ଜେଲ୍‌ରେ ବିଚାରାଧୀନ କଏଦୀର ମୃତ୍ୟୁ, ହତ୍ୟା ଅଭିଯୋଗରେ ସଜ୍ଜା କାଟୁଥିଲେ

Published By : Prameya-News7 Bureau | December 30, 2020 IST

ଢେଙ୍କାନାଳ ୩୦।୧୨: ଜେଲ୍‌ରେ କଏଦୀଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାରାଗାରରେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ତେବେ କଏଦୀ ଜଣକର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି । ମୃତ କଏଦୀ ଜଣକ ହେଲେ ବ୍ରହ୍ମା ଦେହୁରୀ । ତାଙ୍କ ବସୟ ୪୮ବର୍ଷ ବୋଲି ଜଣାପଡିଛି । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ସଦର ଥାନା ହରିପୁରରେ । ସେ ଗତ ୨୦୧୩ ମସିହା ଅଗଷ୍ଟ ୧୩ ତାରିଖରୁ ହତ୍ୟା ଅଭିଯୋଗରେ ଜିଲ୍ଲା କାରାଗାରରେ ସଜ୍ଜା କାଟୁଥିଲେ ।

ହଠାତ୍ ବ୍ରହ୍ମା ଦେହୁରୀ ଜେଲ୍ ଭିତରେ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଛନ୍ତି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.