ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ପାଣି ଭିତରେ ଭଗ୍ନାବଶେଷର ଦୃଶ୍ୟ ଦେଖାଇଲେ ସମୁଦ୍ର ବୁଡାଳି, ଶବ ସନ୍ଧାନରେ ଲାଗିଛନ୍ତି ୨୬୦୦ କର୍ମଚାରୀ

Published By : Prameya-News7 Bureau | January 11, 2021 IST

ଜାକାର୍ତ୍ତା ୧୧।୦୧: ଇଣ୍ଡୋନେସିଆରେ ଶନିବାର ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ସମୁଦ୍ରର ୨୩ ମିଟର ଗଭୀରତାର ମିଳିଛି। ସମୁଦ୍ରବୁଡାଳି ସମୁଦ୍ର ଭିତରରେ ବିମାନର ଭଗ୍ନାବଶେଷ ଚିତ୍ର ସ୍ପଷ୍ଟ ଭାବେ ଦେଖାଇଛନ୍ତି। ଜାକାର୍ତ୍ତା ବିମାନ ବନ୍ଦରରୁ ଉଡାଣ ଭରିବା ପରେ  ଶ୍ରୀବିଜୟ ଏୟାର ଜେଟ୍‌ର ରେକର୍ଡ ଆଧାରରେ ଇଣ୍ଡୋନେସିଆ ନୌସେନାର ସମୁଦ୍ର ବୁଡାଳି ସମୁଦ୍ରରେ ସନ୍ଧାନ ଅଭିଯାନ ଜାରି ରଖିଛନ୍ତି।

ଯାତ୍ରୀଙ୍କ ଶବ ଖୋଜିବା ଉପରେ ଇଣ୍ଡୋନେସିଆ ସରକାର ଗୁରୁତ୍ଵ ଦେଇଛନ୍ତି। ନୌସେନାର ମୁଖପାତ୍ର ଫଜର ତ୍ରାହା ରୋହଦି କହିଛନ୍ତି ସମୁଦ୍ରବୁଡାଳି ବ୍ଲାକ ବକ୍ସ ସ୍ଥାନ ଚିହ୍ନଟ କରିଛନ୍ତି। ଏଥିସହ ବିମାନର କିଛି ଅଂଶର ଭଗ୍ନାବଶେଷ, ମୃତକଙ୍କ ମାନବ ଅଙ୍ଗ ଓ ଯାତ୍ରୀଙ୍କ ସମ୍ଵନ୍ଧିତ ସାମଗ୍ରୀ ମିଳିଛି। ସମୁଦ୍ରବୁଡାଳି ସମୁଦ୍ର ପାଣି ଭିତରେ ଭଗ୍ନାବଶେଷର ଦୃଶ୍ୟ ମଧ୍ୟ ଦେଖାଇଛନ୍ତି।

wp:html /wp:html

ଉଦ୍ଧାରକାରୀ ଦଳର ସଦସ୍ୟ ବାୟୁ ଓ୍ଵାରଡୋୟୋ କହିଛନ୍ତି, ସୋମବାର ଅଧିକ ମାନବ ଅବଶେଷ ମିଳିଥିଲା ଏବଂ ପାଣି ଭିତରେ ୫ ମିଟର ତଳର ଦୃଶ୍ୟ ଦୃଶ୍ୟମାନ ହେଉଥିଲା।  ଅଧିକାରୀ କହିଛନ୍ତି ଅବଶେଷ ପାଇଥିବା ଜଣେ ପୁଲିସ ହସ୍ପିଟାଲରେ ପୀଡିତାଙ୍କ ପରିଜନଙ୍କଠୁ ୪୦ ଡିଏନଏ ନମୂନା ସଂଗ୍ରହ କରିଛନ୍ତି। ଏହା ଜରିଆରେ ମୃତକଙ୍କ ପରିଚୟ ଚିହ୍ନଟ କରାଯିବ।

{"id":390786,"sizeSlug":"large","linkDestination":"none"}

ଉଦ୍ଧାରକାରୀ ଓ ସନ୍ଧାନୀ ଅଭିଯାନ ନିର୍ଦ୍ଦେଶକ ରସମ୍ୟାନ କହିଛନ୍ତି, ଯେତେ ଶୀଘ୍ର ହେବ ମୃତକଙ୍କ ଶବର ସନ୍ଧାନ କରାଯିବ। ଏହି ଅଭିଯାନରେ ୨୬୦୦ କର୍ମୀ ଓ ୫୩ ଜାହାଜ ଏବଂ ହେଲିକପ୍ଟର ଜୁଟିଛନ୍ତି। ଇଣ୍ଡୋନେସିଆର ଅଧିକାରୀ କହିଛନ୍ତି ଦୁର୍ଘଟଣାଗ୍ରସ୍ତ ବିମାନ ବୋଇଙ୍ଗ ୭୩୭-୫୦୦ର ଭଗ୍ନାବଶେଷ ଓ ବ୍ଲାକ ବକ୍ସର ରବିବାର ସନ୍ଧାନ ମିଳିଛି। ଶନିବାର ଦୁର୍ଘଟଣାଗ୍ରସ୍ତ ଶ୍ରୀବିଜୟ ଏୟାରଲାଇନ୍ସର ଏହି ବିମାନରେ ୬୨ ଯାତ୍ରୀ ଯାତ୍ରା କରୁଥିଲେ।

{"id":390789,"sizeSlug":"large","linkDestination":"none"}

ଶନିବାର ଯେଉଁ ସ୍ଥାନରୁ ଶ୍ରୀବିଜୟ ଏୟାରର ବିମାନ ସଂଖ୍ୟା ୧୮୨ ନିଖୋଜ ହୋଇଥିଲା ସେଠାରେ ନୌସେନାର ଜାହାଜରେ ଲାଗିଥିବା ସୋନାର ଉପକରଣ ବିମାନରୁ ଆସୁଥିବା ସଙ୍କେତକୁ ଚିହ୍ନଟ କରି ପାରିଥିଲା। ଏହା ପରେ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜୋରଦାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.