ପୋଲିସ ହେପାଜତରୁ ୨ଜଣ କଏଦୀ ଚମ୍ପଟ ମାରିବା ଘଟଣା ; କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ନିଲମ୍ବିତ
29/11/2018 at 2:58 PM

ଜୟପୁର ୨୯|୧୧: ପୋଲିସ ହେପାଜତରୁ ୨ ଜଣ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ୩ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ଏମାନେ ହେଲେ ରାଜେନ୍ଦ୍ର ସ୍ଵାଇଁ, କେ.ଶାଙ୍କ୍ରୀ କୁମାର ଓ ମନଧର ଗୌଡ । ଗତ କାଲି ଜୟପୁର ସିଜିଏମ୍ କୋର୍ଟରେ ବିଚାର ଥିବାରୁ କିଛି କଏଦୀମାନଙ୍କୁ ନିଆଯାଉଥିଲା । ହେଲେ ପରିଶ୍ରା ଯିବା ବାହାନାରେ ପୋଲିସକୁ ଚକମା ଦେଇ ୨ ଜଣ କଏଦୀ ଖସି ଯାଇଥିଲେ । ଏମାନେ ହେଲେ କେ.ପବନ କୁମାର ରାଓ ଏବଂ ଲାଲ୍ ବାହାଦୁର ଦର୍ଜୀ। ଏମାନଙ୍କ ନାଁରେ ଡ଼କାୟତି ଠାରୁ ଆରମ୍ଭ କରି ଦୁଷ୍କର୍ମ ମାମଲା ରହିଛି । ପୋଲିସ ତରଫରୁ ୩ ଟି ଟିମ ଗଠନ କରାଯାଇଥିଲେ ବି ଏପର୍ଯ୍ୟନ୍ତ ପୋଲିସ ଏମାନଙ୍କୁ ଧରିବାରେ ସକ୍ଷମ ହୋଇନି ।