ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | June 22, 2021 IST

ଯାଜପୁର ରୋଡ୍ ୨୨।୬: ଯାଜପୁର ଜିଲ୍ଲା ଯାଜପୁର ରୋଡ୍ ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା। କଏଦୀ ଜଣଙ୍କ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଏସ.କେ. ହନିଫ୍ ଶେଖ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ସେ ଏକ ଚୋରି ମାମଲାରେ ଚଳିତ ମାସ ୧୩ ତାରିଖରେ ବୈରୀ ପୋଲିସ ଦ୍ବାରା ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ। ହେଲେ ସୋମବାର ରାତିରେ ପାଇଖାନା ସ୍କାଇଲାଇଟ୍ ରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ଜେଲ୍ କର୍ତ୍ତୃପକ୍ଷଙ୍କ ଏତଲାକୁ ଆଧାର କରି କୋରାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.