିଜ ପରିବାର ସହ ପାକିସ୍ତାନର କରାଚୀରେ ରୁହେ। ତା’ର ଭାଇ ଅନଓ୍ବର ମଧ୍ୟ ପାକିସ୍ତାନରେ ରୁହେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.