Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଜେଲ୍‌ରେ ବିଚାରାଧୀନ କଏଦୀର ମୃତ୍ୟୁ, ପରିବାର ଲୋକଙ୍କୁ ମାରପିଟ୍ ଅଭିଯୋଗରେ ହୋଇଥିଲେ ଗିରଫ

2/01/2021 at 4:30 PM

କେନ୍ଦ୍ରାପଡା ୨।୧: କେନ୍ଦ୍ରାପଡ଼ା ବାରିମୂଳ ଉପ କାରାଗାରରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଛି । ମୃତ କଏଦୀ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା । ଡେରାବିଶ ଥାନା ଅନ୍ତର୍ଗତ ବାଲିଆ ଗାଁରେ ତାଙ୍କ ଘର ।

ପରିବାର ଲୋକଙ୍କୁ ମାରପିଟ କରିବା ଅଭିଯୋଗରେ ଗତ ଡିସେମ୍ବର ମାସ ୩୦ ତାରିଖରେ ପୂର୍ଣ୍ଣଚନ୍ଦ୍ରଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଗତକାଲି ରାତିରେ ହଠାତ୍ ସେ ଶୌଚାଳୟରେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜେଲର ସର୍ବେଶ୍ଵର ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପୂର୍ଣ୍ଣଚନ୍ଦ୍ର ପୂର୍ବରୁ ଅସୁସ୍ଥ ଥିବା ପରିବାର ଲୋକେ କହିଛନ୍ତି ।

   Related Posts