ରାଜ୍ୟର ବିଭିନ୍ନ ଜେଲ୍‌ରେ କ୍ୟାମ୍ପ୍ କୋର୍ଟ ; ୭୩୨ଜଣ ବିଚାରାଧୀନ କଏଦୀଙ୍କୁ ମିଳିଲା ଜାମିନ

Published By : Prameya-News7 Bureau | October 30, 2018 IST

ଭୁବନେଶ୍ବର ୩୦|୧୦: ରାଜ୍ୟର ବିଭିନ୍ନ ଜେଲ୍ ଭିତରେ କ୍ୟାମ୍ପ୍ କୋର୍ଟ ଜରିଆରେ ମୋଟ୍ ୭୩୨ଜଣ ବିଚାରାଧୀନ କଏଦୀଙ୍କୁ ଜାମିନ ମିଳିଛି ।  ଆଇନଜୀବୀ ଆନ୍ଦୋଳନ ଯୋଗୁଁ  ପ୍ରଭାବିତ  ହୋଇଥିବା ବିଚାର ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଜେଲ୍ ରେ କ୍ୟାମ୍ପ୍ କୋର୍ଟରେ କଏଦୀଙ୍କୁ ଜାମିନ ମିଳିଛି ।  ରାଜ୍ୟରେ ୫ଟି  ସର୍କଲ୍ ଜେଲ୍ ଅଧୀନରେ ୩୪ଟି ଜେଲ୍ ରେ କ୍ୟାମ୍ପ୍ କୋର୍ଟ କରାଯାଇଛି । ବ୍ରହ୍ମପୁର ସର୍କଲ ଜେଲ୍ ରେ ୨୦୦ ଜଣଙ୍କୁ ଜାମିନ ମିଳିଥିବା ବେଳେ , ସମ୍ବଲପୁର ସର୍କଲ୍ ଜେଲ୍ ରେ ୧୭୩ ଜଣଙ୍କୁ ମିଳିଛି ଜାମିନ ।  ଚୌଦ୍ବାର ଜେଲ୍ ରୁ ୩୮,  କେନ୍ଦ୍ରାପଡ଼ାରେ ୧୫୭ ,  ପୁରୀରେ ୧୪୫, ନିମାପଡ଼ାରେ ୫୧, ବ୍ରହ୍ମପୁରରେ ୪ , ଆନନ୍ଦପୁରରେ ୭, ଚମ୍ପୁଆରେ ୬, ବଡ଼ବିଲରେ ୭, ସୋରରେ ୭ , କରଞ୍ଜିଆରେ ୨୯,  ରାଇରଙ୍ଗପୁରରେ ୭ , ବରଗଡ଼ରେ ୫, ସୋନପୁରରେ ୧୬, କୁଚିଣ୍ଡାରେ  ୮,   ସୁନ୍ଦରଗଡ଼ରେ ୨୭ ଜଣ ଜାମିନ ପାଇଛନ୍ତି । ଭୁବନେଶ୍ବର ଜେଲରୁ ୩୮, ଜଗତସିଂହପୁର ଜେଲରୁ ୨୯ ଜଣ କଏଦୀଙ୍କୁ ଜାମିନ ମିଳିଛି । ଏହି ୨ଟି ଜେଲରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଶୁଣାଣି । ଯେତେଦିନ ଧରି ଆଇନଜୀବୀଙ୍କ ଆନ୍ଦୋଳନ ଚାଲୁ ରହିବ , ସେତେଦିନ ଜେଲରେ କ୍ୟାମ୍ପ୍ କୋର୍ଟ ବସିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.